Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Shreyas Iyer / ICUରୁ ବାହାରିବା ପରେ ଆସିଲା ଶ୍ରେୟସ ଆୟରଙ୍କ ବଡ଼ ବୟାନ...ଆଘାତକୁ ନେଇ ଏମିତି କହିଲେ

Ritu Das
Browse all articles by Ritu Das
·8 months ago·2 min read
ICUରୁ ବାହାରିବା ପରେ ଆସିଲା ଶ୍ରେୟସ ଆୟରଙ୍କ ବଡ଼ ବୟାନ...ଆଘାତକୁ ନେଇ ଏମିତି କହିଲେ

Key Points

ଆଜି ଶ୍ରେୟସ ଆୟର ନିଜ ସ୍ବାସ୍ଥ୍ୟକୁ ନେଇ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ସବୁ ଫ୍ୟାନ୍ସଙ୍କୁ ଧନ୍ୟବାଦ କହିଛନ୍ତି।
ସିଡନୀ ଦିନିକିଆ ମ୍ୟାଚରେ କ୍ୟାଚ ଧରିବାବେଳେ ଭାରତର ଷ୍ଟାର ପ୍ଲେୟର ଶ୍ରେୟସ ଆୟର ଗୁରୁତର ଆହତ ହୋଇଥିଲେ। ସେ ବର୍ତ୍ତମାନ ସିଡନୀ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ପଞ୍ଜରା ଫାଟି ଯାଇ ଭିତରେ ରକ୍ତସ୍ରାବ ହେଉଥିବାରୁ ତାଙ୍କୁ ଗୁରୁତର ଭାବେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏବେ କିନ୍ତୁ ସେ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଛନ୍ତି। ସେଥିପାଇଁ ଏବେ ତାଭ୍କୁ ଆଇସିୟୁରୁ ବାହାରକୁ ସ୍ଥାନାନ୍ତର କରାଯାଇଛି। ଫ୍ୟାନ୍ସମାନେ ତାଙ୍କ ସ୍ବସ୍ଥ୍ୟାବସ୍ଥାକୁ ନେଇ ବହୁତ ଚିନ୍ତିତ ଥିଲେ ଦୁଇ ଦିନ ଭାରତର ଟି-୨୦ କ୍ୟାପଟେନ ସୁର୍ଯ୍ୟ କୁମାର ଯାଦବ ତାଙ୍କ ହେଲଥକୁ ନେଇ ଅପଡେଟ ଦେଇଥିଲେ। ଯେ, ଚିନ୍ତା କରନ୍ତୁନି। ଆୟରଙ୍କ ସହ ମୋ କଥା ହେଉଛି ସେ ଏବେ ଭଲ ଅଛନ୍ତି। ସେପଟେ ସୂର୍ଯ୍ୟଙ୍କ ମା' ଛଟ୍‌ ପୂଜାରେ ଆୟର ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ଛଠୀ ମା'ଙ୍କୁ ପ୍ରାର୍ଥନା କରିଥିଲେ। 

 

ତେବେ ଆଜି ଶ୍ରେୟସ ଆୟର ନିଜ ସ୍ବାସ୍ଥ୍ୟକୁ ନେଇ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ସବୁ ଫ୍ୟାନ୍ସଙ୍କୁ ଧନ୍ୟବାଦ କହିଛନ୍ତି।

ଏହାସହ ପଢ଼ନ୍ତୁ: ହସ୍ପିଟାଲରୁ ଆସିଲା ଶ୍ରେୟସ ଆୟରଙ୍କର ପ୍ରଥମ ଫଟୋ , ବିସିସିଆଇ ଜାରି କଲା ଦ୍ୱିତୀୟ ମେଡିକାଲ ଅପଡେଟ୍


ଶ୍ରେୟସଙ୍କର ଆସିଲା ପ୍ରଥମ ପ୍ରତିକ୍ରିୟା

ସିଡନୀ ୨୫ ଅକ୍ଟୋବର ଭାରତ ବନାମ ଅଷ୍ଟ୍ରେଲିଆର ତୃତୀୟ ଦିନିକିଆ ମ୍ୟାଚ ଥିଲା। ପଡିଆରେ କ୍ୟାଚ ନେବାବେଳେ ଡାଇଭ ମାରୁଥିଲେ ଏତିକିବେଳେ ତଳେ ମୁହଁ ମାଡ଼ି ପଡ଼ିଯାଇଥିଲେ। ଆଉ ତାଙ୍କୁ spleen injury ହୋଇଥିଲା। ହସ୍ପିଟାଲରେ ଭର୍ତ୍ତି ହେବା ପର ଠୁ BCCI ଶ୍ରେୟସଙ୍କ ସ୍ବାସ୍ଥ୍ୟକୁ ନେଇ ଲଗାତାର ଅପଡେଟ ଦେଇଥିଲା। ଆୟର ଏବେ ଆଇସିୟରୁ ବାହାରିବା ପରେ ଫ୍ୟାନ୍ସଙ୍କୁ ଏକ ମେସେଜ କରିଛନ୍ତି। ଏବଂ ଧନ୍ୟବାଦ କହିଛନ୍ତି। ଶ୍ରେୟସ ଆଉ ମଧ୍ୟ ଲେଖିଛନ୍ତି, "ମୁଁ ଏବେ ରିକଭର କରୁଛି।" ଯେମିତି ଯେମିତି ଦିନ ବିତୁଛି ମୁଁ ଅଧିକ ସୁସ୍ଥ ହେଉଛି। ଏହି ହସ୍ପିଟାଲରେ ଡକ୍ଟର ମାନେ ମୋର ଭଲ ଭାବେ ଯତ୍ନ ନେଉଛନ୍ତି। ମୋତେ ଏତେ ସାରା ସପୋର୍ଟ ଏବଂ ଭଲ ପାଇବା ଦେଇଥିବାରୁ ହୃଦୟରୁ କୃତଜ୍ଞତା ଜଣାଉଛି। ଏହା ସତରେ ବହୁ ମହତ୍ବପୂର୍ଣ୍ଣ ହୋଇଥାଏ। ଏତେ ଲୋକଙ୍କ ଭଲ ପାଇବା ମୋ ନିକଟରେ ଅଛି ତାହା ପୂର୍ବରୁ କେବେ ଅନୁଭବ କରି ନ ଥିଲି। ଖୁସି ଲାଗୁଛି ଏତେ ଲୋକଙ୍କ ଆର୍ଶୀବାଦ ମୋ ସହ ଅଛି। 

ଏହାସହ ପଢ଼ନ୍ତୁ: ଶ୍ରେୟସଙ୍କ ଆରୋଗ୍ୟ କାମନା କରି ଛଠି ମା'ଙ୍କୁ ପୂଜା କଲେ ସୂର୍ଯ୍ୟଙ୍କ ମା': ଭିଡିଓ ଭାଇରାଲ

ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ଆଘାତକୁ ନେଇ ବହୁ ଚିନ୍ତିତ ରହୁଛନ୍ତି। ଏହି ଆଘାତ ପାଇଁ ତାଙ୍କୁ ପ୍ରାୟ ୨ମାସ କ୍ରିକେଟରୁ ଦୂରରେ ରହିବାକୁ ପଡ଼ିବ। ୨୦୨୬ ମସିହା ଜାନୁୟାରୀ ମାସରେ ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ୩ମ୍ୟାଚ ବିଶିଷ୍ଟ ଓ୍ବାନଡେ ସିରିଜରେ ପ୍ରତ୍ୟୋବର୍ତ୍ତନ କରିପାରନ୍ତି। ଗତ ୩ବର୍ଷ ହେଲା ଆୟର ଓ୍ବାନଡେ ଫର୍ମାଟରେ ଭଲ ରନ କରି ନିଜକୁ ପ୍ରମାଣିତ କରିଛନ୍ତି। ଯେଉଁଥିପାଇଁ ଭାରତ-ଅଷ୍ଟ୍ରେଲିଆ ସିରିଜର ଠିକ ପୂର୍ବରୁ ତାଙ୍କୁ ଉପ-ଅଧିନାୟକ ଦାୟିତ୍ବ ଦିଆଯାଇଥିଲା। ଆୟର ଇଞ୍ଜୁରୀରୁ ଫେରିବାପରେ ଟି-୨୦ ଫର୍ମାଟକୁ ମଧ୍ୟ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଭାରତୀୟ ଟିମ୍‌ରେ ଏପର୍ଯ୍ୟନ୍ତ ସେ ତିନୋଟି ଫର୍ମାଟରେ ନିଜକୁ ଶ୍ରେଷ୍ଠ ଖେଳାଳି ଭାବେ ସାବ୍ୟସ୍ତ କରିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shreyas Iyer’s Big Statement After ICU Release | Argus News