ପଞ୍ଜାବ ଲୋକସଭା ନିର୍ବାଚନ ପାଇଁ ଶୁଭମନ ଗିଲଙ୍କୁ ମିଳିଲା ବଡ଼ ଦାୟିତ୍ବ
·2 years ago

ଅର୍ଗସ ବ୍ୟୁରୋ: ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ ସିଇଓଙ୍କ କାର୍ଯ୍ୟାଳୟ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଭାରତୀୟ କ୍ରିକେଟର ଶୁଭମନ ଗିଲଙ୍କୁ ରାଜ୍ୟ ଆଇକନ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ସିବିନ ସିଂ ସୋମବାର ଏକ ବିବୃତ୍ତିରେ କହିଛନ୍ତି ଯେ, ଗିଲ ଏକ ଅଲଗା ଅଳଗା ଅଭିଯାନର ଅଂଶ ହେବେ। ଏହାର ଉଦ୍ଦେଶ୍ୟ ହେଉଛି ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଯାହାଫଳରେ ରାଜ୍ୟରେ ଭୋଟ ପ୍ରତିଶତ ୭୦% ମାର୍କ ଅତିକ୍ରମ କରିବ। ନିର୍ବାଚନ ଅଧିକାରୀମାନେ ଏଥର ୭୦ ଅତିକ୍ରମ କରିବା ଲକ୍ଷ୍ୟ ରଖିଛନ୍ତି।
ବାସ୍ତବରେ, ପଞ୍ଜାବରେ ୨୦୧୯ ଲୋକସଭା ନିର୍ବାଚନରେ ୧୩ଟି ସିଟ ପାଇଁ ୬୫.୯୬ ପ୍ରତିଶତ ଭୋଟ ମିଳିଥିଲା। ସିବିନ କହିଛନ୍ତି ଯେ, ପଞ୍ଜାବରୁ ଆସିଥିବା ଗିଲ କ୍ରୀଡ଼ାପ୍ରେମୀ ବିଶେଷ କରି ଯୁବକମାନଙ୍କ ମଧ୍ୟରେ ଲୋକପ୍ରିୟ ଏବଂ ତାଙ୍କୁ ନିର୍ବାଚନ ପାଇଁ ରାଜ୍ୟ ଆଇକନ କରାଯାଇଛି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: