Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Shreyas Iyer / ଦୀପାବଳିରେ ଫ୍ୟାନ୍ସଙ୍କୁ ଟ୍ରିଟ୍ ଦେଲେ ଶ୍ରେୟସ ଆୟର

Ritu Das
Browse all articles by Ritu Das
·8 months ago·2 min read
ଦୀପାବଳିରେ ଫ୍ୟାନ୍ସଙ୍କୁ ଟ୍ରିଟ୍ ଦେଲେ ଶ୍ରେୟସ ଆୟର

Key Points

ଭାରତୀୟ କ୍ରିକେଟ ଦଳର ଉପଅଧିନାୟକ ଶ୍ରେୟସ ଆୟାର ଦୀପାବଳିରେ ପ୍ରଶଂସକଙ୍କୁ ଖାସ ଉପହାର ଦେଇଛନ୍ତି। ସେ ଅଭିନେତ୍ରୀ ଅଦା ଶର୍ମାଙ୍କ ସହ ଏକ ନୂଆ ମ୍ୟୁଜିକ ଭିଡିଓ ‘ବୁଲଟ ଆଶିକାନା’ରେ ନଜର ଆସିଛନ୍ତି, ଯାହା ରବିବାର ଲଞ୍ଚ ହୋଇଛି।
ଭାରତୀୟ କ୍ରିକେଟ ଦଳର ଉପଅଧିନାୟକ ଶ୍ରେୟସ ଆୟାର ଦୀପାବଳିରେ ପ୍ରଶଂସକଙ୍କୁ ଖାସ ଉପହାର ଦେଇଛନ୍ତି। ସେ ଅଭିନେତ୍ରୀ ଅଦା ଶର୍ମାଙ୍କ ସହ ଏକ ନୂଆ ମ୍ୟୁଜିକ ଭିଡିଓ ‘ବୁଲଟ ଆଶିକାନା’ରେ ନଜର ଆସିଛନ୍ତି, ଯାହା ରବିବାର ଲଞ୍ଚ ହୋଇଛି। ଏକ ଲୋକପ୍ରିୟ ମୋବାଇଲ ଗେମିଂ ପ୍ଲାଟଫର୍ମର ଦୀପାବଳି ଥିମ୍‌ କ୍ୟାମ୍ପେନର ଅଂଶ ଏହି ଗୀତ। ଶ୍ରେୟସ ଓ ଅଦାଙ୍କ ନୃତ୍ୟ ଓ ଅଭିନୟ ଦୀପାବଳିର ଉତ୍ସାହକୁ ଆହୁରି ରଙ୍ଗୀନ କରିଛି। ସୋସିଆଲ ମିଡିଆରେ ଏହି ଗୀତ ଝଡ଼ ପରି ଭାଇରାଲ ହେଉଛି।



ପ୍ରଶଂସକମାନେ ଶ୍ରେୟସଙ୍କ ନୂଆ ଅଭିନୟ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି, କାରଣ ସେ ସାଧାରଣତଃ କ୍ରିକେଟ ମୈଦାନରେ ଶାନ୍ତ ଖେଳ ପାଇଁ ଜଣାଶୁଣା। ଅଦା ଶର୍ମାଙ୍କ ଉତ୍ସାହ ଓ ଅଭିବ୍ୟକ୍ତି ଗୀତଟିକୁ ଆହୁରି ଆକର୍ଷଣୀୟ କରିଛି। ବର୍ତ୍ତମାନ ଶ୍ରେୟସ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ତିନି ମ୍ୟାଚ ବିଶିଷ୍ଟ ଓଡିଆଇ ସିରିଜରେ ସେ ଖେଳୁଛନ୍ତି। ପର୍ଥରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ସେ ୨୪ ବଲରେ ୧୧ ରନ କରି ହେଜଲଉଡ଼ଙ୍କ ବଲରେ ଆଉଟ ହୋଇଥିଲେ।

ଏହାସହ ପଢ଼ନ୍ତୁ: ମା' ହେଲେ ପରି, ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା

ଘରକୁ ଆସିଲା ନୂଆ ଅତିଥି। ଘରେ ଖୁସିର ମାହୋଲ। ମା' ହେଲେ ଅଭିନେତ୍ରୀ ପରିଣୀତି ଚୋପ୍ରା । ଏଖବର ପରେ ବର୍ତ୍ତମାନ ବି-ଟାଉନରେ ସମସ୍ତେ ପରିଣୀତି ଏବଂ ରାଘବ ଚଢାଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି। ଆଗଧାଡିର ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ନାମ ନିରନ୍ତର ଚର୍ଚ୍ଚାରେ ରହିଛି। ପରିଣୀତି ଚୋପ୍ରା ପ୍ରସବ ପାଇଁ ତାଙ୍କ ଶ୍ୱଶୁର ଘର ପହଞ୍ଚିଥିଲେ ଏବଂ ସନ୍ତାନ ଜନ୍ମ ପାଇଁ ତାଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କିଛି ସମୟ ପୂର୍ବରୁ କରାଯାଇଥିଲା । ଆଉ ଏବେ ଖବର ଆସୁଛି କି ପରିଙ୍କର ଏକ ପୁତ୍ର ସନ୍ତାନ ହୋଇଛି। ପୁରା ପରିବାରରେ ଖୁସିର ମାହୋଲ। ଏହା ନିଶ୍ଚିତ ଯେ ଶ୍ରୀମତୀ ଚଢା ଏହି ଦୀପାବଳିରେ ଏକ ଶିଶୁକୁ ସ୍ବାଗତ କରିଛନ୍ତି। ସେପଟେ ଶିଶୁ ପୁତ୍ରକୁ ସ୍ବାଗତ କରିବା ପାଇଁ ଅଭିନେତ୍ରୀଙ୍କ ଶ୍ୱଶୁର ଘରେ ପ୍ରସ୍ତୁତି ଜୋରସୋରରେ ଚାଲିଛି।


ପରିଣୀତି ଚୋପ୍ରାଙ୍କ ଗର୍ଭଧାରଣ ବହୁତ ଦିନ ଧରି ଚର୍ଚ୍ଚାର ବିଷୟ ହୋଇଆସିଛି। ରିପୋର୍ଟ ଅନୁଯାୟୀ, ପରିଣୀତିଙ୍କୁ ପ୍ରସବ ପାଇଁ ରାଜଧାନୀ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାମୀ ଏବଂ ଆମ ଆଦମୀ ପାର୍ଟିର ରାଜନେତା ରାଘବ ଚଢା ତାଙ୍କ ପତ୍ନୀଙ୍କ ସହିତ ହସ୍ପିଟାଲରେ ପହଞ୍ଚିଥିଲେ ।ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ଏବଂ ଷ୍ଟାରମାନଙ୍କର ଶୁଭେଚ୍ଛା ବାର୍ତ୍ତା ଆସିବା ଆରମ୍ଭ ହୋଇଗଲାଣି । ଆପଣଙ୍କୁ କହିରଖୁଛୁ କି ପରିଣୀତି ଚୋପ୍ରା ଏବଂ ରାଘବ ଚଢ଼ା ୨୪ ସେପ୍ଟେମ୍ବର, ୨୦୨୩ରେ ବିବାହ କରିଥିଲେ । ପରିଣୀତି ଚୋପ୍ରା ଏବଂ ରାଘବ ଚଢ଼ା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ସମୟ ପୂର୍ବରୁ ଏକ ଫଟୋ ଏବଂ ଭିଡିଓ ସେୟାର କରି ଏହି ଖୁସିଖବରକୁ ସେୟାର କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shreyas Iyer Surprises Fans with a Special Diwali Treat | Argus News | Argus News