Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପଲାଶ ମୁଛଲଙ୍କ ସହ ବିବାହ ଭାଙ୍ଗିବା ପରେ ସ୍ମୃତି ମନ୍ଧାନା ପ୍ରଥମ ଥର କ୍ୟାମେରା ସାମ୍ନାକୁ ଆସିଲେ

Sports

Smriti Mandhana / ପଲାଶ ମୁଛଲଙ୍କ ସହ ବିବାହ ଭାଙ୍ଗିବା ପରେ ସ୍ମୃତି ମନ୍ଧାନା ପ୍ରଥମ ଥର କ୍ୟାମେରା ସାମ୍ନାକୁ ଆସିଲେ

Ritu Das
Browse all articles by Ritu Das
·4 months ago·2 min read
ପଲାଶ ମୁଛଲଙ୍କ ସହ ବିବାହ ଭାଙ୍ଗିବା ପରେ ସ୍ମୃତି ମନ୍ଧାନା ପ୍ରଥମ ଥର କ୍ୟାମେରା ସାମ୍ନାକୁ ଆସିଲେ
Mandhana

Key Points

ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସଙ୍ଗୀତ ନିର୍ଦ୍ଦେଶକ ପଲାଶ ମୁଛଲଙ୍କ ସହ ତାଙ୍କ ବିବାହ ଭାଙ୍ଗି ଦେଇଛନ୍ତି। ଏହି ଘଟଣା ପରେ ଏହା ତାଙ୍କର ପ୍ରଥମ ପବ୍ଲିକାଲି ସାମ୍ନାକୁ ଆସିଛନ୍ତି।
ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସଙ୍ଗୀତ ନିର୍ଦ୍ଦେଶକ ପଲାଶ ମୁଛଲଙ୍କ ସହ ତାଙ୍କ ବିବାହ ଭାଙ୍ଗି ଦେଇଛନ୍ତି। ଏହି ଘଟଣା ପରେ ଏହା ତାଙ୍କର ପ୍ରଥମ ପବ୍ଲିକାଲି ସାମ୍ନାକୁ ଆସିଛନ୍ତି। ସେ କିଛି ଦିନ ହେଲା ବ୍ୟକ୍ତିଗତ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି। ମ୍ୟାଚ ପ୍ରାକ୍ଟିସକୁ ଫେରିବା ପୂର୍ବରୁ ତାଙ୍କୁ ଆଜି ବିମାନବନ୍ଦରରେ ପାପାରାଜି କ୍ୟାମେରାରେ କଏଦ କରାଯାଇଥିଲା।

ଏହାସହ ପଢ଼ନ୍ତୁ: ବିବାହ ଭାଙ୍ଗିବା ପରେ ସ୍ମୃତିଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ, ଫ୍ୟାନ୍ସ କହିଲେ ପଲାଶଙ୍କୁ ଟାର୍ଗେଟ୍‌

ମନ୍ଧାନାଙ୍କୁ ଏକ ସାଧାରଣ ଲୁକରେ ଦେଖିବାକୁ ମିଳିଥିଲା। ଆଜି ସେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ କ୍ୟାମେରାରେ କଏଦ ହୋଇଥିଲେ। ସେ ଧଳା ଡିଜାଇନ୍ କିମ୍ବା ପ୍ୟାଟର୍ଣ୍ଣ ସହିତ ଏକ ହାଲୁକା ନୀଳ ସ୍ୱେଟର ସହ ଡେନିମ ପ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ସେ ମୁହଁରେ ଏକ କଳା ରଙ୍ଗର ମାସ୍କ ପିନ୍ଧିଥିଲେ। ସେ ତାଙ୍କ ହାତରେ ଏକ ସିଳଭର ଓ୍ବାଚ ପିନ୍ଧିଥିଲେ। ଆସେସୋରିଜ୍ ଦୃଷ୍ଟିରୁ, ସ୍ମୃତି ଏକ କଳା ବ୍ୟାଗ୍ ଧରିଥିଲେ। ବହୁତ ସିମ୍ପଲ ଲୁକରେ ତାଙ୍କୁ ଦେଖିବାକୁ ମିଳିଥିଲା।



ନିଜେ ଦେଇଥିଲେ ନିଜ ବିବାହ ଭାଙ୍ଗିବା ସୂଚନା

ସ୍ମୃତିଙ୍କ ପର୍ସନାଲ ଲାଇଫକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। କିଏ କାହାକୁ ଚିଟ କଲା ସତରେ କଣ ପଲାଶ ସ୍ମୃତିଙ୍କୁ ଧୋକା ଦେଲେ ନା ସ୍ମୃତିଙ୍କ ପିତାଙ୍କ ଅସୁସ୍ଥତା ଖବର ସତ। ଫ୍ୟାନ୍ସଙ୍କ ମନରେ ଭିନ୍ନ ଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି। କିଏ ସତ କହୁଛି ଆଉ କିଏ ମିଛ କହୁଛି। ମିଡିଆରେ ବିଭିନ୍ନ ପ୍ରକାର କଥା ଆସୁଥିଲା କିନ୍ତୁ ନିକଟରେ ସ୍ମୃତି ଫ୍ୟାନ୍ସମାନଙ୍କୁ ଏକ ପୋଷ୍ଟ କରି କହିଥିଲେ କି ମୋର ବିବାହ ଭାଙ୍ଗିଯାଇଛି। ଆଉ ଦୟାକରି ମୋର ବ୍ୟକ୍ତିଗତ କଥାକୁ ଏଇଠାରେ ହିଁ ବନ୍ଦ କରନ୍ତୁ। କାରଣ ମୋର କ୍ୟାରିୟରକୁ ନେଇ ବହୁତ କାମ କରିବାର ଅଛି ଆଉ ଅଗଣିତ ଫ୍ୟାନ୍ସମାନଙ୍କର ଭଲ ପାଇବା ମୋ ସାଥୀରେ ଅଛି। ଆଉ ମୁଁ ବହୁତ ଆଗକୁ ଯିବାକୁ ଲକ୍ଷ୍ୟ ରଖିଛି। ମୋ ବାାପା ମା'ଙ୍କୁ ଆହୁରି ଗର୍ବିତ କରିବି। 

ସେ ତାଙ୍କର ଗୋପନୀୟତା ରକ୍ଷା କରିବାକୁ ବାରମ୍ବାର ଅନୁରୋଧ କରିଥିଲେ ଏବଂ ସ୍ପଷ୍ଟ କରିଥିଲେ ଯେ ତାଙ୍କର ପ୍ରାଥମିକତା କ୍ରିକେଟ୍ ଏବଂ ଭାରତକୁ ପ୍ରତିନିଧିତ୍ୱ କରିବା ଅଟେ। ଏହି ଆଗକୁ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ପାଇଁ ଭାରତୀୟ ଦଳରେ ସାମିଲ ତାଙ୍କୁ କରାଯାଇଥିଲା। ତାଙ୍କ ଭାଇ ଶ୍ରବଣ ଇଣ୍ଡିଆ ଟିମର ମହିଳା ସ୍କ୍ବାଡର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
smriti first public apperance at delhi after her marriage break-up | Argus News