Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ବାଂଲାଦେଶକୁ ୪ରନରେ ପରାସ୍ତ କଲା ଦକ୍ଷିଣଆଫ୍ରିକା

Ritu Das
Browse all articles by Ritu Das
·2 years ago·1 min read
ବାଂଲାଦେଶକୁ ୪ରନରେ ପରାସ୍ତ କଲା ଦକ୍ଷିଣଆଫ୍ରିକା

ଅର୍ଗସ ବ୍ୟୁରୋ: ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଏକ ଗ୍ରୁପ୍-ଡି’ ମୁକାବିଲାରେ ଦକ୍ଷିଣ ଆଫ୍ରିକା ରୋମାଞ୍ଚକ ଭାବେ ୪ ରନ୍‌ରେ ବାଂଲାଦେଶକୁ ପରାସ୍ତ କରିଛି। ପୂର୍ବ ରାତିରେ ପାକିସ୍ତାନକୁ ଭାରତ ହରାଇବା ଭଳି ଏହି ଲୋ ସ୍କୋରିଂ ମୁକାବିଲାରେ ମଧ୍ୟ ଅଳ୍ପ ରନ୍ ଅଧିକ ରୋମାଞ୍ଚ ଦେଖିବାକୁ ମିଳିଛି। ଦକ୍ଷିଣ ଆଫ୍ରିକା ୧୧୩ ରନ୍ କରିଥିବାବେଳେ ବାଂଲାଦେଶ ୧୦୯ ରନ୍‌ରେ ଅଟକିଯାଇଛି। ଶେଷ ଓଭରରୁ ବାଂଲାଦେଶକୁ ୧୧ ରନ୍ ଆବଶ୍ୟକ ଥିବାବେଳେ ସ୍ପିନର୍ କେଶବ ମହାରାଜ ୱାଇଡ୍‌ରୁ ଅଭିଯାନ ଆରମ୍ଭ କରି‌ଥିଲେ। କିନ୍ତୁ ପରବର୍ତ୍ତୀ ୫ ବଲ୍‌ରୁ ୨ ୱିକେଟ୍‌ ଦଖଲ ସହ ମାତ୍ର ୫ ରନ୍ ବ୍ୟୟ କରି ହିରୋ ପାଲଟିଯାଇଥିଲେ। ଏଥି ସହିତ ତୌହିତ ହୃଦୟ ଓ ମହମ୍ମଦୁଲ୍ଲାଙ୍କ ମଧ୍ୟରେ ହୋଇଥିବା ୪୪ ରନ୍ ଭାଗୀଦାରି ବେକାର ଯାଇଥିଲା। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ମଧ୍ୟ ସବୁଠାରୁ କମ୍ ରନ୍ (୧୧୩)ର ପାଳିକୁ ସୁରକ୍ଷିତ ରଖି ଜିତିବାର ରେକର୍ଡ ଦକ୍ଷିଣ ଆଫ୍ରିକାକୁ ନାମକୁ ଚାଲିଯାଇଛି।

ନସାଉ କାଉଣ୍ଟି ଅନ୍ତର୍ଜାତୀୟ ଷ୍ଟାଡିୟମ୍ ପିଚ୍‌ରେ ବ୍ୟାଟିଂ କରିବା ଏତେ ଆହ୍ବାନପୂର୍ଣ୍ଣ ଥିଲା ଯେ ପ୍ରତିଟି ରନ୍ ପାଇଁ ଦକ୍ଷିଣ ଆଫ୍ରିକାର ଶକ୍ତିଶାଳୀ ବାହିନୀକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବାକୁ ପଡ଼ିଥିଲା। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ପରେ ପାୱାର ପ୍ଲେରେ ୪ ୱିକେଟ୍ ହରାଇ ମାତ୍ର ୨୫ ରନ୍ କରିପାରିଥିଲା। ସେପଟେ କଠିନ ପିଚ୍ ଓ ପ୍ରତିକୂଳ ପାଗର ଫାଇଦା ଉଠାଇ ବାଂଲା ବୋଲରମାନେ ଏମିତି ସଠିକ୍ ଓ ଶାଣିତ ବୋଲିଂ କରିଥିଲେ ଯେ ଦକ୍ଷିଣ ଆଫ୍ରିକା ଶୀର୍ଷକ୍ରମର ୪ଜଣଙ୍କ ମଧ୍ୟରୁ ୨ଜଣ ଖାତା ଖୋଲି ପାରି ନଥିଲେ। ଜଣେ ଏକ ଅଙ୍କ ଆଗକୁ ବଢ଼ି ନଥିଲେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
southafrica | Argus News