Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପୁଣି ଏକ ବଡ଼ ରେକର୍ଡ କଲେ ଶୁଭମନ ଗିଲ୍‌

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପୁଣି ଏକ ବଡ଼ ରେକର୍ଡ କଲେ ଶୁଭମନ ଗିଲ୍‌

Key Points

କ୍ରିକେଟର ଶୁଭମନ ଗିଲଙ୍କ ଆଉ ଏକ ବଡ଼ ରେକର୍ଡ

ପୁଣି ଏକ ଶତକ ହାସଲ କରି ଚର୍ଚ୍ଚାରେ ଗିଲ୍‌

କ୍ରିକେଟର ଶୁଭମନ ଗିଲଙ୍କ ଆଉ ଏକ ବଡ଼ ରେକର୍ଡ। ପୁଣି ଏକ ଶତକ ହାସଲ କରି ଚର୍ଚ୍ଚାରେ ଗିଲ୍‌। ଅଧିନାୟକ ଭାବେ ଇଂଲଣ୍ଡ ଗସ୍ତରେ ଯାଇଥିବା ଶୁଭମନ ଗିଲଙ୍କ ବ୍ୟାଟରୁ ଖାଲି ରନ ବର୍ଷା ହେଉଛି। ପ୍ରଥମେ ସେ ଲିଡ୍ସ ଟେଷ୍ଟରେ ଶତକ ହାସଲ କରିଥିଲେ। ତା’ପରେ ସେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୨୬୯ ରନ କରିଥିଲେ। ଗିଲ୍ ଏଜବାଷ୍ଟନ୍ ଟେଷ୍ଟରେ Full Formରେ ଅଛନ୍ତି। ଏହି ଟେଷ୍ଟର ଉଭୟ ଇନିଂସରେ ଭଲ ବ୍ୟାଟିଂ କରି ଶୁଭମନ ଗିଲ୍ ଉଭୟ ଇନିଂସରେ ଅପରାଜିତ ୩୪୬ ରନ କରିଛନ୍ତି। ଏହି ସଂଖ୍ୟା ଆହୁରି ବଢ଼ିପାରେ, କାରଣ ଗିଲ୍ ୮୦ ରନରେ ଅପରାଜିତ ଅଛନ୍ତି। 


ଏଜବାଷ୍ଟନରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଗିଲ୍ ପୁଣି ଏକ ଶତକୀୟ ଇନିଂସ ଖେଳିଛନ୍ତି । ସେ ୧୨୯ ବଲରେ ୧୦୦ ରନ୍ ପୂରଣ କରିଛନ୍ତି । ଏହା ପୂର୍ବରୁ ଭାରତର ଷ୍ଟାର୍ ବ୍ୟାଟର ପ୍ରଥମ ଇନିଂସରେ ଦ୍ୱିଶତକ ମାରିଥିଲେ । ଏହାସହ ଶୁଭମନ ଗିଲ୍ ଗୋଟିଏ ମ୍ୟାଚ୍‌ରେ ଦ୍ୱିଶତକ ଓ ଶତକ ମାରିବାରେ ଦୁନିଆର ନବମ ବ୍ୟାଟର ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୩୪୬ ରନ ସହିତ, ସେ ୧୯୭୧ ମସିହାରେ ସୁନୀଲ ଗାଭାସ୍କରଙ୍କ ଦ୍ୱାରା କରାଯାଇଥିବା ୩୪୪ ରନର ରେକର୍ଡ ଭାଙ୍ଗିଛନ୍ତି। ଗିଲ୍ ଏବେ ଭାରତ ପାଇଁ ଗୋଟିଏ ଟେଷ୍ଟ ମ୍ୟାଚରେ ସର୍ବାଧିକ ରନ କରିଥିବା ଖେଳାଳି ହୋଇସାରିଛନ୍ତି। ବର୍ତ୍ତମାନ ସେହି ମ୍ୟାଚର ଦ୍ୱିତୀୟ ଇନିଂସରେ ସେ ଶତକ ଆଡକୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି। ଗିଲ୍ ବର୍ତ୍ତମାନ ୮୦ ରନରେ ଖେଳୁଛନ୍ତି ଏବଂ ଏହି ଇନିଂସ ଆଧାରରେ ସେ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କରଙ୍କ ୫୪ ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଇତିହାସ ରଚିଛନ୍ତି।

Sponsored
shubman-gill-breaks-virat-kohlis-record-smashes-most-runs-in-a-test-match-with-edgbaston-masterclass-vs-england-news-today | Argus News