ମୈଦାନରେ ମୁହାଁମୁହିଁ ସିରାଜ୍ ଆଉ ହେଡ୍

ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆ ମାଟିରେ ଗରମାଗରମ ପରିସ୍ଥିତି। ଆଡିଲେଟରେ ସିରାଜ ଦେଲେ ଚଲ ହଟର ଇସାରା। ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଚାଲିଥିବା 2ୟ ଟେଷ୍ଟ ମ୍ୟାଚରେ ସୃଷ୍ଟି ହୋଇଛି ଗରମାଗରମ ପରିସ୍ଥିତି । ସିରାଜଙ୍କ ବଲରେ ଭାଙ୍ଗିଛି ଟ୍ରାଭିସ୍ ହେଡଙ୍କ ଦ୍ବିଶତକୀୟ ପାରିରେ ବିରାମ ଲାଗିବା ପରେ ଯେମିତି ରକ୍ତ ଚାଉଳ ଚୋବାଉଥିଲେ ହେଡ୍। ଏତିକି ବେଳେ ସିରାଜଙ୍କ ୱିନିଂ ସାଇନ ଦେଖି ତାଙ୍କ ରାଗ ପଞ୍ଚମକୁ ଚଢ଼ି ଯାଇଥିଲା। ଫଳରେ ପଡିଆ ଭିତରେ ହିଁ ଇଂରାଜୀରେ ସିରାଜଙ୍କୁ ଗାଳି ଦେଇଥିଲେ ହେଡ୍। ଯାହାର ରିପ୍ଲାଏ ମଧ୍ୟ ଦେଇଥିଲେ ସିରାଜ୍।
ବିଦେଶ ମାଟିରେ ଦେଶ ଓ ଟିମର ଇଜ୍ଜତ ରକ୍ଷା କରିବାକୁ ଯାଇ ସେ ଗଳି ଦେଇନଥିଲେ ବରଂ ଇସାରାରେ ହେଡଙ୍କୁ ସେଠୁ ପାଭେଲିଅନ ଫେରିବାକୁ ଇଙ୍ଗିତ କରିଥିଲେ। ତେବେ ସିରାଜ ଓ ହେଡଙ୍କ ଭିତରେ ସୃଷ୍ଟି ହୋଇଥିବା ଏହି ହାଇ ଟେନସନ ପରିସ୍ଥିତିକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଦେଖିବାକୁ ମିଳିଛି।
ଆଡିଲେଡ୍ ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନର ଷ୍ଟମ୍ପ୍ ଘୋଷଣା ହେବା ପରେ ଭାରତ ପାଖରେ ହସିବାର କିଛି ନଥିଲା। ତେବେ ପ୍ରଶଂସକମାନେ ନିଜ ମନୋରଞ୍ଜନ ପାଇଁ କିଛି ପାଇଥିଲେ। ପ୍ରଥମ ଦିନର ଶେଷ ଅଧିବେଶନରେ ମହମ୍ମଦ ସିରାଜଙ୍କ ଏକ ବଲର ବେଗ ଘଣ୍ଟା ପ୍ରତି ୧୮୧.୬ କିଲୋମିଟର ଥିବା ଜଣାପଡ଼ିବା ପରେ ସ୍ପିଡ୍ ମିଟରରେ ବୈଷୟିକ ତ୍ରୁଟି କିଛି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହା ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ପ୍ରଶଂସକମାନେ କଙ୍ଗାରୁଙ୍କର ଖୁବ ମଜା ନେଇଥିଲେ। ଏହି ମୋମେଣ୍ଟକୁ ସୋସିଆଲ ମିଡିଆ ୟୁଜର୍ସ ଚାରିଆଡେ ଶେୟାର କରିଥିଲେ। ସୋସିଆଲ ମିଡିଆ ୟୁଜର୍ସ ସ୍କ୍ରିନ୍ ସଟ୍ ସହ ଅନେକ ମିମସ ମଧ୍ୟ ତିଆରି କରିଛନ୍ତି। ଏହି ଫଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, ଭାଇ ଭୟଭୀତ। ଏଥିସହିତ କେହି ଜଣେ ଲେଖିଛନ୍ତି ଯେ ଏହା କ୍ରିକେଟ ଇତିହାସର ଦ୍ରୁତତମ ବଲ୍ ଥିଲା। ହେଡଙ୍କୁ ନାଲି ଆଖି ଦେଖାଇଲେ ଡିଏସପି ସିରାଜ
📱 Get Argus News App
✨ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର