Videos
|
Sports

ସ୍ବର୍ଣ୍ଣ ପଦକ ବିଜେତା ନଦିମଙ୍କୁ ବିଶେଷ ଉପହାର

Ritu Das
Browse all articles by Ritu Das
·2 years ago·1 min read
ସ୍ବର୍ଣ୍ଣ ପଦକ ବିଜେତା ନଦିମଙ୍କୁ ବିଶେଷ ଉପହାର

ଅର୍ଗସ ବ୍ୟୁରୋ: ଅଲିମ୍ପିକ୍ସରେ ପାକିସ୍ତାନର ଜାଭେଲିନ ଥ୍ରୋୟର ଅର୍ଶଦ ନଦୀମ ସ୍ୱର୍ଣ୍ଣ ଜିତିବା ପରେ ତାଙ୍କ ଉପରେ ପୁରସ୍କାର ବର୍ଷା ହେବାରେ ଲାଗିଛି। ସେ ଦୁଇ ଥର ଅଲିମ୍ପିକ୍ସ ରେକର୍ଡ ସହ ପ୍ୟାରିସରେ ପାକିସ୍ତାନ ପାଇଁ ପ୍ରଥମ ଖେଳାଳି ଭାବେ ଦୌଡ଼କୁଦରେ ସ୍ୱର୍ଣ୍ଣ ଜିତିବାର ଗୌରବ ହାସଲ କରିଛନ୍ତି।

ଐତିହାସକ ସ୍ୱର୍ଣ୍ଣ ଜିତିବା ପରେ ଅର୍ଶଦ ନଦୀମଙ୍କ ପାଇଁ ପାକିସ୍ତାନରେ କୋଟି କୋଟି ଟଙ୍କାର ପୁରସ୍କାର ଓ ସମ୍ମାନ ଘୋଷଣା କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୫୦ ମିଲିୟନରୁ ଅଧିକ ପାକିସ୍ତାନ ମୁଦ୍ରା ବା ପ୍ରାୟ ୫ କୋଟି ଟଙ୍କାର ଆର୍ଥିକ ପୁରସ୍କାର ରହିଛି। କିନ୍ତୁ ନଦୀମଙ୍କ ଶ୍ବଶୁର ତାଙ୍କ ଉପହାରରେ ଏକ ମଇଁଷି ଦେଇଛନ୍ତି। 
ଏହି କ୍ରମରେ ଅର୍ଶଦ ନଦୀମଙ୍କ ଶ୍ବଶୁର ମହମ୍ମଦ ନୱାଜ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଆମ ଗ୍ରାମରେ ମଇଁଷି ଉପହାର ଦେବାକୁ ବହୁତ ମୂଲ୍ୟବ‌ାନ ଓ ସମ୍ମାନଜନକ ବୋଲି ବିବେଚନା କରାଯାଏ। ନଓ୍ବାଜ ମଧ୍ୟ ଆଉ କହିଛନ୍ତି ନଦୀମ ନିଜ ପାଇଁ ବହୁତ ଗର୍ବିତ। ଏତେବଡ଼ ସଫଳତା ସତ୍ତ୍ବେ ବି ତାଙ୍କ ଘର ଏବେବି ତାଙ୍କ ଗାଁରେ ଏବଂ ସେ ଏବେ ମଧ୍ୟ ତାଙ୍କ ପିତାମାତା ଏବଂ ଭାଇମାନଙ୍କ ସହିତ ରୁହନ୍ତି। 

ମ‌ୋର ୪ପୁଅ ଓ ୩ଜଣ ଝିଅ। ସାନ ଝିଅକୁ ମୁଁ ନଦୀମଙ୍କ ସହ ବିବାହ ଦେଇଛି। ବିବ‌ାହ ସମୟରେ ନଦୀମ ଏକ ଛୋଟ ଚାକିରି କରୁଥିଲେ କିନ୍ତୁ ସେ ତାଙ୍କ ଖେଳକୁ ପାଗଳ ଭଳି ଭଲ ପାଉଥିଲେ। ଯେତେବେଳେ ବି ତାଙ୍କୁ ସମୟ ମିଳି ‌କି ଖୋଲାସ୍ଥାନ ପାଇଲେ ସେ ଜାଭେଲିନ ଫିଙ୍ଗବା ଓ ଅଭ୍ୟାସ କରିବା ଆରମ୍ଭ କରି ଦେଇଥାଆନ୍ତି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Special gift | Argus News