Shubman Gill / ଶୁଭମନ୍ଙ୍କ ଭବିଷ୍ୟତ ଅନ୍ଧାର, ଏହି ଦୁଇ ଖେଳାଳି ଭଲ ଖେଳୁଛନ୍ତି: ମାଇକେଲ୍ ମାର୍କ
·2 months ago·2 min read

Key Points
ଶୁଭମନ୍ ଗିଲ୍ଙ୍କୁ ନେଇ ଏମିତି କହିଲେ ଅଷ୍ଟ୍ରେଲିଆ କ୍ରିକେଟର
ଭବିଷ୍ୟତରେ ଭଲ ଖେଳିପାରିବେନି
ଭାଇରାଲ ହେଉଛି ପୋଷ୍ଟ
ଭବିଷ୍ୟତରେ ଭଲ ଖେଳିପାରିବେନି
ଭାଇରାଲ ହେଉଛି ପୋଷ୍ଟ
ପୁଣି ଥରେ ଗିଲ୍ଙ୍କ ଭବିଷ୍ୟତ ଅନ୍ଧକାରକୁ ଯିବାର ଦେଖାଯାଉଛି। ଦିନକୁ ଦିନ ଶୁଭମନ୍ ଗିଲ୍ ଆଉ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ଯାହାକୁ ଦୃଷ୍ଟିରେ ରଖି ଅନେକ ଖେଳ ପ୍ରେମୀ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। ପୁଣି ଥରେ ଏମିତି କିଛି କହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟର ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହାସହ ଗିଲ୍ଙ୍କୁ ମଧ୍ୟ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। ଯଦି ଗିଲ୍ ନୁହନ୍ତି ଭାରତୀୟ ଦଳର ଭବିଷ୍ୟତ ତେବେ କିଏ ହେବ ଭାରତୀୟ ଦଳର ଭବିଷ୍ୟତ ? ଆଗାମୀ ଦିନରେ କାହା ପାଇଁ ଗହଳି କରିବେ ଫ୍ୟାନ୍ସ ? ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରେ କାହାକୁ ଚିଅର୍ସ କରିବେ ପ୍ରଶଂସକ । କିଛି ଏମିତି ପ୍ରଶ୍ନ ଏବେ ଲଗାତାର ଉଠୁଛି । ସେପଟେ ଶୁଭମନ୍ ଗିଲ୍ ସାରା ତେନ୍ଦୁଲକରଙ୍କୁ ଡେଟ୍ କରୁଥିବା ସମୟରେ ବି ଏମିତି କିଛି ପ୍ରଶ୍ନ ଉଠୁଥିଲା କି ସେ ଖେଳିପାରୁନାହାନ୍ତି। ବର୍ତ୍ତମାନ ଦୁହେଁ ଅଲଗା ହେବା ପରେ ବି ସମାନ ପ୍ରଶ୍ନ ଉଠୁଛି।
କାରଣ କ୍ୟାରିଅରର ସାୟାହ୍ନରେ ଅଛନ୍ତି ଦୁଇ ଭେଟେରାନ୍ । ଏସବୁ ଭିତରେ ଦୁଇ ତିନି ଖେଳାଳିଙ୍କ ନାଁ ଆସୁଛି । ହେଲେ ସବୁଠୁ ଆଗରେ ଅଛନ୍ତି ଶୁଭମନ୍ ଗିଲ୍ । ଗିଲ୍ ଆଗାମୀ ଦିନରେ ଭାରତର ଷ୍ଟାର୍ ବ୍ୟାଟର ହେବେ ବୋଲି ଅନେକ କହୁଛନ୍ତି । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଅଷ୍ଟ୍ରେଲିଆର ମହାନ ଖେଳାଳି ମାର୍କ ଓ୍ୱଗ୍ ।ସୂଚନାଯୋଗ୍ୟ, ଯଶସ୍ୱୀଙ୍କୁ ଦିନିକିଆରେ ଅଧିକ ସୁଯୋଗ ମିଳୁନି । ସେ ଟେଷ୍ଟ୍ ମୁକାବିଲାରେ ବେଶି ନଜର ଆସୁଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ତାଙ୍କୁ ଗିଲଙ୍କ ଜାଗାରେ ସୁଯୋଗ ମିଳିଥିଲା । ପ୍ରଥମ ଦୁଇଟି ମୁକାବିଲାରେ ସେ ବିଫଳ ହୋଇଥିଲେ । କିନ୍ତୁ ଶେଷ ମ୍ୟାଚରେ ତାଙ୍କ ବ୍ୟାଟରୁ ଜବରଦସ୍ତ ଶତକ ବାହାରିଥିଲା ।ଅନ୍ୟ ଦିଗରେ କିଏ ବିଶ୍ୱର ଆଗାମୀ ବେଷ୍ଟ୍ ପ୍ଲେୟାର ବୋଲି ମାର୍କ ଏବଂ ଇଂଲଣ୍ଡ ଖେଳାଳି ମାଇକେଲ୍ ଭନଙ୍କ ମଧ୍ୟରେ ଏକ ବିତର୍କ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ଏହି ଜୀବକୁ ମାରି ଖାଆନ୍ତି ଭେନେଜୁଏଲାର ସୈନିକ, କାରଣ ଜାଣିଲେ ଉଡ଼ିଯିବ ହୋସ୍
ମାଇକେଲ୍ ମାର୍କଙ୍କ କଥାରେ ସହମତି ଦେଖାଇ ନାହାଁନ୍ତି । ଓଲଟା କହିଛନ୍ତି ଯେ, ହ୍ୟାରୀ ବ୍ରୁକ୍ ଆଗାମୀ ଦିନରେ ବଡ ଖେଳାଳି ହୋଇପାରିବେ । ହ୍ୟାରି ୩୪ଟି ଟେଷ୍ଟରେ ୩୦୦୦ରୁ ଅଧିକ ରନ୍ କରିଛନ୍ତି । ସେ ସମସ୍ତ ଫର୍ମାଟରେ ଖେଳିପାରିବେ । ଆଗାମୀ ୧୦ ବର୍ଷ ଯାଏଁ ହ୍ୟାରୀ ବିଶ୍ୱ କ୍ରିକେଟରେ ରାଜ୍ କରିବେ ବୋଲି ଭନ୍ କହିଛନ୍ତି ।
ମାର୍କ ଓ୍ୱଗ୍ କହିଛନ୍ତି ଯେ, ସେ ଯଶସ୍ୱୀ ଜୟସ୍ୱାଲଙ୍କ ପାଖରେ ଅନେକ ପ୍ରତିଭା ଦେଖିପାରୁଛନ୍ତି । ସବୁ ଫର୍ମାଟରେ ଯଶସ୍ୱୀ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଟେଷ୍ଟ୍ ଏବଂ ଟି୨୦ରେ ସେ ଭଲ ବ୍ୟାଟିଂ କରନ୍ତି । ୨୪ ବର୍ଷୀୟ ଜୟସ୍ୱାଲ ଟେଷ୍ଟରେ ୫୦ ପାଖାପାଖି ଆଭରେଜରେ ବ୍ୟାଟିଂ କରନ୍ତି । ସେ କ୍ୟାରିଅରରେ ୨୫୦୦ ରନ୍ କରିଥିବା ବେଳେ ଦୁଇଟି ଡବଲ ସେଞ୍ଚୁରୀ ରହିଛି । ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି କଷ୍ଟ ପରିସ୍ଥିତିରେ ସେ ନିଜ ଦକ୍ଷତା ପ୍ରତିପାଦନ କରିବାରେ ସଫଳ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ ଖେଳ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories