Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବାରବାଟୀରେ ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା: ବ୍ୟାଟିଂ କରୁଛି ଭାରତ

Sports

Cricket News / ବାରବାଟୀରେ ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା: ବ୍ୟାଟିଂ କରୁଛି ଭାରତ

Ritu Das
Browse all articles by Ritu Das
·5 months ago·2 min read
ବାରବାଟୀରେ ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା: ବ୍ୟାଟିଂ କରୁଛି ଭାରତ
india

Key Points

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡିୟମର ଗ୍ୟାଲେରିଗୁଡ଼ିକରେ ଦର୍ଶକମାନେ ପ୍ରବଳ ଉତ୍ସାହିତ ଦେଖାଯାଇଛନ୍ତି। ଅପରାହ୍ନ ୪ଟାରେ ବାରବାଟୀ ଷ୍ଟାଡିୟମର ଗେଟ୍‌ଗୁଡ଼ିକ ଖୋଲି ଦିଆଯିବା ପରେ ଦର୍ଶକମାନେ ହର୍ଷୋଲ୍ଲାସିତ ଦେଖାଯାଇଥିଲେ।
ବହୁ ପ୍ରତୀକ୍ଷିତ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ଶୃଙ୍ଖଳା ଆରମ୍ଭ ହୋଇଯାଇଛି। ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି। ଭାରତୀୟ ଦଳର ନେତୃତ୍ବ ନେଇଛନ୍ତି ଯୁବ କ୍ରିକେଟର ସୂର୍ଯ୍ୟକୁମାର ଯାଦବ। ସେ ଆଡେନ ମାକ୍ରମଙ୍କ ନେତୃତ୍ବରେ ପରିଚାଳିତ ଦକ୍ଷିଣ ଆଫ୍ରିକାକୁ ମୁକାବିଲା କରୁଛନ୍ତି। ଟସ୍‌ ଦକ୍ଷିଣଆଫ୍ରିକା ଜିତିଲା କିନ୍ତୁ ପ୍ରଥମେ ବ୍ୟାଟିଂ କରୁଛି ଭାରତ।

ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳା ସୂଚୀ
ପ୍ରଥମ ଟି-୨୦: କଟକ (୦୯-୧୨-୨୫)
ଦ୍ବିତୀୟ ଟି-୨୦: ନ୍ୟୁ ଚଣ୍ଡିଗଡ଼ (୧୧-୧୨-୨୫)
ତୃତୀୟ ଟି-୨୦: ଧର୍ମଶାଳା (୧୪-୧୨-୨୫)
ଚତୁର୍ଥ ଟି-୨୦: ଲକ୍ଷ୍ନୌ (୧୭-୧୨-୨୫)
ପଞ୍ଚମ ଟି-୨୦: ଅହମଦାବାଦ (୧୯-୧୨-୨୫)

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡିୟମର ଗ୍ୟାଲେରିଗୁଡ଼ିକରେ ଦର୍ଶକମାନେ ପ୍ରବଳ ଉତ୍ସାହିତ ଦେଖାଯାଇଛନ୍ତି। ଅପରାହ୍ନ ୪ଟାରେ ବାରବାଟୀ ଷ୍ଟାଡିୟମର ଗେଟ୍‌ଗୁଡ଼ିକ ଖୋଲି ଦିଆଯିବା ପରେ ଦର୍ଶକମାନେ ହର୍ଷୋଲ୍ଲାସିତ ଦେଖାଯାଇଥିଲେ। ଶୀତୁଆ ସନ୍ଧ୍ୟାରେ ଗରମ ଦେଖାଯାଉଥିଲେ। ଅନେକ ଦର୍ଶକ ବିନା ଗରମ ପୋଷାକରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରୁଥିଲେ। ଦର୍ଶକମାନଙ୍କୁ ଶୃଙ୍ଖଳିତ ଭାବେ ଲାଇନ୍‌ରେ ରଖି ଷ୍ଟାଡିୟମ ଭିତରକୁ ଛଡ଼ାଯାଇଥିଲା। ଦର୍ଶକଙ୍କ ଟିକେଟ୍‌ ଅନୁଯାୟୀ ସେମାନଙ୍କୁ ନିର୍ଦ୍ଧାରିତ ଗ୍ୟାଲେରିରେ ପ୍ରବେଶ ଦିଆଯାଇଥିଲା।

ବାରବାଟୀ ମ୍ୟାଚ୍‌ ପାଇଁ ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ଭୁବନେଶ୍ବରସ୍ଥିତ ମେଫେୟାର ହୋଟେଲ ଛାଡ଼ିଥିଲେ। ଉଭୟ ଟିମ୍‌ର ଖେଳାଳି ସ୍ବତନ୍ତ୍ର ବସ୍‌ ଯୋଗେ ବାରବାଟୀରେ ପହଞ୍ଚି ଥିଲେ। ହୋଟେଲରୁ ପ୍ରଥମେ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ବାହାରିଥିଲେ। ଏହାର ଅଳ୍ପ ବ୍ୟବଧାନ ପରେ ଅପରାହ୍ନ ୪ଟା ୫୦ରେ ଭାରତୀୟ ଖେଳାଳିଙ୍କ ବସ୍‌ ଗଡ଼ିଥିଲା। ଯେଉଁ ଉତ୍ସାହିତ କ୍ରୀଡ଼ାପ୍ରେମୀମାନେ ବାରବାଟୀରେ ପହଞ୍ଚି ପାରି ନଥିଲେ, ସେମାନେ ଖେଳାଳି ରହୁଥିବା ହୋଟେଲ ସାମ୍ନାରେ ଭିଡ଼ ଲଗାଇଥିଲେ। ଖେଳାଳିଙ୍କୁ ଦେଖିବାର ସୁଯୋଗ ହାତଛଡ଼ା କରି ନଥିଲେ।

ଚୂଡ଼ାନ୍ତ ଭାରତୀୟ ଏକାଦଶ ଦଳ: ଶୁଭମନ ଗିଲ୍‌, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ଯଶପ୍ରୀତ୍ ବୁମରା

ସାଉଥ ଆଫ୍ରିକାର ଚୂଡ଼ାନ୍ତ ଏକାଦଶ: ଆଡେନ ମାକ୍ରମ (ଅଧିନାୟକ), କ୍ବିଣ୍ଟନ୍ ଡି’କକ୍‌, ଦିୱାଲ୍ଡ ବ୍ରେଭିସ୍‌, ଲୁଥୋ ସିପମଲା, ମାର୍କୋ ୟାନ୍‌ସେନ୍‌, କେଶବ ମହାରାଜ, ଡେଭିଡ୍‌ ମିଲର୍‌. ତ୍ରିଷ୍ଟନ୍ ଷ୍ଟବ୍ସ, ଡୋନୋଭନ ଫେରେରା, ଲୁଙ୍ଗି ଏନ୍‌ଗିଡି, ଅନରିକ୍‌ ନର୍ଜେ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
South Africa Win Toss at Barabati, India to Bat First | Argus News