Videos
|
Sports

WorldCupFinal / ଆର୍ଜେଣ୍ଟିନାକୁ ପରାସ୍ତ କରି ସ୍ପେନ୍ ବିଶ୍ୱ ଚାମ୍ପିଅନ….ଭୋ ଭୋ ହୋଇ କାନ୍ଦିଲେ ମେସି ….କାମ ଦେଲାନି ମେସି ମ୍ୟାଜିକ

Ritu Das
Browse all articles by Ritu Das
·1 month ago·3 min read
ଆର୍ଜେଣ୍ଟିନାକୁ ପରାସ୍ତ କରି ସ୍ପେନ୍ ବିଶ୍ୱ ଚାମ୍ପିଅନ….ଭୋ ଭୋ ହୋଇ କାନ୍ଦିଲେ ମେସି ….କାମ ଦେଲାନି ମେସି ମ୍ୟାଜିକ
Football

Key Points

ଦୀର୍ଘ ଦେଢ଼ ମାସର ରୋମାଞ୍ଚ ମଧ୍ୟରେ ଶେଷ ହୋଇଛି ଫିଫା ବିଶ୍ଵକପ୍
ଅର୍ଜେଣ୍ଟିନାର ସବୁ ସ୍ୱପ୍ନକୁ ମଉଳାଇ ସ୍ପେନ୍ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି
ସ୍ପେନ୍‌ ମୁଣ୍ଡରେ ସୁନା ମୁକୁଟ। ଆର୍ଜେଣ୍ଟିନାକୁ ହରାଇ ୨୦୨୬ ଫିଫା ବିଶ୍ବକପ୍ ଚାମ୍ପିଅନ୍ ହୋଇଛି ସ୍ପେନ୍। ଏହାସହ ଭାଙ୍ଗିଯାଇଛି ମେସିଙ୍କ ବିଶ୍ବବିଜୟର ସ୍ବପ୍ନ । ମହାଲଢ଼େଇରେ ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନାକୁ ଏକ୍ସଟ୍ରା ଟାଇମ୍‌ରେ ୧-୦ ଗୋଲ୍‌ରେ ପରାସ୍ତ କରିଛି ସ୍ପେନ୍। ଏହି ଐତିହାସିକ ବିଜୟ ସହ ସ୍ପେନ୍ ତା'ର ଦ୍ବିତୀୟ ବିଶ୍ବକପ୍ ଟାଇଟଲ୍ ହାସଲ କରିଛି। ପୂରା ମ୍ୟାଚ୍‌ରେ ସ୍ପେନର ଦବାଦବା ଦେଖିବାକୁ ମିଳିଥିଲା। ବଲ୍ ପୋସେସନ୍ ହେଉ କିମ୍ବା ସଟ୍ ଆଟେମ୍ପଟ୍, ସବୁଥିରେ ଆର୍ଜେଣ୍ଟିନାଠାରୁ ଆଗରେ ଥିଲା ସ୍ପେନ୍। ଅନ୍ୟପଟେ ଆର୍ଜେଣ୍ଟିନାର ପ୍ରଦର୍ଶନ ବେଶ୍ ନିରାଶାଜନକ ଥିଲା। ମ୍ୟାଚ୍‌ର ୧୧୭ ମିନିଟ୍ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ଗୋଟିଏ ହେଲେ ବି ଟାର୍ଗେଟ୍‌ ସଟ୍ ମାରିପାରିନଥିଲା। ମ୍ୟାଚ୍ ମଝିରେ ଆର୍ଜେଣ୍ଟିନାର ଜଣେ ଖେଳାଳି ରେଡ୍ କାର୍ଡ ପାଇ ମୈଦାନ ଛାଡ଼ିବା ପରେ ଦଳ ୧୦ ଜଣ ଖେଳାଳିରେ ସୀମିତ ହୋଇଯାଇଥିଲା।

  • ଦୀର୍ଘ ୧୬ ବର୍ଷ ପରେ ସ୍ପେନ୍ ଦ୍ଵିତୀୟ ଟାଇଟଲ ହାସଲ କରିଛି

୨୦୧୦ରେ ଦଳ ପ୍ରଥମ ଟାଇଟଲ ହାସଲ କରିଥିଲା । ପୁଣି ୧୬ ବର୍ଷ ପରେ ଦ୍ୱିତୀୟ ଟାଇଟଲ ସ୍ୱପ୍ନ ପୂରା କରିଛି । କିନ୍ତୁ ଆର୍ଜେଣ୍ଟିନା ଫ୍ୟାନ୍ସଙ୍କୁ ଶକ୍ତ ଧକ୍କା ଲାଗିଛି । ଆର୍ଜେଣ୍ଟିନାର ବିଶ୍ୱକପ ଜିତିବା ସ୍ବପ୍ନ ଧୂଳିସାତ୍ ହୋଇଛି । ଏହି ପରାଜୟ ପରେ ଭାଙ୍ଗି ପଡିଥିଲେ ଷ୍ଟାର୍ ଫୁଟବଲ ପ୍ଲେୟାର ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ୍ ମେସି । ପଡିଆରେ ବସି ପଡି ଭୋ-ଭୋ କାନ୍ଦିଥିଲେ । ଏ ପରାଜୟର ଲୁହକୁ ଅଟକାଇ ପାରିନଥିଲେ । ମେସିଙ୍କ ଆଖିରେ ଲୁହ ଦେଖି ଷ୍ଟାଡିୟମରେ ହଜାର ହଜାର ଦର୍ଶକ ମେସି...ମେସି ବୋଲି ସ୍ଲୋଗାନ ଦେଇଥିଲେ । କିମ୍ବଦନ୍ତୀ ଖେଳାଳିଙ୍କୁ ସମର୍ଥନ କରିଥିଲେ । ଅନେକ ଫ୍ୟାନ୍ସ ମେସିଙ୍କୁ ଭାବପ୍ରବଣ ବିଦାୟ ଦେବାକୁ ପୋଷ୍ଟର ଏବଂ ପ୍ଲାକାର୍ଡ ହଲାଇଥିଲେ ।

ମ୍ୟାଚର ପଞ୍ଚମ ମିନିଟରେ ସ୍ପେନ୍ ପ୍ରଥମ ସୁଯୋଗ ସୃଷ୍ଟି କରିଥିଲା । ଲାମିନ ୟମାଲଙ୍କ ଏକ ସଟକୁ ଆର୍ଜେଣ୍ଟିନା ଗୋଲ୍ କିପର ଏମିଲିଆନୋ ମାର୍ଟିନେଜ ଅଚଳାଇ ଦେଇଥିଲେ । ପ୍ରଥମ ଜଳପାନ ବିରତି ପର୍ଯ୍ୟନ୍ତ ଅନ୍ୟ କୌଣସି ଗୋଲ ସୁଯୋଗ ସୃଷ୍ଟି ହୋଇ ନଥିଲା । ସ୍ପେନ୍ ବଲ୍ ପୋଜେସନରେ ଆଗୁଆ ରହିଥିଲା ଓ ବାରମ୍ବାର ଆକ୍ରମଣ କରିଥିଲା । କିନ୍ତୁ ଆର୍ଜେଣ୍ଟିଳାର ଡିଫେନ୍ସ ଲାଇନ ଅତିକ୍ରମ କରି ପାରିନଥିଲା I ଆର୍ଜେଣ୍ଟିନା କଡ଼ା ଟକ୍ଟର ଦେଇଥିଲେ ହେଁ ଫରଓ୍ବାର୍ଡରେ ସେଭଳି ତାଳମେଳ ଦେଖିବାକୁ ମିଳି ନଥୁଲା। ଲୟ ଫେରି ପାଇବା ପାଇଁ ଆର୍ଜେଣ୍ଟିନା ଖେଳାଳି ସଂଘର୍ଷ କରିଥିଲେ ।

୩୯ତମ ମିନିଟରେ ସ୍ପେନ୍ ଆଉ ଏକ ପ୍ରୟାସ କରିଥିଲା । ହାନି ଓଲମୋଙ୍କ ଠାରୁ ଏକ ପାସ୍ ପାଇ ମିଳେଲ ଓସାରନବାଲ ଗୋଲ୍ ପାଇଁ ପ୍ରୟାସ କରିଥିଲେ । ତାଙ୍କ ସଟକୁ ମାର୍ଟିନେଜ ଅଟକାଇ ଦେଇଥିଲେ। ୪୩ତମ ମିନିଟରେ ମାର୍କ କୁକୁରେଲା ମଧ୍ୟ ଏକ ପ୍ରୟାସ କରି ବିଫଳ ହୋଇଥିଲେ । ଏହା ପୂର୍ବରୁ ୪୧ତମ ମିନିଟରେ ଲାମିନ ୟାମାଲଙ୍କୁ ଫାଉଲ ମାରି ଲିସାନ୍ଦ୍ରୋ ମର୍ଟିନେଜ ୟେଲୋ କାର୍ଡ ପାଇଥିଲେ। କୋଚ ଲିଓନେଇ ସ୍କାଲୋନି ୪୪ତମ ମିନିଟରେ ତାଙ୍କୁ ଗ୍ରାଉଣ୍ଡରୁ ବାହାରକୁ ଡକାଇଥିଲେ । ତାଙ୍କ ସ୍ଥାନରେ ନିକୋଲାସ ଓଟାମେଣ୍ଡି ଖେଳିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ସ୍ପେନ୍ ନିୟନ୍ତ୍ରଣରେ ବଲ୍

ପ୍ରଥମାର୍ଦ୍ଧରେ ୬୪% ବଲ ପୋଜେସନ ବଳୟରେ ରଖ୍ ସ୍ପେନ୍ ସମ୍ପୂର୍ଣ୍ଣ ମ୍ୟାଚକୁ ନିୟନ୍ତ୍ରଣ କରିଥିଲା । ୪୫ମିନିଟ୍ ମଧ୍ୟରେ ୩ଟି ଗୋଲ ସୁଯୋଗ ସୃଷ୍ଟି କରିଥିଲା । ଆର୍ଜେଣ୍ଟିନା ୩୬% ବଲ ପୋଜେସନ ହାସଲ କରିଥିଲା I ପ୍ରଥମାର୍ଦ୍ଧ ମଧ୍ୟରେ ଆର୍ଜେଣ୍ଟିନାର କୌଣସି ଖେଳାଳି ସ୍ପେନ୍ ଡିଫେନ୍ସ ଲାଇନ୍ ପର୍ଯ୍ୟନ୍ତ ପହଞ୍ଚି ପାରି ନଥିଲେ । ୪୮ତମ ମିନିଟରେ ଆର୍ଜେଣ୍ଟିନାକୁ ପ୍ରଥମ କର୍ଣ୍ଣର ମିଳିଥିଲା । ମେସିଙ୍କ କର୍ଣ୍ଣର ଆଉଟ୍ ଲାଇନ ଅତିକ୍ରମ କରିଥିଲା । ଏହାପରେ ସ୍ପେନ୍ ଘନ ଘନ ଆକ୍ରମଣ କରିଥିଲା।

  • ଅତିରିକ୍ତ ମିନିଟରେ ଫଇସଲା

ତେବେ ସମୟ ପରେ ଅତିରିକ୍ତ ୩୦ ମିନିଟର ଖେଳ ଆରମ୍ଭ ହୋଇଥିଲା । ୯୬ ତମ ମିନିଟରେ ସ୍ପେନ୍ ପକ୍ଷରୁ ନିକୋ ଓ୍ୱିଲିୟମ୍ସ ଏକ ଗୋଲ୍ କରିଥିଲେ । ଏହା ହିଁ ଖେଳକୁ ବଦଳାଇଦେଇଥିଲା । ପରବର୍ତ୍ତୀ ସମୟରେ ଆର୍ଜେଣ୍ଟିନା ଖେଳାଳି ଅନେକ ପ୍ରୟାସ କରିଥିଲେ । କିନ୍ତୁ ଗୋଲ୍ ଦେଇପାରିନଥିଲେ । ଫଳରେ ସ୍ପେନ୍ ୧-ରେ ମ୍ୟାଚ୍ ଜିତି ଟାଇଟଲ୍ ହାସଲ କରିନେଇଥିଲା । ତେବେ ସ୍ପେନ୍ ବିଜୟ ସହ ଆର୍ଜେଣ୍ଟିନାର ଲଗାତାର ଦ୍ୱିତୀୟ ଫିଫା ଦଖଲ ସ୍ୱପ୍ନ ଭାଙ୍ଗିଯାଇଛି । ଏହାସହ ମେସିଙ୍କ ମ୍ୟାଜିକକୁ ସ୍ପେନ୍ ଖେଳାଳି ଫିକା କରିଦେଇଛନ୍ତି ।

Related Topics

Explore more stories

Spain Defeat Argentina As Messi Breaks Down After Final | Argus News