Videos
|
Sports

Ganguly Controversy / ହାଇକୋର୍ଟରେ ଗାଙ୍ଗୁଲିଙ୍କୁ ଝଟକା… ଫିଲ୍ମ ରିଲିଜ ଉପରେ ରୋକ୍ ଲଗାଇବା ପାଇଁ କରାଯାଇଥିବା ଆବେଦନ ଖାରଜ…କଣ ଏହି ବିବାଦ?

Ritu Das
Browse all articles by Ritu Das
·1 hour ago·2 min read
ହାଇକୋର୍ଟରେ ଗାଙ୍ଗୁଲିଙ୍କୁ ଝଟକା… ଫିଲ୍ମ ରିଲିଜ ଉପରେ ରୋକ୍ ଲଗାଇବା ପାଇଁ କରାଯାଇଥିବା ଆବେଦନ ଖାରଜ…କଣ ଏହି ବିବାଦ?
Cricket

Key Points

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କିମ୍ବଦନ୍ତୀ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବଡ଼ ଝଟକା ଲାଗିଛି
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କିମ୍ବଦନ୍ତୀ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବଡ଼ ଝଟକା ଲାଗିଛି। ଗୁରୁବାର ଦିଲ୍ଲୀ ହାଇକୋର୍ଟ ‘ଦୁସରା’ ଫିଲ୍ମର ରିଲିଜ ଉପରେ ରୋକ୍ ଗାଇବାକୁ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି । ଏହି ଫିଲ୍ମଟି ଏହାର ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଶୁକ୍ରବାର ହଲରେ ରିଲିଜ ହେବାକୁ ଯାଉଛି । ଯଦିଓ ଉଚ୍ଚନ୍ୟାୟାଳୟ ଫିଲ୍ମର ରିଲିଜ୍ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ମନା କରିଛନ୍ତି , ହେଲେ ଗାଙ୍ଗୁଲିଙ୍କ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ଶୁକ୍ରବାର ମଧ୍ୟ ଜାରି ରହିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଗାଙ୍ଗୁଲି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି ଯେ, ଫିଲ୍ମରେ ତାଙ୍କ ଅଧିନାୟକତ୍ୱ ସମୟରେ ୨୦୦୨ ମସିହାର ନେଟୱେଷ୍ଟ୍ ସିରିଜ୍ ଫାଇନାଲ୍ ଏବଂ ଲର୍ଡ୍ସ, ମୈଦାନରେ ସର୍ଟ-ଲେସ୍ ହୋଇ ଉତ୍ସବ ପାଳନ କରିବାର ଘଟଣାକୁ ପ୍ରଦର୍ଶିତ କରାଯାଇ ତାଙ୍କ ବ୍ୟାବସାୟିକ ଏବଂ ବ୍ୟକ୍ତିଗତ ଅଧିକାରର ଉଲ୍ଲଂଘନ କରାଯାଉଛି ।

କ୍ରିକେଟ୍ ପ୍ରେମୀଙ୍କ ମନରେ ଆଜି ମଧ୍ୟ ୨୦୦୨ ମସିହାର ନେଟୱେଷ୍ଟ୍ ସିରିଜର ସେହି ଫାଇନାଲ୍ ମୁକାବିଲା ଏବଂ ଲର୍ଡ୍ସ ଗ୍ୟାଲେରୀରୁ ସୌରଭ ଗାଙ୍ଗୁଲିଙ୍କ ସର୍ଟଲେସ୍ ହୋଇ ଉତ୍ସବ ପାଳନ କରିବାର ସ୍ମୃତି ସତେଜ ରହିଛି । ଇଂଲଣ୍ଡ ବିରୁଦ୍ଧରେ ସେହି କଠିନ ଲକ୍ଷ୍ୟର ପିଛା କରି ଭାରତର ବିଜୟ ଏବଂ ପରେ ଗାଙ୍ଗୁଲିଙ୍କ ସେହି ଆକ୍ରମଣାତ୍ମକ ତଥା ଐତିହାସିକ ଉତ୍ସବ ପାଳନ ଭାରତୀୟ କ୍ରିକେଟ୍ ଇତିହାସର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ମଧ୍ୟରୁ ଅନ୍ୟତମ । ଗାଙ୍ଗୁଲି ବିଶ୍ୱାସ କରନ୍ତି ଯେ ତାଙ୍କ ଅନୁମତି ବିନା ଏପରି ବ୍ୟକ୍ତିଗତ ମୁହୂର୍ତ୍ତଗୁଡ଼ିକୁ ଫିଲ୍ମରେ ବ୍ୟାବସାୟିକ ଲାଭ ପାଇଁ ବ୍ୟବହାର କରିବା ତାଙ୍କ ଅଧିକାରର ଉଲ୍ଲଂଘନ ଅଟେ । ସେ ତାଙ୍କ ବ୍ୟକ୍ତିତ୍ୱ ଏବଂ ଜୀବନ ସହ ଜଡ଼ିତ ଏଭଳି ଅନଧିକୃତ ବ୍ୟବସାୟିକ କାର୍ଯ୍ୟକଳାପ ବିରୁଦ୍ଧରେ ଆଇନଗତ ସୁରକ୍ଷା ପାଇଁ କୋର୍ଟରେ ଦାବି କରିଛନ୍ତି।

ଏହି ପୂରା ଆଇନଗତ ବିବାଦ ପୁଣିଥରେ ସେହି ବଡ଼ ପ୍ରଶ୍ନକୁ ସାମ୍ନାକୁ ଆଣିଛି ଯେ, ଫିଲ୍ମ ନିର୍ମାତାମାନଙ୍କ ଏହା ବ୍ୟବସାୟ ଅତ୍ୟନ୍ତ ଖରାପ। ଫିଲ୍ମ ନିର୍ମାଣ ସମୟରେ ନିର୍ମାତାମାନେ କୌଣସି ଖେଳାଳିଙ୍କ ଜୀବନ, ସେମାନଙ୍କ ସଫଳତା ଏବଂ ସର୍ବସାଧାରଣରେ ପରିଚିତ ମୁହୂର୍ତ୍ତଗୁଡ଼ିକୁ ବିନା ଅନୁମତିରେ ବ୍ୟବହାର କରିପାରିବେ କି ? ଏବଂ ଯଦି ଏପରି କରାଯାଏ, ତେବେ କେଉଁ ସୀମା ପରେ ଏହା ବ୍ୟକ୍ତିଗତ ଅଧିକାର ଉଲ୍ଲଂଘନ ପରିସରଭୁକ୍ତ ହେବ । ବର୍ତ୍ତମାନ ସମୟରେ ଏଭଳି ମାମଲାଗୁଡ଼ିକ ଭାରତୀୟ ଅଦାଲତରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶର ବହୁ ପ୍ରସିଦ୍ଧ ବ୍ୟକ୍ତି, ଅଭିନେତା ଏବଂ ଖେଳାଳିମାନେ ସେମାନଙ୍କର ନାମ, ପ୍ରତିଛବି ଏବଂ ପରିଚୟ ସହ ଜଡ଼ିତ ଅନ୍ୟାନ୍ୟ ବୈଶିଷ୍ଟ୍ୟଗୁଡ଼ିକୁ ଅନଧିକୃତ ବ୍ୟାବସାୟିକ ବ୍ୟବହାରରୁ ରକ୍ଷା କରିବା ପାଇଁ ଆଇନଗତ ପଥ ଆପଣାଉଛନ୍ତି ।
 
ବର୍ତ୍ତମାନ ସୌରଭ ଗାଙ୍ଗୁଲିଙ୍କ ଆବେଦନ ଉପରେ କୋର୍ଟରେ ଆଇନଗତ ଲଢ଼େଇ ଜାରି ରହିଛି । ଶୁକ୍ରବାର ଦିନ ହେବାକୁ ଥିବା ପରବର୍ତ୍ତୀ ଶୁଣାଣିରେ ଏହି ବିଷୟରେ ଆଲୋଚନା ହେବ ଯେ ,ଫିଲ୍ମର କିଛି ଅଂଶରେ ପ୍ରକୃତରେ ଗାଙ୍ଗୁଲିଙ୍କ ଅଧିକାରର ଉଲ୍ଲଂଘନ ହୋଇଛି କି ନାହିଁ। ଯେହେତୁ ଅଦାଲତ ଫିଲ୍ମର ରିଲିଜ୍ ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି, ତେଣୁ ଏହି ଫିଲ୍ମଟି ଏହାର ନିର୍ଦ୍ଧାରିତ ସମୟରେ ଶୁକ୍ରବାର ଦର୍ଶକଙ୍କ ସାମ୍ନାକୁ ପରଦାରେ ଆସିବ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: