Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଡର୍ବନରେ ଦକ୍ଷିଣ ଆଫ୍ରିକା-ଭାରତ ଟି-୨୦ମହାଲଢ଼େଇ,ବିଜୟ ଛାପ ଛାଡ଼ିବା ଲକ୍ଷ୍ୟରେ ସୂର୍ଯ୍ୟ ସେନା

Sports

ଡର୍ବନରେ ଦକ୍ଷିଣ ଆଫ୍ରିକା-ଭାରତ ଟି-୨୦ମହାଲଢ଼େଇ,ବିଜୟ ଛାପ ଛାଡ଼ିବା ଲକ୍ଷ୍ୟରେ ସୂର୍ଯ୍ୟ ସେନା

Sangram Tripathy
Browse all articles by Sangram Tripathy
·1 year ago·1 min read
ଡର୍ବନରେ ଦକ୍ଷିଣ ଆଫ୍ରିକା-ଭାରତ ଟି-୨୦ମହାଲଢ଼େଇ,ବିଜୟ ଛାପ ଛାଡ଼ିବା ଲକ୍ଷ୍ୟରେ ସୂର୍ଯ୍ୟ ସେନା

ଅର୍ଗସ ବ୍ୟୁରୋ:ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ମହାଲଢ଼େଇର ପ୍ରଥମ ମ୍ୟାଚ୍ ଆଜି ସନ୍ଧ୍ୟାରେ ଡର୍ବାନରେ ଖେଳାଯିବ । ଯୁବବାହିନୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଗତ ଟି-୨୦ ବିଶ୍ୱକପ୍ ଫାଇନାଲ ପରେ ଦୁଇ ଦଳ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଯୁବ ଭାରତୀୟ ଦଳ ପାଇଁ ଏ ଶୃଙ୍ଖଳା ଚ୍ୟାଲେଞ୍ଜିଙ୍ଗି ରହିଛି। ଅନ୍ୟପକ୍ଷଷର ମାର୍କରାମଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଦଳ ଘରୋଇ ମାଟିରେ ବିଜୟରୁ ଶୃଙ୍ଖଳା ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି । ଏଯାଏ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗ୍ରାଉଣ୍ଡରେ ୧୮ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯାଇଛି । ସେଥିମଧ୍ୟରୁ ୯ ଥର ପ୍ରଥମ ବ୍ୟାଟିଂ କରିଥିବା ଦଳ ଜିତିଥିବାବେଳେ ବିପକ୍ଷ ଟିମ୍ ୮ ଥର ଜିତିବାରେ ସଫଳ ହୋଇଛି । ଗୋଟିଏ ମ୍ୟାଚର କୌଣସି ଫଳାଫଳ ବାହାରି ନାହିଁ । ଅନ୍ୟପଟେ ନିକଟରେ ଭାରତ ଘରୋଇ ମାଟିରେ ନ୍ୟୁଜିଲାଣ୍ଡଠୁ ଦଳର ଲଜ୍ଜାଜନକ ପରାଜୟ ପରେ ସୀମିତ ଓଭର ଶୃଙ୍ଖଳା ଜିତି ଟେଷ୍ଟ ପରାଜୟର ମଲମ ଟି-୨୦ରେ ମାରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ। ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ର ପରାଜୟର ପ୍ରତିଶୋଧ ଦକ୍ଷିଣଆଫ୍ରିକା ନେବାକୁ ଲକ୍ଷ୍ୟ ରଖିଛି। ଭାରତକୁ ନିଜ ମାଟିରେ ହରାଇ ଦକ୍ଷିଣ ଆଫ୍ରିକା ତାହାର ପୂର୍ବ ଗୌରବ ଫେରିପାଇବାକୁ ଚେଷ୍ଟା କରିବ।ଦେଖିବାକୁ ବାକି ରହିଲା କିଏ ମାରୁଛି ବାଜି, ଟିମ୍ ଇଣ୍ଡିଆ ନା ଦକ୍ଷିଣ ଆଫ୍ରିକା 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
South Africa-India T-20 in Durban, Sun Sena aiming to leave a mark of victory | Argus News