Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଟିମ ଇଣ୍ଡିଆକୁ ଧକ୍କା : ଦ୍ବିତୀୟ ଟେଷ୍ଟରୁ ରବୀନ୍ଦ୍ର ଜାଡେଜା, କେଏଲ ରାହୁଲ ବାହାର

Ritu Das
Browse all articles by Ritu Das
·2 years ago·1 min read
ଟିମ ଇଣ୍ଡିଆକୁ ଧକ୍କା : ଦ୍ବିତୀୟ ଟେଷ୍ଟରୁ ରବୀନ୍ଦ୍ର ଜାଡେଜା, କେଏଲ ରାହୁଲ ବାହାର

ଅର୍ଗସ ବ୍ୟୁରୋ: ପ୍ରଥମ ଟେଷ୍ଟରେ ହାରିଥିବା ଭାରତୀୟ କ୍ରିକେଟ୍ ଦଳ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ବିଶାଖାପାଟଣାରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟରୁ ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ କେଏଲ୍ ରାହୁଲ ବାଦ ପଡ଼ିଛନ୍ତି। ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।
ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଫେବ୍ରୁଆରି ୨ତାରିଖରୁ ବିଶାଖାପାଟଣାରେ ଖେଳାଯିବ।

ଏହି ମ୍ୟାଚରୁ ଜାଡେଜା ଓ ରାହୁଲ ବାଦ ପଡ଼ିବା ଦ୍ବାରା ଟିମ ଇଣ୍ଡିଆ ଦୁର୍ବଳ ହେବ । ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ଜାଡେଜା ହେମଷ୍ଟ୍ରିଙ୍ଗରେ ଆଘାତ ପାଇଥିବା ବେଳେ କେଏଲ ରାହୁଲ ଡାହାଣ ଗୋଡ଼ରେ ଯନ୍ତ୍ରଣା ଅନୁଭବ କରିଥିଲେ। ତେବେ ଉଭୟ ଖେଳାଳିଙ୍କ ଉପରେ ବିସିସିଆଇ ଡାକ୍ତରୀ ଟିମ ନଜର ରଖିଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ଭାରତୀୟ କ୍ରିକେଟ୍ ଦଳର ଚୟନ କମିଟି ଦ୍ୱିତୀୟ ଟେଷ୍ଟ ପାଇଁ ସର୍ଫରାଜ ଖାନ୍, ସୌରଭ କୁମାର ଏବଂ ୱାଶିଂଟନ୍ ସୁନ୍ଦରଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରିଛି। ତେବେ ଆଭେଶ ଖାନ ତାଙ୍କ ରଣଜୀ ଦଳ ମଧ୍ୟପ୍ରଦେଶରେ ରହିବେ ଏବଂ ଆବଶ୍ୟକ ପଡ଼ିଲେ ହିଁ ଟିମ୍ ଇଣ୍ଡିଆରେ ଯୋଗ ଦେବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
Shock for Team India | Argus News