Videos
|
Sports

Delhi Car Blast / ଦିଲ୍ଲୀ କାର ବିସ୍ଫୋରଣ ଘଟଣାରେ ଦୁଃଖ ପ୍ରକାଶ କରି ଭାବପ୍ରବଣ ପୋଷ୍ଟ କଲେ କ୍ୟାପଟେନ ଶୁଭମନ ଗିଲ୍

Ritu Das
Browse all articles by Ritu Das
·8 months ago·2 min read
ଦିଲ୍ଲୀ କାର ବିସ୍ଫୋରଣ ଘଟଣାରେ ଦୁଃଖ ପ୍ରକାଶ କରି ଭାବପ୍ରବଣ ପୋଷ୍ଟ କଲେ କ୍ୟାପଟେନ ଶୁଭମନ ଗିଲ୍

Key Points

କ୍ୟାପଟେନ ଶୁଭମନ ଗିଲ ଦିଲ୍ଲୀରେ ହୋଇଥିବା ଭୟଙ୍କର ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଛନ୍ତି।
ଦିଲ୍ଲୀ ବିସ୍ଫୋରଣରେ ସାରା ଦେଶ ସ୍ତବ୍ଧ ହୋଇପଡ଼ିଛି। ଦିଲ୍ଲୀ ଲାଲକିଲ୍ଲା ନିକଟରେ ଥିବା ମେଟ୍ରୋ ଷ୍ଟେସନର ୧ ନଂ ଗେଟ ନିକଟରେ ଏକ ହ୍ୟୁଣ୍ଡାଇ ଆଇ୨୦ କାର ବିସ୍ଫୋରଣ ହୋଇଥିଲା। ଯେଉଁଥିପାଇଁ ଆଖପାଖରେ ଥିବା ଗାଡ଼ିରେ ଭୟଙ୍କର ନିଆଁ ଲାଗିଥିଲା। ଏହି ଭୟଙ୍କର ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି। ୩୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇ LNJP ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧିୀନ ଅଛନ୍ତି। ଆତଙ୍କୀ ଆକ୍ରମଣ କୁହାଯାଉଛି। ବଡ଼ଧରଣର ଆତଙ୍କୀ ଯୋଜନାକୁ ପଣ୍ଡ କରାଯାଇଛି। ଏହି ଭୟାନକ ଦୁର୍ଘଟଣାରେ ଭାରତୀୟ ଟେଷ୍ଟ ଏବଂ ଦିନିକିଆ ଟିମର କ୍ୟାପଟେନ ଶୁଭମନ ଗିଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଗିଲ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜର ଦୁଃଖ ପ୍ରକାଶ କରିଛନ୍ତି। ପୁରା ଦିଲ୍ଲୀବାସୀଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି।



ଦିଲ୍ଲୀ ବିସ୍ଫୋରଣରେ ଇମୋସନାଲ ହେଲେ ଗିଲ

କ୍ୟାପଟେନ ଶୁଭମନ ଗିଲ ଦିଲ୍ଲୀରେ ହୋଇଥିବା ଭୟଙ୍କର ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଗିଲ କହିଛନ୍ତି ଯେ, ମୁଁ ଏହି ଦୁର୍ଘଟଣା ବିଷୟରେ ଶୁଣିବା ପରେ ଗଭୀର ମର୍ମାହତ ହୋଇପଡ଼ିଛି। ସେବେଠାରୁ ମୋତେ ଭଲ ଲାଗୁନାହିଁ। ଏହି ଦୁର୍ଘଟଣା ମୋତେ ବହୁ ମାତ୍ରାରେ ଚିନ୍ତିତ କରିଛି। ଯେଉଁମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ମୋର ସମ୍ବେଦନା ସେମାନଙ୍କ ସହ ଅଛି। ମୁଁ ସମସ୍ତଙ୍କ ସୁରକ୍ଷା କାମନା କରୁଛି।



ଧଓ୍ବନ-ଗମ୍ଭୀରଙ୍କ ସମେତ ଅନ୍ୟ କ୍ରିକେଟର ବି ଦୁଃଖ ପ୍ରକାଶ କଲେ



ଦିଲ୍ଲୀ କାର ବିସ୍ଫୋରଣରେ ଭାରତୀୟ ଟିମର ମୁଖ୍ୟ କୋଚ ଗୌତମ ଗମ୍ଭୀର ପୀଡ଼ିତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଗମ୍ଭୀର ମଧ୍ୟ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ଲେଖିଛନ୍ତି, ଯେଉଁ ଲୋକମାନେ ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସେମାନଙ୍କ ପାଇଁ ମୋତେ ବହୁତ ଦୁଃଖ ଲାଗୁଛି। ମୃତକଙ୍କ ପରିବାରକୁ ଶକ୍ତି ଏବଂ ଧୈର୍ଯ୍ୟ କାମନା କରୁଛି। ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କ ତୁରନ୍ତ ଆଶୁ ଆରୋଗ୍ୟ କାମନା କରୁଛି।

ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧଓ୍ବନ ମଧ୍ୟ ଏକ୍ସରେ ପୋଷ୍ଟ ଶେୟାର କରି ଦିଲ୍ଲୀ ବିସ୍ଫୋରଣ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା କାର ବିସ୍ଫୋରଣରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପାଇଁ ମୁଁ ବହୁତ ଦୁଃଖୀତ। ମୋ ପ୍ରର୍ଥନା ପୀଡ଼ିତ ପରିବାରଙ୍କ ସହ ସବୁବେଳେ ରହିଛି। ଆଗକୁ ଆମ ସମସ୍ତଙ୍କୁ ଅଧିକ ସୁରକ୍ଷିତ ଏବଂ ସାବଧାନ ହେବାକୁ ପଡ଼ିବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Shubman Gill’s Emotional Post on Delhi Car Blast | Argus News