Viral Video / ହେ ଭଗବାନ!…. ଫ୍ୟାନ୍ସ ଜଣକ ଶ୍ରେୟସ ଆୟରଙ୍କ ସହ ଏମିତି କଣ କଲେ? ଭିଡିଓ ହେଉଛି ଭାଇରାଲ
·1 hour ago·2 min read

Key Points
ଶ୍ରେୟସ ଆୟରଙ୍କ ସହ ଜଣେ ଫ୍ୟାନ୍ସ ଏମିିତି କିଛି କଲେ ଯେ, ସବୁ କ୍ରିକେଟର ଆଶ୍ଚର୍ଯ୍ୟ...
ଭାରତୀୟ ଟି-୨୦ ଅଧିନାୟକ ଶ୍ରେୟସ ଆୟର କ୍ରିକେଟରୁ ବ୍ରେକ ନେବା ପରେ ବର୍ତ୍ତମାନ ଛୁଟି ଏଞ୍ଜୟ କରୁଛନ୍ତି। ଜଣେ ଫ୍ୟାନ୍ସ ତାଙ୍କ ସହ ଏମିତି କିଛି କରିଛନ୍ତି ଯେଉଁଥିରେ ସବୁ କ୍ରିକେଟର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବ୍ୟାଙ୍କକ ବିମାନବନ୍ଦରରେ ବସିଥିବା ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ, ଜଣେ ପ୍ରଶଂସକ ତାଙ୍କ ସହିତ ଏକ ସେଲଫି ନେବାକୁ ଚାହୁଁଛନ୍ତି ଏବଂ ଏପରି କିଛି କରନ୍ତି ଯାହା କ୍ରିକେଟରଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। କ୍ରିକେଟରଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଏବଂ ତା’ପରେ ପରିସ୍ଥିତିକୁ ଶାନ୍ତ ଭାବରେ ଯେଭଳି ସମ୍ଭାଳିଲେ ତାହା ଭାଇରାଲ ହେଉଛି।
ଶ୍ରେୟସ ଆୟରଙ୍କ ଭାଇରାଲ ଭିଡିଓ ବ୍ୟାଙ୍କକ ବିମାନବନ୍ଦରର ବୋଲି କୁହାଯାଉଛି, ଯେଉଁଠାରେ ସେ ଜଣେ ସାଧାରଣ ବ୍ୟକ୍ତି ପରି ବିମାନବନ୍ଦର ଟର୍ମିନାଲରେ ବସିଛନ୍ତି। ହଠାତ୍, ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସି ସେଲଫି ମାଗୁଛନ୍ତି। ସେ ଆୟରଙ୍କ ବ୍ୟାଗକୁ ତାଙ୍କଠାରୁ ଦୂରେଇ ନେଇ ତାଙ୍କ ପାଖରେ ଥିବା ଚେୟାରରେ ବସିଛନ୍ତି। ଏହା ଦେଖି ଆୟର ଟିକେ ଆଶ୍ଚର୍ଯ୍ୟ ହୋଇ ତାଙ୍କ ବ୍ୟାଗକୁ ଦେଖନ୍ତି। ସେ ଏହାକୁ ଫେରାଇଦେବାକୁ ମାଗନ୍ତି। ଯାହାକୁ ଭିଡିଓ କରୁଥିବା ବ୍ୟକ୍ତି ତାଙ୍କୁ କ୍ଷମା ମାଗି ଫେରସ୍ତ କରନ୍ତି। ତଥାପି, ଆୟର ଏଥିରେ ବିଲକୁଲ ରାଗି ନଯାଇ ଭଲଭାବେ ପରିସ୍ଥିତିକୁ ସମ୍ଭାଳିଥିଲେ।
ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ଭାରତୀୟ କ୍ରିକେଟରଙ୍କ ଲାଇଫଷ୍ଟାଇଲ ବିଷୟରେ ବିତର୍କ ଆରମ୍ଭ କରିଛି। କେତେକ ବିଶ୍ୱାସ କରନ୍ତି ଯେ କ୍ରିକେଟରମାନେ ଭାରତରେ ସ୍ୱାଧୀନ ଭାବରେ ରହିପାରିବେ ନାହିଁ, ତେଣୁ ସେମାନେ ବିଦେଶରେ ଛୁଟି କାଟିବାକୁ ପସନ୍ଦ କରନ୍ତି, ଯେଉଁଠାରେ ସେମାନେ କୌଣସି ସୁରକ୍ଷା ବିନା ଖୋଲାଖୋଲି ଭାବେ ବୁଲିପାରିବେ।
ଶ୍ରେୟସ ଆୟର ଖୁବଶୀଘ୍ର କ୍ରିକେଟ ମଇଦାନରେ ନଜର ଆସିବେ। ଆକଗକୁ ଭାରତର ଟି-୨୦ ସିରିଜ ରହିଛି ଯାହା ସେପ୍ଟେମ୍ବର ୧୩ ତାରିଖରୁ ଭାରତ-ଆଫଗାନିସ୍ତାନ ମ୍ୟାଚ ଆରମ୍ଭ ହେବ। ଏହି ତିନି ମ୍ୟାଚ ବିଶିଷ୍ଟ ସିରିଜ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଅନୁଷ୍ଠିତ ହେବ।
At the airport, a fan accidentally dropped Shreyas Iyer bag while trying to take a selfie. 😭📸 pic.twitter.com/8PrqhsIKWv
— Shreyass🧢 (@ShreyassEraa) August 24, 2026
- ଫ୍ୟାନ୍ସଙ୍କ କାମରେ ଶ୍ରେୟସ ହେଲେ ଆଶ୍ଚର୍ଯ୍ୟ
ଶ୍ରେୟସ ଆୟରଙ୍କ ଭାଇରାଲ ଭିଡିଓ ବ୍ୟାଙ୍କକ ବିମାନବନ୍ଦରର ବୋଲି କୁହାଯାଉଛି, ଯେଉଁଠାରେ ସେ ଜଣେ ସାଧାରଣ ବ୍ୟକ୍ତି ପରି ବିମାନବନ୍ଦର ଟର୍ମିନାଲରେ ବସିଛନ୍ତି। ହଠାତ୍, ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସି ସେଲଫି ମାଗୁଛନ୍ତି। ସେ ଆୟରଙ୍କ ବ୍ୟାଗକୁ ତାଙ୍କଠାରୁ ଦୂରେଇ ନେଇ ତାଙ୍କ ପାଖରେ ଥିବା ଚେୟାରରେ ବସିଛନ୍ତି। ଏହା ଦେଖି ଆୟର ଟିକେ ଆଶ୍ଚର୍ଯ୍ୟ ହୋଇ ତାଙ୍କ ବ୍ୟାଗକୁ ଦେଖନ୍ତି। ସେ ଏହାକୁ ଫେରାଇଦେବାକୁ ମାଗନ୍ତି। ଯାହାକୁ ଭିଡିଓ କରୁଥିବା ବ୍ୟକ୍ତି ତାଙ୍କୁ କ୍ଷମା ମାଗି ଫେରସ୍ତ କରନ୍ତି। ତଥାପି, ଆୟର ଏଥିରେ ବିଲକୁଲ ରାଗି ନଯାଇ ଭଲଭାବେ ପରିସ୍ଥିତିକୁ ସମ୍ଭାଳିଥିଲେ।
ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ଭାରତୀୟ କ୍ରିକେଟରଙ୍କ ଲାଇଫଷ୍ଟାଇଲ ବିଷୟରେ ବିତର୍କ ଆରମ୍ଭ କରିଛି। କେତେକ ବିଶ୍ୱାସ କରନ୍ତି ଯେ କ୍ରିକେଟରମାନେ ଭାରତରେ ସ୍ୱାଧୀନ ଭାବରେ ରହିପାରିବେ ନାହିଁ, ତେଣୁ ସେମାନେ ବିଦେଶରେ ଛୁଟି କାଟିବାକୁ ପସନ୍ଦ କରନ୍ତି, ଯେଉଁଠାରେ ସେମାନେ କୌଣସି ସୁରକ୍ଷା ବିନା ଖୋଲାଖୋଲି ଭାବେ ବୁଲିପାରିବେ।
ଶ୍ରେୟସ ଆୟର ଖୁବଶୀଘ୍ର କ୍ରିକେଟ ମଇଦାନରେ ନଜର ଆସିବେ। ଆକଗକୁ ଭାରତର ଟି-୨୦ ସିରିଜ ରହିଛି ଯାହା ସେପ୍ଟେମ୍ବର ୧୩ ତାରିଖରୁ ଭାରତ-ଆଫଗାନିସ୍ତାନ ମ୍ୟାଚ ଆରମ୍ଭ ହେବ। ଏହି ତିନି ମ୍ୟାଚ ବିଶିଷ୍ଟ ସିରିଜ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଅନୁଷ୍ଠିତ ହେବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories