Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Smriti Mandhana / "ତେନୁ ଲେକେ ମେଁ ଜାଓ୍ବାଙ୍ଗା"… ସ୍ମୃତି ମନ୍ଧାନା ଏବଂ ପଲାଶ ମୁଛଲଙ୍କ ରୋମାଣ୍ଟିକ ଡ୍ୟାନ୍ସ ଭାଇରାଲ

Ritu Das
Browse all articles by Ritu Das
·7 months ago·2 min read
"ତେନୁ ଲେକେ ମେଁ ଜାଓ୍ବାଙ୍ଗା"… ସ୍ମୃତି ମନ୍ଧାନା ଏବଂ ପଲାଶ ମୁଛଲଙ୍କ ରୋମାଣ୍ଟିକ ଡ୍ୟାନ୍ସ ଭାଇରାଲ

Key Points

ସଙ୍ଗୀତ ନାଇଟସ୍‌ର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସ୍ମୃତି ଏବଂ ପଲାଶ ସଲମାନ ଖାନଙ୍କ ସୁପରହିଟ୍ ଫିଲ୍ମ "ସଲାମ-ଏ-ଇସ୍କ" ର ଗୀତ "ତେନୁ ଲେ କେ ମୈଁ ଜାୱାଙ୍ଗା" ରେ ଏକ ରୋମାଣ୍ଟିକ ଡ୍ୟାନ୍ସ କରିଥିଲେ। ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଥିଲା।
ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଙ୍ଗୀତ ନିର୍ଦ୍ଦେଶକ ପଲାଶ ମୁଛଲଙ୍କର ଆଜି ହେଉଛି ବାହାଘର। ଶନିବାର ଥିଲା ପଲାଶ-ସ୍ମୃତିଙ୍କର ସଙ୍ଗୀତ ସମାରୋହ। ଏହି ସଙ୍ଗୀତ ଉତ୍ସବରେ ଜେମିମା, ରେଣୁକା ଏବଂ ଅନ୍ୟ କ୍ରିକେଟର ମାନେ ପଲାଶ ଏବଂ ସ୍କୃତିଙ୍କ ପାଇଁ ଏକ ଓ୍ବେଡିଂ ଡ୍ୟାନ୍ସ ପ୍ରସ୍ତୁତ କରିଥିଲେ। ଏହି ସଙ୍ଗୀତ ନାଇଟସ୍‌ର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସ୍ମୃତି ଏବଂ ପଲାଶ ସଲମାନ ଖାନଙ୍କ ସୁପରହିଟ୍ ଫିଲ୍ମ "ସଲାମ-ଏ-ଇସ୍କ" ର ଗୀତ "ତେନୁ ଲେ କେ ମୈଁ ଜାୱାଙ୍ଗା" ରେ ଏକ ରୋମାଣ୍ଟିକ ଡ୍ୟାନ୍ସ କରିଥିଲେ। ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଥିଲା।
ସ୍ମୃତି ଏବଂ ପଲାଶଙ୍କ ବିବାହ କିଛି ଦିନ ହେଲା ବହୁ ଚର୍ଚ୍ଚାରେ ରହିଛି। ଦୁହିଁଙ୍କ ବିବାହ ପୂର୍ବ ରୀତିନୀତି ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶୁକ୍ରବାର ସେମାନଙ୍କର ହଳଦୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶନିବାର ସଂଗୀତ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହା ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏହାସହ ପଢ଼ନ୍ତୁ: କ୍ରିକେଟ ପିଚ୍‌ରେ ସ୍ମୃତି ମନ୍ଧାନା ଏକ ନୂଆ ଇନିଂସ ଆରମ୍ଭ କଲେ: ଟିମ ଇଣ୍ଡିଆ ଷ୍ଟାର ଖେଳାଳୀଙ୍କ ବଡ଼ ଘୋଷଣା

ସ୍ମୃତି ମନ୍ଧାନା-ପଲାଶ ମୁଛଲଙ୍କ ରୋମାଣ୍ଟିକ ଡ୍ୟାନ୍ସ




ସଙ୍ଗୀତ ନାଇଟର ଏହି ଭାଇରାଲ ଭିଡିଓରେ, ସ୍ମୃତି ଏବଂ ପଲାଶ ମନମୁଗ୍ଧ ହୋଇ ନାଚୁଥିବା ଦେଖାଯାଉଛି। ସ୍ମୃତି ପଲାଶଙ୍କ ବେକରେ ମାଳ ପିନ୍ଧାଇବା ପରେ ଜୋରଦାର ଡ୍ୟାନ୍ସ ଆରମ୍ଭ କରିଥିଲେ। ସ୍ମୃତି ମନ୍ଧାନାଙ୍କ ଏହି ଡ୍ୟାନ୍ସ ଭିଡିଓକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି। ଅତିଥି ଓ ସୋସିଆଲ ମିଡିଆ ୟୁଜର୍ସ ଏହି କପଲଙ୍କ କେମେଷ୍ଟ୍ରି "ପରଫେକ୍ଟ ଯୋଡି" ବୋଲି କହିଥିଲେ।

ଏହାସହ ପଢ଼ନ୍ତୁ: ଫିଲ୍ମି ଷ୍ଟାଇଲରେ ପ୍ରପୋଜ କଲେ, ହଳଦୀ ସେରିମନିରେ ପ୍ରବଳ ନାଚିଲେ...

ସାଥୀ ଖେଳାଳୀମାନେ ମଧ୍ୟ ନାଚିଥିଲେ

ଏହି ସ୍ୱତନ୍ତ୍ର ମୁହୂର୍ତ୍ତରେ ସ୍ମୃତି ମନ୍ଧାନାଙ୍କ କ୍ରିକେଟ୍ ସାଥୀ ତାଙ୍କ ସହିତ ଯୋଗ ଦେଇଥିଲେ। ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟମାନେ ସଙ୍ଗୀତ ରାତିରେ ଏକ ଗ୍ରୁପ ଡ୍ୟାନ୍ସ କରିଥିଲେ। ସେମାନେ ସମସ୍ତେ "ତେରା ୟାର ହୁଁ ମୈଁ" ଗୀତରେ ନାଚିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ, ଜେମିମା ରୋଡ୍ରିଗେଜ, ଶ୍ରେୟଙ୍କା ପାଟିଲ, ରାଧା ଯାଦବ, ଅରୁନ୍ଧତୀ ରେଡ୍ଡି ଏକାଠି ନାଚିଥିଲେ। ପ୍ରଶଂସକମାନେ ଏବେ ସ୍ମୃତି ମନ୍ଧାନାଙ୍କ ବିବାହକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଯେଉଁଥିରେ ଚଳଚ୍ଚିତ୍ର ଏବଂ କ୍ରିକେଟ ଜଗତର ଅନେକ ପ୍ରମୁଖ ବ୍ୟକ୍ତି ଯୋଗଦେବେ।

ସ୍ମୃତି ମନ୍ଧାନା ଏବଂ ପଲାଶ ମୁଛଲଙ୍କର ଆଜି ବୈଦିକ ରୀତିନୀତିରେ ବିବାହ ହେବ। ଏକ ରିପୋର୍ଟରୁ ପ୍ରକାଶ ଯେ, ଉଭୟ କପଲ ୨୦୨୯ ମସିହାରୁ ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି। ODI ବିଶ୍ବକପ ମ୍ୟାଚ ସମୟରେ ମନ୍ଧାନା ଏବଂ ପଲାଶ ଖୁବଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହୋଇଥିଲା। ଆଉ ଉଭୟଙ୍କର ବିବାହ ଇନ୍ଦୋରରେ ରାଜକୀୟ ଢଙ୍ଗରେ ହେବ ବୋଲି କୁହାଯାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Smriti Mandhana & Palash Muchhal’s Romantic Dance Goes Viral | Argus News