Shivam Dube / ବିଶ୍ଵକପ୍ରେ ଦୁବେ ଧମାକା; ଛକା, ରନ୍ ଓ ୱିକେଟ... ଭାରତକୁ ଏମିିତି ଜିତାଇଥିଲେ ମ୍ୟାଚ୍
·1 month ago·2 min read

Key Points
ଟି-ଟ୍ଵେଣ୍ଟି ବିଶ୍ଵକପ୍ର ପ୍ରତିଟି ମ୍ୟାଚ୍ରେ ଶିବମ ଦୁବେଙ୍କ ବ୍ୟାଟିଂ କ୍ରମାଙ୍କ ନିର୍ଦ୍ଧାରିତ ନଥିଲା । ଆବଶ୍ୟକତା ଅନୁସାରେ ଶିବମ ଦୁବେଙ୍କୁ ବ୍ୟାଟିଂ ପାଇଁ ପଠା ଯାଉଥିଲା ।
ମୁମ୍ବାଇ: ଆଇସିସି ପୁରୁଷ ଟି-ଟ୍ଵେଣ୍ଟି ବିଶ୍ଵକପ୍ ୨୦୨୬ରେ ଭାରତ ପକ୍ଷରୁ ସବୁଠୁ ଅଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ କଥା କହିଲେ ସମସ୍ତଙ୍କ ମନକୁ ଆସିବା ସଞ୍ଜୁ ସାମସନଙ୍କ ନାଁ । ସଞ୍ଜୁ ବିସ୍ଫୋରକ ବ୍ୟାଟିଂ କରି ୧୬ଟି ଛକା ମାରିଛନ୍ତି । ଏହାଛଡ଼ା ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମନେ ରହିବେ । ଏହାରି ଭିତରେ ବିଶ୍ଵକପ୍ରେ ବଡ଼ ଧମାକା କରିଛନ୍ତି ଶିବମ ଦୁବେ ।
ସଂଖ୍ୟା ଗଣିତ ଦେଖିଲେ, ଭାରତୀୟ ଦଳର ସଫଳତା ପଛରେ ଶିବମ ଦୁବେଙ୍କ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ରହିଛି । ଚଳିତ ଟି-ଟ୍ଵେଣ୍ଟି ବିଶ୍ଵକପ୍ରେ ଶିବମ ଦୁବେ ସେହି ୪ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଅଛନ୍ତି, ଯେଉଁମାନେ ୨୦୦ରୁ ଅଧିକ ରନ୍ ସ୍କୋର୍ କରିଛନ୍ତି । ତାଲିକାରେ ସଞ୍ଜୁ ସାମସନ, ଇଶାନ କିଷନ ଓ ସୂର୍ଯ୍ୟକୁମାର ଯାଦବ ଅଛନ୍ତି । ଟୁର୍ଣ୍ଣାମେଣ୍ଟରେ ଶିବମ ଦୁବେ ମୋଟ ୧୫ଟି ଛକା ମାରିଛନ୍ତି । ଦୁବେଙ୍କ ଷ୍ଟ୍ରାଇକ୍ ରେଟ୍ ୧୫୯.୫୪ ରହିଛି ।
ଏଥିସହ ପଢ଼ନ୍ତୁ: ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ!
ବାରମ୍ବାର ବ୍ୟାଟିଂ କ୍ରମାଙ୍କରେ ପରିବର୍ତ୍ତନ
ଟି-ଟ୍ଵେଣ୍ଟି ବିଶ୍ଵକପ୍ର ପ୍ରତିଟି ମ୍ୟାଚ୍ରେ ଶିବମ ଦୁବେଙ୍କ ବ୍ୟାଟିଂ କ୍ରମାଙ୍କ ନିର୍ଦ୍ଧାରିତ ନଥିଲା । ଆବଶ୍ୟକତା ଅନୁସାରେ ଶିବମ ଦୁବେଙ୍କୁ ବ୍ୟାଟିଂ ପାଇଁ ପଠା ଯାଉଥିଲା । କେବେ ୩ ନମ୍ବର ତ ପୁଣି କେବ ୬ ଓ କେବେ ୫ ନମ୍ବରରେ । ଇଂଲଣ୍ଡ ବିପକ୍ଷରେ ୪ ନମ୍ବର ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୭ ନମ୍ବର ସ୍ଥାନରେ ଶିବମ ଦୁବେ ବ୍ୟାଟିଂ କରି ପରାକାଷ୍ଠା ଦେଖାଇଛନ୍ତି ।
ବାରମ୍ବାର ବ୍ୟାଟିଂ କ୍ରମାଙ୍କ ବଦଳାଇବା ଖେଳାଳିଙ୍କୁ ମୁସ୍କିଲ୍ ସ୍ଥିତିରେ ପକାଏ । କିନ୍ତୁ ଶିବମ ଦୁବେ ପ୍ରତିଥର ସ୍ଥିତି ଅନୁସାରେ ନିଜକୁ ଖାପ ଖୁଆଇ ଦଳ ପାଇଁ ଖେଳିଥିଲେ । ଯଦିଓ ବିଶ୍ଵକପ୍ ଆରମ୍ଭ ଦୁବେଙ୍କ ପାଇଁ ଭଲ ନଥିଲା । ପ୍ରଥମ ମ୍ୟାଚ୍ରେ ଶୂନରେ ଆଉଟ୍ ହେବା ପରେ ସେ ଧିରେ ଧିରେ ନିଜକୁ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ କରିଥିଲେ । ନାମିବିଆ ବିପକ୍ଷରେ ୧୬ ବଲ୍ରେ ୨୩ ରନ୍ର ପାଳି ଖେଳିଥିଲେ ।
ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଦୁବେଙ୍କ ଯୋଗଦାନ ଛୋଟ ଥିଲା ସତ କିନ୍ତୁ ଗୁରୁତ୍ଵପୂର୍ଣ୍ଣ ରହିଥିଲା । ଇଶାନ କିଷନଙ୍କ ୭୭ ରନ୍ ପରେ ବ୍ୟାଟିଂ ଧିମେଇ ଯାଇଥିବା ବେଳେ ଦୁବେ ୧୭ ବଲ୍ରେ ୨୭ ରନ୍ କରି ଦଳୀୟ ସ୍କୋର୍କୁ ୧୭୫ରେ ପହଞ୍ଚାଇଥିଲେ । ସେହିଭଳି ନେଦରଲାଣ୍ଡ ବିପକ୍ଷରେ ୩୧ ବଲ୍ରେ ୬୬ ରନ୍ କରିଥିଲେ ଶିବମ ଦୁବେ ।
ଏଥିସହ ପଢ଼ନ୍ତୁ: ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ୍ ମ୍ୟାଚ୍ରେ ବର୍ଷା ଭୟ ? ଜାଣନ୍ତୁ ରବିବାର କେମିତି ରହିବ ଅହମ୍ମଦାବାଦର ପାଗ...
ସେହିଭଳି ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ ଭାରତ ୧୮୮ ରନ୍ର ପିଛା କରି ୪ ୱିକେଟ୍ ହରାଇ ୪୩ ରନ୍ କରିଥିଲା । ଦଳର ଘଡ଼ିସନ୍ଧି ମୁହୂର୍ତ୍ତରେ ଦୁବେ ୩୭ ବଲ୍ରେ ୪୨ ରନ୍ କରି ଭାରତୀୟ ଇନିଂସ ସମ୍ଭାଳିଥିଲେ, ଯଦିଓ ଦଳ ଜିତି ନଥିଲା । ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ରେ ୨ଟି ଚଉକା ମାରି ମ୍ୟାଚର ମୋଡ଼ ଭାରତ ଆଡ଼କୁ ବଦଳାଇ ଦେଇଥିଲେ ।
ଇଂଲଣ୍ଡ ବିପକ୍ଷ ସେମି ଫାଇନାଲ୍ରେ ୪ ନମ୍ବର ସ୍ଥାନରେ ବ୍ଯାଟିଂ ପାଇଁ ଆସିଥିଲେ ଶିବମ ଦୁବେ । ୨୫ ବଲ୍ରେ ୪୩ ରନ୍ର ପାଳି ଖେଳିଥିଲେ । ବିଶେଷ କରି ଲେଗ୍ ସ୍ପିନର ଆଦିଲ ରାଶିଦଙ୍କ ବୋଲିଂ ବେଳେ ୩ଟି ଛକ୍କା ଲଗାଇ ଇଂଲଣ୍ଡ ରଣନୀତିକୁ ଫିକା ପକାଇଥିଲେ । କେବଳ ବ୍ୟାଟିଂ ନୁହେଁ ବୋଲିଂରେ ବିଂ ଦୁବେ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି । ଟୁର୍ଣ୍ଣାମେଣ୍ଟରେ ସେ ୫ଟି ୱିକେଟ୍ ଅକ୍ତିଆର୍ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories