ଆଇସିସି ଦିନିକିଆ ରାଙ୍କିଙ୍ଗରେ ସିକ୍ସର କିଙ୍ଗଙ୍କ ଜଲଓ୍ଵା

ଅର୍ଗସ ବ୍ୟୁରୋ:ଚର୍ଚ୍ଚାରେ ହିଟ୍ ମ୍ୟାନ୍ ରୋହିତ ଶର୍ମା। ୩୭ ବର୍ଷରେ ବି ଦିନିକିଆ କ୍ୟାରିୟରରେ ଶ୍ରେଷ୍ଠ ରାଙ୍କିଙ୍ଗ୍ ହାସଲ କରିଛନ୍ତି। ଦିନିକିଆ ମାନ୍ୟତାରେ
ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଶୁଭମନ ଗିଲଙ୍କୁ ପଛରେ ପକାଇ ଦିନିକିଆରେ ନଂ୨ ସ୍ଥାନ ହାସଲ କରିଛନ୍ତି ଭାରତର ଅଧିନାୟକ ରୋହିତ ଶର୍ମା।ତାଙ୍କର ଦମଦାର ବ୍ୟାଟିଂ ତାଙ୍କୁ ଏହି ସଫଳତା ଆଣିଦେଇଛି। ତେବେ ତେବେ ପାକିସ୍ତାନ ଅଧିନାୟକ ବାବର ଆଜମ ୮୨୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ରୋହିତ ବର୍ତ୍ତମାନ ୭୬୫ ପଏଣ୍ଟ ସହ ଦିନିକିଆ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ଏଣ୍ଟ୍ରି ମାରିଛନ୍ତି । ତେବେ ଖୁବଶୀଘ୍ର ପ୍ରଥମ ସ୍ଥାନ ହାସଲ କରିବା ପାଇଁ ତାଙ୍କ ପାଖରେ ସୁଯୋଗ ରହିଛି । କିନ୍ତୁ କ୍ୟାରିୟରରେ କେବେ ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ହାସଲ କରିବାରେ ସଫଳ ହୋଇନାହାନ୍ତି ରୋହିତ । ତେବେ ବର୍ତ୍ତମାନ ରୋହିତ ଦ୍ୱିତୀୟ ସ୍ଥାନକୁ ଫେରିବା ପରେ ଉପ-ଅଧିନାୟକ ଶୁଭମନ୍ ଗିଲ୍ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ଗିଲ୍ ବର୍ତ୍ତମାନ ୭୬୩ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ବିରାଟ କୋହଲି ୭୪୬ ପଏଣ୍ଟ ଚତୁର୍ଥ ସ୍ଥାନରେ ରହିଛନ୍ତି। କିନ୍ତୁ ଭାରତର ନଂ ୧ ବ୍ୟାଟର ହୋଇପାରିଛନ୍ତି ଦିନିକିଆରେ ରୋହିତ ।
ଟେଷ୍ଟ ରାଙ୍କିଙ୍ଗରେ ଷଷ୍ଠ ସ୍ଥାନ ଦଖଲ କରିଛନ୍ତି ।ରୋହିତ ଭାରତ ପାଇଁ ଦିନିକିଆ ଏବଂ ଟେଷ୍ଟ ରାଙ୍କିଙ୍ଗରେ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି ।୨୬୩ ଦିନିକିଆ ମ୍ୟାଚ୍ ଖେଳି ୧୦ ହଜାର ୭୬୭ ରନ୍ ସଂଗ୍ରହ କରିଛନ୍ତି। ସେଥିରେ ରହିଛି ୩୧ ଶତକ,୫୬ଟି ଅର୍ଦ୍ଧଶତକରହିଛି,ଦିନିକିଆରେ ୩ଟି ଦ୍ବିଶତକ ହାସଲ କରିଛନ୍ତି ରୋହିତ। ଦିନିକିଆରେ ତାଙ୍କର ସର୍ବାଧିକ ସ୍କୋର ରହିଛି ୨୬୪। ସବୁବେଳେ ଶାନ୍ତ ରୋହିତ କିନ୍ତୁ ପଡିଆକୁ ଓହ୍ଲାଇଲେତାଙ୍କ ବ୍ୟାଟ୍ ହୋଇଯାଏ ଅଶାନ୍ତ,ପ୍ରତିପକ୍ଷ ଟିମର ହଜାଇ ଦିଅନ୍ତି ସେ ନିଦ,ସେଇଥି ପାଇଁ ତ ଫ୍ୟାନ୍ ଙ୍କ ହୃଦୟର ରାଜା ରୋହିତ ଶର୍ମା ।