Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket Viral Video / ସ୍ତ୍ରୀଙ୍କୁ ନେଇ ଶିବମ ଦୁବେଙ୍କ ମଜାଦାର କଥାବାର୍ତ୍ତାର ଭିଡିଓ ଭାଇରାଲ...ଶେଷରେ କହିଲେ ଭିଡିଓଟିକୁ ଡିଲିଟ କର

Ritu Das
Browse all articles by Ritu Das
·4 months ago·2 min read
ସ୍ତ୍ରୀଙ୍କୁ ନେଇ ଶିବମ ଦୁବେଙ୍କ ମଜାଦାର କଥାବାର୍ତ୍ତାର ଭିଡିଓ ଭାଇରାଲ...ଶେଷରେ କହିଲେ ଭିଡିଓଟିକୁ ଡିଲିଟ କର
India

Key Points

ଦୁବେ କହିଲେ, "ମୋ ସ୍ତ୍ରୀ ଆସୁଛନ୍ତି, ଦୟାକରି ତାଙ୍କ ସହିତ କଥା ହୁଅନ୍ତୁ।"
ସବୁବେଳେ କଣ ମୁଁ ଖାଲି କହିବି
ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ଶିବମ ଦୁବେ T20 ବିଶ୍ୱକପ୍ 2026 ରେ ଚମତ୍କାର ପ୍ରଦର୍ଶନ କରିଥିଲେ, ତାଙ୍କର ବ୍ୟାଟିଂ ଏବଂ ବୋଲିଂର ସାରା ଦେଶବାସୀ ଫ୍ୟାନ ହୋଇଯାଇଛନ୍ତି। ଦୁବେ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ମିଡିଲ ଅର୍ଡରରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଦୁବେ ବର୍ତ୍ତମାନ ମୁମ୍ବାଇରେ ଅଛନ୍ତି। ଏହି ସମୟରେ, ପାପାରାଜିଙ୍କ ସହ ତାଙ୍କର ଆଲୋଚନାର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକି ବେଶ ମଜାଦାର ହୋଇଛି। ପ୍ରାୟତଃ କ୍ୟାମେରାରେ ନଜର ନ ଆସୁଥିବା ଆଜି ହଠାତ କ୍ୟାମେରା ସାମ୍ନାରେ ଧରାପଡ଼ିଯାଇଛନ୍ତି। ଆଉ କ୍ୟାମେରାମ୍ୟାନ ବି କିଛି କମ ନୁହଁନ୍ତି ଭିଡିଓରେ ଖାଲି କହୁଛନ୍ତି, "ଭାଇ ଧନ୍ୟବାଦ। ତୁମ ପାଇଁ ଆମେ ବିଶ୍ବକପ ଜିତିଗଲୁ।" ଆଉ ଦୁବେ ଖାଲି ହସୁଛନ୍ତି। ଶେଷରେ କହୁଛନ୍ତି ଦୟାକରି ଭିଡିଓଟିକୁ ଡିଲିଟ କରିଦିଅନ୍ତୁ। 


ଶିବମ୍ ଦୁବେଙ୍କ ଭିଡିଓ ଭାଇରାଲ୍ ହେଉଛି
ଶିବମ୍ ଦୁବେ ପାପାରାଜିଙ୍କ ସହ କଥାବାର୍ତ୍ତା କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ପ୍ରଥମେ ଶିବମ୍ ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲେ, "ତୁମେ ସମସ୍ତେ ଏଠାରେ କଣ ଅଛ?" ପାପାରାଜି ତାଙ୍କ ପ୍ରଦର୍ଶନକୁ ପ୍ରଶଂସା କଲେ। ତା'ପରେ ଦୁବେ କହିଲେ, "ମୋ ସ୍ତ୍ରୀ ଆସୁଛନ୍ତି, ଦୟାକରି ତାଙ୍କ ସହିତ କଥା ହୁଅନ୍ତୁ।" ପରେ ଦୁବେ ଭିଡିଓଟିକୁ ଡିଲିଟ୍ କରିବାକୁ ପାପାରାଜିଙ୍କୁ ଅନୁରୋଧ କରିବା ପରେ କଥାବାର୍ତ୍ତା ଆହୁରି ମଜେଦାର ହୋଇଗଲା। ଭିଡିଓଟି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି।

ବିଶ୍ବକପ ସରିବାପରେ ବିମାନରେ ନୁହେଁ ଟ୍ରେନ୍ ଯୋଗେ ଘରକୁ ଫେରିଥିଲେ
୨୦୨୬ ଟି-୨୦ ବିଶ୍ୱକପ୍ ର ଫାଇନାଲ୍ ମ୍ୟାଚ୍ ୮ ମାର୍ଚ୍ଚରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା। ଫାଇନାଲ୍ ମ୍ୟାଚ୍ ଜିତିବା ପରେ ଶିବମ୍ ଦୁବେଙ୍କୁ ଫ୍ଲାଇଟ ମିଳି ନ ଥିଲା। ସେଥିପାଇଁ ସେ ଏବଂ ତାଙ୍କ ପତ୍ନୀ ଟ୍ରେନ୍ ଯୋଗେ ଅହମ୍ମଦାବାଦରୁ ମୁମ୍ବାଇରେ ପହଞ୍ଚିଥିଲେ। ଦୁବେ ଚୁପଚାପ୍ ଅହମ୍ମଦାବାଦରୁ ମୁମ୍ବାଇ ଟ୍ରେନ ଯୋଗେ ଯାତ୍ରା କରିଥିଲେ। ଏ ବିଷୟରେ କହିବାକୁ ଗଲେ, ଜଣେ ବରିଷ୍ଠ ରେଳ ଅଧିକାରୀ କହିଛନ୍ତି ଯେ ସେ ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ପାଇଲେ ଯେ ମୁମ୍ବାଇକୁ ସମସ୍ତ ବିମାନ ସମ୍ପୂର୍ଣ୍ଣ ବୁକ୍ ହୋଇସାରିଛି। ମୁହଁରେ ମାସ୍କ ପିନ୍ଧି ଥାର୍ଡ ଏସିରେ ୨ ଛୁଆଙ୍କ ସହ ଯାତ୍ରା କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ଲୋକେ ତାଙ୍କର ବ୍ୟକ୍ତିତ୍ବକୁ ବହୁତ ପ୍ରଶଂସା କରିଛନ୍ତି। କାରଣ ଭାରତୀୟ ଟିମର ଜଣେ ସଫଳ ଖେଳାଳି ସେ ଚାହିଁଥିଲେ ପର୍ସନାଲ ବିମାନରେ ଆସିପାରି ଥାନ୍ତେ। କିନ୍ତୁ ସେ ତାଙ୍କ ଯାତ୍ରା ପାଇଁ ଟ୍ରେନକୁ ବାଛିଥିଲେ। ଆଉ ଘରେ ପହଞ୍ଚିବା ପରେ ତାଙ୍କ ପିତାଙ୍କୁ ବିଶ୍ବକପ ପଦକ ପିନ୍ଧାଇଥିଲେ।

୨୦୨୬ ଟି-୨୦ ବିଶ୍ୱକପରେ, ଦୁବେ ନେଦରଲ୍ୟାଣ୍ଡ ବିପକ୍ଷରେ ୬୬ ରନ କରିଥିଲେ। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ୪୨ ରନ କରିଥିଲେ। ସେମିଫାଇନାଲରେ ଦୁବେ ଇଂଲଣ୍ଡ ବିପକ୍ଷରେ ୪୩ ଏବଂ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅପରାଜିତ ୨୬ ରନ କରିଥିଲେ।

ପଢନ୍ତୁ ଏହି ଖବର: ଯୌନ ନିର୍ଯାତନା ବିବାଦ ମଧ୍ୟରେ ଲୁଚି ଲୁଚି ବିବାହ କଲେ RCBର ଏହି ପ୍ଲେୟାର
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shivam Dube’s Funny Conversation With Wife Goes Viral, Ends With ‘Delete The Video’ | Argus News