Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Sports Update / ଶ୍ରେୟସଙ୍କ ଫର୍ମ ଦେଖି ସବୁ ଆଶ୍ଚର୍ଯ୍ୟ: ଏମିତି ଖେଳ ଦେଖାଇଲେ ସମସ୍ତଙ୍କ ମୁହଁ ବନ୍ଦ ହୋଇଗଲା

Rashmita Mishra
Browse all articles by Rashmita Mishra
·2 months ago·2 min read
ଶ୍ରେୟସଙ୍କ ଫର୍ମ ଦେଖି ସବୁ ଆଶ୍ଚର୍ଯ୍ୟ: ଏମିତି ଖେଳ ଦେଖାଇଲେ ସମସ୍ତଙ୍କ ମୁହଁ ବନ୍ଦ ହୋଇଗଲା
Sports Update

Key Points

ସମସ୍ତଙ୍କ ମୁହଁ ବନ୍ଦ ତେଲ ମାରିଲେନି କିନ୍ତୁ ବହେ ମାରିଲେ
ଏମିତି ଖେଳ ଦେଖାଇଲେ ସମସ୍ତଙ୍କ ମୁହଁ ବନ୍ଦ ହୋଇଗଲା
କାହାକୁ ତେଲ ମାରିଲେ ନାହିଁ କିନ୍ତୁ ବହେ ଧୋଇଲେ
ଶ୍ରେୟସଙ୍କ ଫର୍ମ ଦେଖି ରୋହିତ ପୁରା ଆଶ୍ଚର୍ଯ୍ୟ

ଶ୍ରେୟସଙ୍କ ଫର୍ମ ଦେଖି ରୋହିତ ପୁରା ଆଶ୍ଚର୍ଯ୍ୟ । ସେ ଦେଖାଇଦେଲେ ତାଙ୍କୁ କେତେ ଅବହେଳା କରିଛି ବିସିସିଆଇ । ସିଲେକ୍ଟର ଚାହିଁକି ରହିଗଲେ । ବିରାଟ, ରୋହିତ, ହାର୍ଦ୍ଦିକ ସବୁ ତାଙ୍କ ଖେଳକୁ ଦେଖି ତାଳି ମାରିଲେ । କାହାକୁ ତେଲ ନମାରି ଦେଖାଇ ଦେଲେ କି ସେ କ୍ୟାପଟେନ୍‌ ହେବା ପାଇଁ ଯୋଗ୍ୟ ବୋଲି । ଶ୍ରେୟସ ଆୟର ଭଲ ବ୍ୟାଟିଂ କରିପାରନ୍ତି । ଦଳକୁ ଫାଇନାଲରେ ନେଇ ପହଞ୍ଚାଇ ପାରନ୍ତି । ଫିଲ୍ଡିଂରେ ଆଶ୍ଚର୍ଯ୍ୟ କରିଲା ଭଳି କ୍ୟାଚ୍‌ ଧରିପାରନ୍ତି । ଭଲ କ୍ୟାପଟେନ୍‌ ହୋଇ ଟ୍ରଫି ହାସଲ କରିବାର ମଧ୍ୟ କ୍ଷମତା ତାଙ୍କ ଭିତରେ ରହିଛି ।

କିନ୍ତୁ ସେ କେବଳ ଗୋଟିଏ କାମ ଭଲରେ କରିପାରନ୍ତି ନାହିଁ । ସିଲେକ୍ଟର ମାନଙ୍କୁ ତେଲ ମାରିପାରନ୍ତି ନାହିଁ ଶ୍ରେୟସ । ଯଦି ସେ ତେଲ ମାରିପାରିଥାନ୍ତେ ତାହାଲେ ସେ ଏବେ ଭାରତୀୟ ଦଳରେ ଅଧିନାୟକ ହୋଇସାରନ୍ତେଣି । କାରଣ ଯେଉଁମାନେ ତାଙ୍କ ଠାରୁ ଖରାପ ଖେଳୁଛନ୍ତି । ଯେଉଁମାନେ ବିଶ୍ବକପ୍‌ରେ ସିଲେକ୍ସନ ହେବା କଥା ନୁହେଁ ସେମାନେ ଏବେ ଦଳରେ ରହିଛନ୍ତି ।

କ୍ୟାପ୍‌ଟେନ ହେବାକୁ ଯେଉଁ ମାନେ ଯୋଗ୍ୟ ନୁହଁ, ବିସିସିଆଇ ସେମାନଙ୍କୁ ଭାରତୀୟ ଦଳର ଅଧିନାୟକ କରିଛି । କିନ୍ତୁ ଶ୍ରେୟସଙ୍କୁ ବାରମ୍ବାର ବିସିସିଆଇ ଅଣଦେଖା କରିଛି । ବିସିସିଆଇ ତାଙ୍କ କଥା ଟିକେ ବି ଭାବୁ ନାହିଁ । ଯାହା ସବୁଠାରୁ ନିନ୍ଦନିୟ ଏବଂ ଦୁଃଖଦ କାରଣ ।

ଯିଏ ଚାମ୍ପିୟନ୍ସ ଟ୍ରଫିରେ ଦଳକୁ ବିଜୟ ଦେଲେ । ତାଙ୍କୁ ଟି ୨୦ ବିଶ୍ବକପ୍‌ରୁ ବାହାର କରିଦିଆଗଲା । ଯେଉଁମାନଙ୍କୁ ବିସିସିଆଇ ଚୟନ କଲା ସେମାନେ ଟି ୨୦ ବିଶ୍ବକପ୍‌ରେ ଗୋଟିଏ ପରେ ଗୋଟିଏ ଫ୍ଲପ୍‌ ହେଲେ । ସେଥିପାଇଁ ଏବେ ପୁରା ଭାରତରେ ସ୍ବର ଉଠୁଛି ଶ୍ରେୟସ ଆୟରଙ୍କୁ କ'ଣ ପାଇଁ ବିସିସିଆଇ ଅବହେଳା କରୁଛି ? କାରଣ ଯେଉଁ ଦକ୍ଷତା ରୋହିତଙ୍କ ପାଖରେ ଥିଲା ଯେଉଁ ଦକ୍ଷତା ଧୋନୀଙ୍କ ପାଖରେ ଥିଲା । ସେହି ଦକ୍ଷତା ଶ୍ରେୟସଙ୍କ ପାଖରେ ଥିବା ଜଣାପଡ଼ୁଛି । ଶ୍ରେୟସ ସବୁ ବେଳେ ଦେଖାଇଛନ୍ତି ତାଙ୍କ ଭିତରେ ଥିବା ଦକ୍ଷତାକୁ । କିନ୍ତୁ ସେ ତେଲ ମାରୁ ନାହାଁନ୍ତି ବୋଲି ତାଙ୍କୁ ଦଳରୁ ବାହାରେ ରହିବାକୁ ପଡ଼ୁଛି ।

ଯଦି ଦେଖିବା ଶ୍ରେୟସଙ୍କ ବ୍ୟାଟିଂ ଏବଂ ଅଧିନାୟକତ୍ବ IPLରେ ପୁରା ବିଶ୍ବ ଦେଖୁଛି । ଲଗାତାର ଚାରିଟି ମ୍ୟାଚରେ ବିଜୟ ହାସଲ କରିଛି ପଞ୍ଜାବ । ଗୁରୁବାର ପଞ୍ଜାମ ଏବଂ ବାଙ୍ଗଲୋର ମଧ୍ୟରେ ମ୍ୟାଚ୍‌ରେ ବ୍ୟାଙ୍ଗଲୋରକୁ ଡୋମିନେଣ୍ଟ କରି ହରାଇଛନ୍ତି ପଞ୍ଜାବ । ବ୍ୟାଙ୍ଗଲୋରର ସବୁ ବୋଲର ମାନଙ୍କୁ ନୁର୍ଧୁମ ଛେଚିଛନ୍ତି ।

ବୋଲିଂ ଠାରୁ ବ୍ୟାଟିଂ ଫିଲ୍ଡିଂରେ ମଧ୍ୟ କମାଲ କରିଛି ପଞ୍ଜାବ । ଯେଉଁଥିରେ ଶ୍ରେୟସଙ୍କ କ୍ୟାଚ୍‌ ସବୁଠାରୁ ଆର୍ଶଣୀୟ ଥିଲା । ବ୍ୟାଟିଂରେ ମଧ୍ୟ କମାଲ କରିଛନ୍ତି ଶ୍ରେୟସ । ମୁମ୍ବାର ୧୯୬ ରନ୍‌ର ଟାର୍ଗେଟକୁ ପିଛା କରିବାକୁ ଯାଇ ଶ୍ରେୟସ କରିଥିଲେ ୩୫ ବଲରେ ୬୬ ରନ୍‌ ଏବଂ ପ୍ରଭସିମରନ୍‌ କରିଥିଲେ ବିସ୍ଫୋରକ ୩୯ ବଲରେ ୮୦ ରନ୍‌। ଯାହାପରେ ଦଳ ମୁମ୍ବାଇକୁ ପରାସ୍ତା କରିଥିଲା । ଏବେ ପୁରା ଦେଶ ଶ୍ରେୟସଙ୍କ ଫ୍ୟାନ୍‌ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sports Update | Sports Update | Shreyas Iyer Stuns Everyone with Incredible Form | Argus News