Videos
|
Sports

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଶତକ ହାସଲ କଲେ ସ୍ମୃତି ମନ୍ଧାନା

Ritu Das
Browse all articles by Ritu Das
·1 year ago·1 min read
ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଶତକ ହାସଲ କଲେ ସ୍ମୃତି ମନ୍ଧାନା

ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାର ତୃତୀୟ ମ୍ୟାଚରେ ଭାରତୀୟ ଓପନର ସ୍ମୃତି ମନ୍ଧାନା ଶତକ ହାସଲ କରିଥିଲେ ମଧ୍ୟ ୧୦୫ ରନ୍ ରେ ବୋଲିଂ କରି ପ୍ୟାଭିଲିୟନ୍ ଫେରିଛନ୍ତି । ପର୍ଥରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୯୯ ରନର ଟାର୍ଗେଟ ଦେଇଥିଲା ।

ତେବେ ଭାରତୀୟ ଦଳର ବ୍ୟାଟିଂ ଆରମ୍ଭ ଭଲ ନଥିଲା ଏବଂ ଦଳର ପ୍ରଥମ ୱିକେଟ୍ ମାତ୍ର ୧୬ ରନ୍ ରେ ପଡ଼ିଯାଇଥିଲା । ଓପନର ରିଚା ଘୋଷ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ । ତେବେ ଏହା ପରେ ହର୍ଲିନ ଦେଓଲ ଓ ସ୍ମୃତି ମନ୍ଧାନା ଇନିଂସ ହାତକୁ ନେଇଥିଲେ। 

ଭାରତ ପକ୍ଷରୁ ଅରୁନ୍ଧତୀ ରେଡ୍ଡୀ ୪ ଟି ୱିକେଟ୍ ନେଇଥିଲେ । ଅରୁନ୍ଧତୀ ଅଷ୍ଟ୍ରେଲିଆ ଦଳର ଟପ୍ ଅର୍ଡରରେ ସମ୍ପୂର୍ଣ୍ଣ ଆଧିପତ୍ୟ ବଜାୟ ରଖିଥିଲେ । ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ଦଳ ପ୍ରଥମ ଦୁଇଟି ଦିନିକିଆ ଜିତି ସିରିଜ୍ ଜିତିଛି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Smriti Mandhana | Argus News