Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମନେ ପଡିବେ ଗବର

Sports

ମନେ ପଡିବେ ଗବର

Sangram Tripathy
Browse all articles by Sangram Tripathy
·1 year ago·2 min read
ମନେ ପଡିବେ ଗବର


ଅର୍ଗସ ବ୍ୟୁରୋ:ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଟିମ୍ ଇଣ୍ଡିଆର ଷ୍ଟାର ଓପନର ଶିଖର ଧାୱନ । ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରି ନେଇଛନ୍ତି ସନ୍ନ୍ୟାସ । ପ୍ରତିକ୍ରିୟାରେ କହିଛନ୍ତି..ଅନେକ ସ୍ମୁତି ମନେ ପଡୁଛି,ମୋ ସ୍ବପ୍ନ ଥିଲା ଭାରତ ପାଇଁ ଖେଳିବା ତାହା ପୂରଣ ହୋଇଛି,ଆପଣମାନଙ୍କ ଭଲପାଇବା,ଆର୍ଶୀବାଦ ମୋ ସାଥିରେ ରହିଛି। ଦୁଃଖ କରୁନି ଅବସର ନେଉଛି ବୋଲି,ଖୁସି ମୋ ଦେଶପାଇଁ ଖେଳି ବିଦାୟ ନେଉଛି,ସମସ୍ତଙ୍କୁ ଧନ୍ୟବାଦ । ୧୪ ବର୍ଷର କ୍ରିକେଟ୍ ଯାତ୍ରାର ପଡିଛି ପୂର୍ଣ୍ଣଛେଦ । ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ନେଇଥିବା ଘୋଷଣା କରିଛନ୍ତି ଶିଖର

୧୯୮୫ ଡିସେମ୍ବର ୫ ତାରିଖରେ ଦିଲ୍ଲୀରେ ଜନ୍ମ ଗହଣ କରିଥିଲେ ଶିଖର।୧୨ବର୍ଷ ବୟସରୁ ଆରମ୍ଭ କରିଥିଲେ କ୍ରିକେଟ୍ ଟ୍ରେନିଂ । ୨୦୦୦-୦୧ ତାଙ୍କ ପାଇଁ ଥିଲା ବହୁତ ଖାସ୍ ଏହି ବର୍ଷ ସେ ବିଜୟ ହଜାର ଟ୍ରଫିରେ ୯ଟି ଇନିଂସ ରୁ ୭୫୫ ରନ୍ ସଂଗ୍ରହ କରିଥିଲେ,ତାଙ୍କ ଜବରଦସ୍ତ ପାରି ତାଙ୍କୁ କ୍ରିକେଟ୍ ଦୁନିଆର ଗବର ନାଁରେ ପରିଚିତ କରାଇପାରିଥିଲା। ୨୦୧୦ରେ ସିନିୟର ଭାରତୀୟ ଦଳରେ ସ୍ଥାନ ପାଇଁଥିଲେ, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଡେବ୍ୟୁ କରିଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୦୧୧ ମସିହାରେ ଟି-୨୦ ଏବଂ ୨୦୧୩ ମସିହାରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ ଧାୱନ ଏପରିକି ଟିମ୍ ଇଣ୍ଡିଆର ଆଇସିସି ନାଁରେ ମଧ୍ୟ ସେ ପରିଚିତ ଥିଲେ ।

୨୦୧୩ ଚାମ୍ପିୟନ ଟ୍ରଫି ହେଉ ଅବା ୨୦୧୫ ଦିନିକିଆ ବିଶ୍ବକପ୍,୨୦୧୭ ଚାମ୍ପିୟନ୍ସ ଟ୍ରଫି ଭଳି ବିଭିନ୍ନ ପ୍ରତିଯୋଗିତାରେ ରନର ପାହାଡ ଛିଡା କରାଇଥିଲେ ଗବର।୨୦୧୩ ଚମ୍ପିଆନ୍ସ ଟ୍ରଫିରେ ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ତୁଳାଇଥିଲେ ଶିଖର ଧୱନ । ଟୁର୍ଣ୍ଣାମେଣ୍ଟରେ ୫ଟି ମ୍ୟାଚରୁ ୩୬୩ ରନ୍ କରିବା ସହ ସର୍ବଶ୍ରେଷ୍ଠ ରନ୍ ସ୍କୋରର ଭାବରେ ଗୋଲଡେନ୍ ବ୍ୟାଟ୍ ହାସଲ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 ଶିଖର ନିଜ କ୍ୟାରିୟର୍‌ରେ ୩୪ ଟେଷ୍ଟ,୧୬୭ ଦିନିକିଆ ଖେଳି ୬୭୯୩ ରନ୍ ସଂଗ୍ରହ କରିଥିଲେ,ତାଙ୍କର ସର୍ବାଧିକ ସ୍କୋର ୧୪୩ ରନ୍ ରହିଛି। ସେ ଦିନିକିଆରୁ ୩୯ ଟି ଅର୍ଦ୍ଧଶତକ,୧୭ଟି ଶତକ ହାସଲ କରିଥିଲେ। ୬୮ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳି ୧୭୫୯ ରନ୍ ସଂଗ୍ରହ କରିଥିଲେ । ସେଥିରେ ୧୧ଟି ଅର୍ଦ୍ଧଶତକ ହାସଲ କରିଥିଲେ,ଟି-୨୦ରେ ସର୍ବାଧିକ ସ୍କୋର ହେଉଛି ୯୨। 
ଟେଷ୍ଟରେ୩୪ ମ୍ୟାଚରୁ ୪୦ ଆଭରେଜରେ ୨ ୩୧୫ରନ ସଂଗ୍ରହ କରିଥିଲେ,ଯେଉଁଥିରେ ୫ଟି ଅର୍ଦ୍ଧଶତକ,୭ଟି ଶତକ ରହିଛି,ଟେଷ୍ଟରେ ୧୯୦ ରନ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର। 
୨୦୨୨ ଡିସେମ୍ବର ୧୦ ତାରିଖରେ ଟିମ ଇଣ୍ଡିଆ ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ ଶିଖର ଧୱନ ।


 ଆଇପିଏଲରେ ମଧ୍ୟ ୨୨୨ଟି ମ୍ୟାଚ୍ ଖେଳି ୬୭୬୮ ରନ୍ ସଂଗ୍ରହ କରିଛନ୍ତି ଗବର,୧୦୬ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର। ସେ ପଞ୍ଜାବ କିଙ୍ଗ୍ ର ଅଧିନାୟକ ମଧ୍ୟ ରହିଛନ୍ତି । କ୍ରିକେଟରେ ଗବର ଗର ଅବସାନ ଘଟିଥିବାବେଳେ କ୍ରିକେଟ୍ କୁ ତାଙ୍କର ଅବଦାନ ସବୁଦିନ ପାଇଁ ମନେ ରହିବ

Sponsored
Shikhar Dhawan's retirement from cricket | Argus News