Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs South Africa / ମ୍ୟାଚ୍‌ ପାଇଁ ବାରବାଟୀକୁ ଗଡ଼ିବ ସ୍ୱତନ୍ତ୍ର 'ଆମ ବସ୍‌'

Banajyotshna Ray
Browse all articles by Banajyotshna Ray
·7 months ago·3 min read
ମ୍ୟାଚ୍‌ ପାଇଁ ବାରବାଟୀକୁ ଗଡ଼ିବ ସ୍ୱତନ୍ତ୍ର 'ଆମ ବସ୍‌'
Bus

Key Points

କ୍ରିକେଟ୍‌ ଫ୍ୟାନ୍‌ସଙ୍କ ପାଇଁ ଖୁସିବ ଖବର
ମ୍ୟାଚ୍‌ ପାଇଁ ବାରବାଟୀକୁ ଗଡ଼ିବ ସ୍ୱତନ୍ତ୍ର 'ଆମ ବସ୍‌'

ଆଜି ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍। କଟକ ବାରବାଟୀ ଷ୍ଟାଡ଼ିୟମ୍‌ରେ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍‌କୁ ନେଇ ରହିଛି ପ୍ରତ୍ୟେକଙ୍କ ମନରେ ଉତ୍ସାହ । ଆଜି ସନ୍ଧ୍ୟାରେ ବାରବାଟୀରେ ବିଗ୍‌ ଫାଇଟ ଦେଖିବାକୁ ମିଳିବ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ ଦର୍ଶକ । ପିଚ, ପଡିଆ, ଗ୍ୟାଲେରୀ ଓ ଭିଭିଆଇପି ଷ୍ଟାଣ୍ଡ ସବୁ ପ୍ରସ୍ତୁତ । ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ । ମାକରମ ବି ତୟାର । ପ୍ରଥମ ଥର ପାଇଁ ମଡ୍ ରେଡ୍ ପିଚ୍ ପ୍ରସ୍ତୁତ ହୋଇଛି। ଉଭୟ ବ୍ୟାଟିଂ ଓ ବୋଲିଂ ଭଲ ହେବ। ବଡ଼ ସ୍କୋର ହେବାର ଆଶା କରାଯାଇଛି ।

୪୨ ହଜାର ଦର୍ଶକ ଦେଖିପାରିବେ ମ୍ୟାଚ। ମ୍ୟାଚ ଉପରେ କାକରର ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରୟୋଗ କରାଯିବ ସ୍ଵତନ୍ତ୍ର ରାସାୟନିକ ପଦାର୍ଥ । ବାରବାଟୀ ଷ୍ଟାଡିୟମରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏହାକୁ ଲକ୍ଷ୍ୟ କରି କ୍ରୁଟ୍ ପକ୍ଷରୁ ଚଳାଚଳ ହେବ ସ୍ୱତନ୍ତ୍ର ବସ୍ ସେବା । ଏକାଧିକ ସ୍ଥାନରୁ ଚଳାଚଳ ହେବାକୁ ଥିବା ଏହି ସଟଲ୍ ବସ୍ ସେବା ନିର୍ଦ୍ଦିଷ୍ଟ ସ୍ଥାନରୁ ଆରମ୍ଭ ହୋଇ କଟକ ବାରବାଟୀ ଷ୍ଟାଡ଼ିୟମ ଯାଏଁ ଗଡ଼ିବ।କଟକ ରେଳ ଷ୍ଟେସନରୁ ସିଏନ୍‌ଟି ଏବଂ ବାରବାଟୀ ଷ୍ଟାଡ଼ିୟମ ଅଞ୍ଚଳରେ ଜନଗହଳିର ବାସ୍ତବ ପରିସ୍ଥିତିକୁ ଆଧାର କରି ବସ୍ ଚଳାଚଳର ବ୍ୟବସ୍ଥା ହୋଇଛି । ମ୍ୟାଚ୍ ପୂର୍ବରୁ ଅପରାହ୍ନ ୪ଟାରେ କଟକ ରେଳ ଷ୍ଟେସନରୁ ସଟଲ୍ ସେବା ଆରମ୍ଭ ହେବ। ମ୍ୟାଚ୍ ଶେଷ ପରେ, ଟ୍ରାଫିକ୍ ପ୍ରବାହକୁ ଧ୍ୟାନରେ ରଖି ବାରବାଟୀ ଷ୍ଟାଡିୟମରୁ ସଟଲ୍ ବସ୍ ସେବା ଜାରୀ ରହିବ।

ସେହିପରି ଭୁବନେଶ୍ୱରରୁ ଯାତ୍ରା କରୁଥିବା ଦର୍ଶକମାନଙ୍କ ପାଇଁ ମ୍ୟାଚ୍ ଶେଷ ପରେ ଦୁଇଟି ଅସ୍ଥାୟୀ ସ୍ୱତନ୍ତ୍ର ରୁଟ୍ ପରିଚାଳନା ହେବ । 'ଆମ ବସ ବାରବାଟୀ ଷ୍ଟାଡିୟମରୁ ବିଏସ୍ଏବିଟି, ବରମୁଣ୍ଡାକୁ ଆସିବାକୁ ଥିବା ବସ୍ ଜୁଡିସିଆଲ୍ ଏକାଡେମୀ, ନନ୍ଦନକାନନ ଏବଂ ଜୟଦେବ ବିହାର ଦେଇ ଚଳାଚଳ କରିବ । ଦ୍ୱିତୀୟ ବସ୍ଟି ବାରବାଟୀ ଷ୍ଟାଡିୟମରୁ ଭୁବନେଶ୍ୱର ରେଳଷ୍ଟେସନ୍ ଆସିବ । ଏହା ସିଏନ୍ବିଟି, ଲିଙ୍କ୍ ରୋଡ୍, ଜାତୀୟ ରାଜପଥରେ ଦେଇ ଚଳାଚଳ କରିବ । ଉଭୟ ରୁଟ୍ ପାଇଁ ଏକ ନିର୍ଦ୍ଧାରିତ ଫ୍ଲାଟ୍ ମୂଲ୍ୟ ୪୦ ଟଙ୍କା ରହିବ ଏବଂ ବସ୍‌ଗୁଡିକ ପ୍ରତି ୨୦ ମିନିଟ୍ ଅନ୍ତରରେ ଚାଲିବ ।

ଏହି ସ୍ୱତନ୍ତ୍ର ସେବା ବ୍ୟତୀତ, ବର୍ତ୍ତମାନ ପରିଚାଳିତ ଆମ ବସ୍ ରୁଟ୍ଗୁଡିକ ମଧ୍ୟ ଭୁବନେଶ୍ୱର ଓ କଟକ ମଧ୍ୟରେ ପୂର୍ବଭଳି ଚାଲୁ ରହିବ ।ବାରବାଟୀ ଷ୍ଟାଡିୟମ୍‌ରୁ କଟକ ରେଳଷ୍ଟେସନ୍‌କୁ ଯିବା ପାଇଁ ପ୍ରାଥମିକ ସଟଲ୍ ରୁଟ୍ ହେଉଛି—ଗଡଗଡିଆ ଘାଟ, ଚହଟା ଘାଟ, ସତୀଚୌରା, ଜୁଡିସିଆଲ୍ ଏକାଡେମୀ, ସିଏନବିଟି, ବାଦାମବାଡି, ଲିଙ୍କ ରୋଡ୍ ଏବଂ ଓଏମପି ଛକ। ଏହି ରୁଟ୍ ମଧ୍ୟ ଦେଇ ବସ୍‌ ଗୁଡିକ ରେଳଷ୍ଟେସନ୍ ଯାଏଁ ଚଳାଚଳ ହେବ ।

ରୁଟ୍–୦୧:
ବାରବାଟୀ ଷ୍ଟାଡିୟମରୁ ବିଏସଏବିଟି, ବରମୁଣ୍ଡା। ଏହା ଜୁଡିସିଆଲ୍ ଏକାଡେମୀ, ନନ୍ଦନକାନନ ଏବଂ ଜୟଦେବ ବିହାର ଦେଇ ଚଳାଚଳ ହେବ।

ରୁଟ୍–୦୨:
ବାରବାଟୀ ଷ୍ଟାଡିୟମରୁ ଭୁବନେଶ୍ଵର ରେଳଷ୍ଟେସନ୍। ଏହା ସିଏନବିଟି, ଲିଙ୍କ ରୋଡ୍, ଜାତୀୟ ରାଜପଥରେ ଚଳାଚଳ କରିବ। ଉଭୟ ରୁଟ୍ ପାଇଁ ଏକ ନିର୍ଦ୍ଧାରିତ ଫ୍ଲାଟ୍ ମୂଲ୍ୟ ୪୦ ଟଙ୍କା ରହିବ ଏବଂ ବସ୍‌ ଗୁଡିକ ପ୍ରତି ୨୦-ମିନିଟ୍ ଅନ୍ତରରେ ଚଳାଚଳ ହେବ। ଏହି ସ୍ୱତନ୍ତ୍ର ସେବା ବ୍ୟତୀତ, ବର୍ତ୍ତମାନ ପରିଚାଳିତ ଆମ ବସ୍ ରୁଟ୍‌ଗୁଡିକ ମଧ୍ୟ ଭୁବନେଶ୍ୱର ଏବଂ କଟକ ମଧ୍ୟରେ ପୂର୍ବଭଳି ଚାଲୁ ରହିବ। ଏହି ରୁଟ୍‌ଗୁଡିକ ସିଏନବିଟି, ଜୁଡିସିଆଲ୍ ଏକାଡେମୀ, ବାରବାଟୀ ଷ୍ଟାଡିୟମ ଏବଂ କଟକ ରେଳଷ୍ଟେସନ ଭଳି ପ୍ରମୁଖ ସ୍ଥାନଗୁଡିକରେ ସହଜରେ ପହଞ୍ଚି ହେବ।

ରୁଟ୍ ୧୦:ମନୁ ବିଶ୍ୱବିଦ୍ୟାଳୟ- ଭୁବନେଶ୍ଵର ବିମାନବନ୍ଦର, ରୁଟ୍ ୧୫: ସିଏନବିଟି - ଉତ୍କଳ ହସ୍ପିଟାଲ, ରୁଟ୍ ୧୬: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ - ଭୁବନେଶ୍ୱର ରେଳଷ୍ଟେସନ, ରୁଟ୍ ୧୭:ବାରବାଟୀ ଷ୍ଟାଡିୟମ - ଭୁବନେଶ୍ଵର ବିମାନବନ୍ଦର, ରୁଟ୍ ୧୮: ଜଗତପୁର - ବିଏସଏବିଟି, ବରମୁଣ୍ଡା, ରୁଟ୍ ୧୯: ମହାନଦୀ ବିହାର- ଏମ୍ସ, ରୁଟ୍ ୮୨:ଏସିବି ମେଡିକାଲ। ଏହାସହ ଭୁବନେଶ୍ଵର ବିମାନବନ୍ଦର ରୁଟ୍ ଗୁଡ଼ିକରେ ମଧ୍ୟ ଦୈନନ୍ଦିନ ଭଳି ଯାତ୍ରୀମାନଙ୍କୁ ଯାତାୟାତ ସେବା ଜାରୀ ରହିବ ।

ଅଧିକ ପଢ଼ନ୍ତୁ ଖେଳ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India vs South Africa | “Special ‘Bus’ Service to Roll Out to Barabati for the Match” | Argus News | Argus News