India vs South Africa / ୨୭୦ ରନରେ ଅଲଆଉଟ୍ ଦକ୍ଷିଣ ଆଫ୍ରିକା, ସିରିଜ୍ ଜିତିବ ଟିମ୍ ଇଣ୍ଡିଆ!
·7 months ago·2 min read

Key Points
କୁଲଦୀପ ଓ ପ୍ରସିଦ୍ଧଙ୍କ ଯାଦୁ
ଭାରତକୁ ଏତିକି ରନ ଟାର୍ଗେଟ୍ ଦେଲା ଦ. ଆଫ୍ରିକା

ବିଶାଖାପାଟଣାରେ ଆଜି ଖେଳାଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ । ଏହି ମ୍ୟାଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ଏହି ସିରିଜ୍ ନିର୍ଣ୍ଣାୟକ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିଲା ଦକ୍ଷିଣ ଆଫ୍ରିକା । ବିଶାଖାପଟନମରେ ଖେଳା ଯାଉଥିବା ନିର୍ଣ୍ଣାୟକ ଦିନିକିଆ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବଡ଼ ସ୍କୋର କରିବାରେ ବିଫଳ ହୋଇଛି। କ୍ଵିଣ୍ଟନ ଡିକକଙ୍କ ଶତକ ବଳରେ ଭ୍ରମଣକାରୀ ଦଳ ୨୭୦ ରନ କରିପାରିଛି। ସିରିଜ୍ ଜିତିବା ପାଇଁ ଭାରତ ସମ୍ମୁଖରେ ରହିଛି ୨୭୧ ରନର ବିଜୟ ଲକ୍ଷ୍ୟ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଓଭରରୁ ଝଟକା ଲାଗିଥିଲା। ରିୟାନ ରିକଲଟନ(୦)ଙ୍କୁ ପାଭିଲିୟନ ପଠାଇଥିଲେ ଅର୍ଶଦୀପ ସିଂ। ଏହା ପରେ କ୍ଵିଣ୍ଟନ ଡିକକ୍ ଓ ଅଧିନାୟକ ତେମ୍ବା ବାଭୁମା ଇନିଂସ ସମ୍ଭାଳିଥିଲେ। ଉଭୟ ପ୍ରଥମେ ଦେଖିଚାହିଁ ବ୍ୟାଟିଂ କରିଥିଲେ। କ୍ରିଜରେ ସେଟ୍ ହେବା ପରେ ଉଭୟ ସଟ୍ ଖେଳିବା ଆରମ୍ଭ କରିଥିଲେ। ଏହି କ୍ରମରେ କ୍ଵିଣ୍ଟନ ଡିକକ୍ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୧୩ ରନ ଯୋଡ଼ି ଦଳର ସ୍ଥିତି ମଜବୁତ କରିଥିଲେ।
ଏଥିସହ ପଢ଼ନ୍ତୁ: ଟସ୍ ଜିତି ବୋଲିଂ କରିବ ଭାରତ, ସୁନ୍ଦରଙ୍କ ସ୍ଥାନରେ ଦଳକୁ ଆସିଲେ ତିଲକ
୩ ଓ୍ଵିକେଟ୍ ହରାଇ ୧୭୦ ରନ କରିଥିବା ଦକ୍ଷିଣ ଆଫ୍ରିକା କୁଲଦୀପ ଯାଦବଙ୍କ ମୁକାବିଲା କରି ନ ପାରି ୪୭.୫ ଓଭରରେ ଅଲଆଉଟ୍ ହୋଇଛି। ଡିକକଙ୍କ ବ୍ୟତୀତ ଅଧିନାୟକ ତେମ୍ବା ବାଭୁମା ୪୮ ରନ କରିଛନ୍ତି। ବୋଲିଂରେ କୁଲଦୀପ ଯାଦବ ୪୧ ରନ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି। ପ୍ରସିଦ୍ଧ କୃଷ୍ଣା ମଧ୍ୟ ୪ଟି ଓ୍ଵିକେଟ୍ ନେଇଛନ୍ତି।ଏହାପରେ ଦକ୍ଷିଣ ଆଫ୍ରିକା ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। କୁଲଦୀପ ଯାଦବ ଭ୍ରମଣକାରୀ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଡିଓ୍ଵାର୍ଲ୍ଡ ବ୍ରେଭିସ ୨୯ ରନ ଓ ମାର୍କୋ ଜନସେନ ୧୭ ରନ କରିଥିଲେ ହେଁ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ଉଭୟ କୁଲଦୀପଙ୍କ ଶିକାର ହୋଇଥିଲେ। କୋର୍ବିନ ବୋଶ(୯) ଓ ଲୁଙ୍ଗି ଏନଗିଡି(୧୫)ଙ୍କୁ ମଧ୍ୟ ପାଭିଲିୟନ ପଠାଇଥିଲେ କୁଲଦୀପ। ଶେଷ ଆଡ଼କୁ କେଶବ ମହାରାଜ ଅପରାଜିତ ୨୦ ରନ କରିଥିଲେ। ଦକ୍ଷିଣ ଆଫ୍ରିକା ୨୭୦ ରନରେ ଅଲଆଉଟ୍ ହୋଇଥିଲା।
ରବୀନ୍ଦ୍ର ଜାଡ଼େଜା ତେମ୍ବାଙ୍କୁ ଆଉଟ୍ କରି ଏହି ଯୋଡ଼ି ଭାଙ୍ଗିଥିଲେ। ତେମ୍ବା ପୁଣି ୨ ରନ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଏହା ପରେ ଡିକକ ଓ ମାଥ୍ୟୁ ବ୍ରିଟଜକେ ଦ୍ରୁତ ବ୍ୟାଟିଂ କରି ୩ୟ ଓ୍ଵିକେଟ୍ ପାଇଁ ୫୪ ରନ ଯୋଡ଼ିଥିଲେ। ବ୍ରିଟଜକେ ୨୪ ରନ କରି ପ୍ରସିଦ୍ଧ କୃଷ୍ଣଙ୍କ ବଲରେ ଆଉଟ୍ ହୋଇଥିଲେ। କ୍ଵିଣ୍ଟନ ଡିକକ୍ ଦମଦାର ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିଲେ। ସେ ୮୯ ବଲରୁ ୮ ଚୌକା ଓ ୬ ଛକା ସହ ୧୦୬ ରନ କରିଛନ୍ତି।
ବର୍ତ୍ତମାନ ପରିସ୍ଥିତିରେ ଭାରତ ପାଇଁ ଲଗାତାର ଦୁଇଟି ସିରିଜ ହାରିବା ଗ୍ରହଣୀୟ ନୁହେଁ । ବିଶେଷକରି ଯେତେବେଳେ ଡ୍ରେସିଂ ରୁମରେ ବିଭିନ୍ନ ଆଲୋଚନା ଚାଲିଛି । ତେଣୁ ତୃତୀୟ ଦିନିକିଆରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ପୁଣି ଥରେ ଦଳର ଦାୟିତ୍ୱ ନେବାକୁ ପଡ଼ିବ ।
ଅଧିକ ପଢ଼ନ୍ତୁ ଖେଳ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories