Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Shikhar Dhawan Controversy / କୋର୍ଟରେ ଜିତିଲେ ଶିଖର ଧାଓ୍ୱନ, ପ୍ରଥମ ପତ୍ନୀ ଫେରାଇବେ କୋଟି କୋଟି ଟଙ୍କା

Ritu Das
Browse all articles by Ritu Das
·4 months ago·2 min read
କୋର୍ଟରେ ଜିତିଲେ ଶିଖର ଧାଓ୍ୱନ, ପ୍ରଥମ ପତ୍ନୀ ଫେରାଇବେ କୋଟି କୋଟି ଟଙ୍କା
India

Key Points

ପୁଣି ଚର୍ଚ୍ଚାରେ ଭାରତୀୟ ଦଳର ପୂର୍ବତନ ଷ୍ଟାର୍ ଓପନର ଶିଖର ଧାଓ୍ୱନ । ନିକଟରେ ସେ ଦ୍ୱିତୀୟ ବିବାହ କରିଛନ୍ତି । ଏହାରି ଭିତରେ ତାଙ୍କୁ କୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି ।
ପୁଣି ଚର୍ଚ୍ଚାରେ ଭାରତୀୟ ଦଳର ପୂର୍ବତନ ଷ୍ଟାର୍ ଓପନର ଶିଖର ଧାଓ୍ୱନ । ନିକଟରେ ସେ ଦ୍ୱିତୀୟ ବିବାହ କରିଛନ୍ତି । ଏହାରି ଭିତରେ ତାଙ୍କୁ କୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ପଟିଆଲା କୋର୍ଟ ଶିଖରଙ୍କ ସପକ୍ଷରେ ବଡ ରାୟ ଦେଇଛନ୍ତି । ତାଙ୍କର ପୂର୍ବ ପତ୍ନୀ ଆୟେଶା ଅଷ୍ଟ୍ରେଲିଆରେ ସମ୍ପତ୍ତି ବିକ୍ରିରେ ମିଳିଥିବା ୫ କୋଟି ୭୨ ଲକ୍ଷ ଟଙ୍କା ଶିଖରଙ୍କ ଫେରାଇବେ । ଏପରିକି ଅଷ୍ଟ୍ରେଲିଆ ଫ୍ୟାମିଲି କୋର୍ଟରେ ପ୍ରପର୍ଟି ସେଟେଲମେଣ୍ଟର ନିର୍ଦ୍ଦେଶ ଭାରତୀୟ ଆଇନ ଅନୁସାରେ ଲାଗୁ ହୋଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ଫ୍ୟାମିଲି କୋର୍ଟର ବିଚାରପତି ଜଷ୍ଟିସ ତେବେନ୍ଦ୍ର କୁମାର ଗର୍ଗ କହିଛନ୍ତି ଯେ, ଅଷ୍ଟ୍ରେଲିଆର ଫ୍ୟାମିଲି କୋର୍ଟ ପରିବାର ନିୟମ-୧୯୭୫ ଅନୁସାରେ ଦେଇଥିବା ନିର୍ଦ୍ଦେଶ ହିନ୍ଦୁ ମ୍ୟାରେଜ୍ ଆକ୍ଟ୍ ଏବଂ ଭାରତୀୟ ଲୋକନୀତିର ବିରୋଧାଭାସ କରୁଛି ।ତେଣୁ ବୈଦେଶିକ କୋର୍ଟର ନିଷ୍ପତ୍ତିକୁ ଭାରତରେ ଗ୍ରହଣ କରାଯାଇ ପାରିବ ନାହିଁ ।

ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆ ଫ୍ୟାମିଲି କୋର୍ଟ ଧାଓ୍ୱନଙ୍କ ସିଡନୀରେ ଥିବା ଦୁଇଟି ପ୍ରପର୍ଟି ବିକି ପୂର୍ବ ପତ୍ନୀ ଆୟେଶାଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଠାରେ ପତ୍ନୀକୁ ପତିର ସମସ୍ତ ସମ୍ପତ୍ତିର ସହମାଲିକ ବୋଲି ନିୟମ ରହିଛି । କୋର୍ଟ ସମ୍ପତ୍ତିର ବଡ ଅଂଶ ସ୍ତ୍ରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇପାରିବେ । କିନ୍ତୁ ଦିଲ୍ଲୀର କୋର୍ଟ କହିଛନ୍ତି ଯେ, ଭାରତର ଏପରି କିଛି ନିୟମ ନାହିଁ । ବିବାହ ଭାରତୀୟ ନିୟମ ଅନୁସାରେ ହୋଇଥିଲା । ତେଣୁ ବାହାର ଦେଶର ଆଇନ୍ ଏଠାରେ ଲାଗୁ ହୋଇପାରିବ ନାହିଁ ।

ସୂଚନାଯୋଗ୍ୟ, ଶିଖର ୨୦୧୨ରେ ଆୟେଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ । ବିବାହ ୯ ବର୍ଷ ଚାଲିପାରିଥିଲା । ୨୦୨୧ରେ ଉଭୟ ଅଲଗା ହେଉଥିବା ନେଇ ଖବର ଆସିଥିଲା । ୨୦୨୩ରେ ବିଧିବଦ୍ଧ ଭାବେ ବିବାହ ବିଚ୍ଛେଦ ଘଟିଥିଲା ।

ଶିଖରଙ୍କ ଦ୍ୱିତୀୟ ବିବାହ
ଶିଖର ୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିଛନ୍ତି । ସେ ନିଜର ଆୟାରଲ୍ୟାଣ୍ଡ୍ ପ୍ରେମିକା ସୋଫି ସାଇନଙ୍କୁ ଜୀବନ ସାଥୀ କରିଛନ୍ତି । ଉଭୟ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରୁଥିଲେ । ଗତ ୨୧ ତାରିଖରେ ଧୁମଧାମରେ ଦୁଇ ଜଣ ବିବାହ କରିଥିଲେ । ଏଥିରେ ଭାରତୀୟ ଦଳର ଅନେକ ଷ୍ଟାର୍ ପ୍ଲେୟାର ସାମିଲ ହୋଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Shikhar Dhawan Wins Court Battle, Ex-Wife Ordered to Return Crores | Argus News