ରିଲାଏନ୍ସ ଫାଉଣ୍ଡେସନର କ୍ରୀଡ଼ାବିତ୍ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୪ରେ ଜିତିଲେ ୬ ପଦକ

ଭୁବନେଶ୍ୱର: ତାମିଲନାଡୁରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୪ରେ ରିଲାଏନ୍ସ ଫାଉଣ୍ଡେସନର ଯୁବ କ୍ରୀଡ଼ାବିତମାନେ ଦୌଡ଼କୁଦ କ୍ରୀଡ଼ାରେ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ, ଗୋଟିଏ କାଂସ୍ୟ ଏବଂ ବାଳକ ଇଭେଣ୍ଟ ଚମ୍ପିଆନସିପରେ ଗୋଟିଏ ରୌପ୍ୟ ପଦକ ସମେତ ୬ଟି ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଚଳିତ ବର୍ଷ ତାମିଲନାଡୁରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।
ଏହି କ୍ରୀଡ଼ାରେ ଭାଗ ନେଇଥିବା ରିଲାଏନ୍ସ ଫାଉଣ୍ଡେସନର ୬ ଜଣ କ୍ରୀଡ଼ାବିତ୍ଙ୍କ ମଧ୍ୟରୁ ୫ ଜଣ ପଦକ ଜିତିଛନ୍ତି । ସଟ୍ ପୁଟ୍ ଓ ହାମର୍ ଥ୍ରୋ ଖେଳରେ ଓମ୍କାର ପ୍ରସାଦ ନନ୍ଦ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସଟ୍ ପୁଟ୍ରେ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପ୍ରୟାସ ଥିଲା ୧୮.୪୮ ମିଟର ଏବଂ ସେ ଏକ ଐତିହାସିକ ପ୍ରଦର୍ଶନରେ ହାମରକୁ ୬୫.୦୮ ମିଟର ଦୂରତା ପର୍ଯ୍ୟନ୍ତ ଫିଙ୍ଗିଥିଲେ ।
ଉଦୀୟମାନ କ୍ରୀଡ଼ାବିତ୍ ମହମ୍ମଦ ରେୟାନ୍ ବାସା ପୁରୁଷ ୧୦୦ ମିଟର ଦୌଡ଼ରେ ୧୦.୮୧ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣ ପଦକ ଜିତିବା ସହ ରୌପ୍ୟ ପଦକ ଜିତିଥିବା ଓଡ଼ିଶା ୧୦୦୦ ମିଟର ଦୌଡ଼କୁଦ ଦଳରେ ସାମିଲ ହୋଇଥିଲେ । ସେଥିରେ ତାଙ୍କ ସହ ରିଲାଏନ୍ସ ଫାଉଣ୍ଡେସନର ସାଥୀ ଖେଳାଳି ରାଜେନ୍ଦ୍ର ସିଦ୍ଧୁ ମଧ୍ୟ ସାମିଲ ଥିଲେ ।
ରେୟାନ୍ ନିଜ ପ୍ରଦର୍ଶନରେ ଖୁସି ବ୍ୟକ୍ତ କରି କହିଛନ୍ତି ଯେ ଏହି ସମ୍ମାନଜନକ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ମୁଁ ବହୁତ ଖୁସି । ମୁଁ ବରିଷ୍ଠ ସ୍ତର ଆଡ଼କୁ ଅଗ୍ରଗତି କରୁଥିବାବେଳେ ଏହି ସ୍ୱର୍ଣ୍ଣ ପଦକ ମୋର ଆତ୍ମବିଶ୍ୱାସ ବଢ଼ାଇବ । ମୁଁ ମୋ ପ୍ରଶିକ୍ଷକ ଏବଂ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫର୍ମାନ୍ସ ସେଂଟରର ସହାୟକ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ସର୍ବଶ୍ରେଷ୍ଠ ପ୍ରସ୍ତୁତି କରିଥିଲି ଏବଂ ଏହି ଫଳାଫଳ ଆମେ କରିଥିବା ସମସ୍ତ କଠିନ ପରିଶ୍ରମର ଫଳ ବୋଲି ରେୟାନ୍ କହିଛନ୍ତି ।
ଅନ୍ୟ ଦୁଇଟି ପଦକ ମହିଳା ୨୦ ମିଟର ଷ୍ଟିପଲ୍ଚେଜ କ୍ରୀଡ଼ାରେ ମିଳିଛି । ୭:୨୧.୧୬ ସେକେଣ୍ଡ ସହ ସୁନୀତା ସାନ୍ତା କାଂସ୍ୟ ପଦକ ଜିତିଛନ୍ତି ଏବଂ ୧୩.୮୯ ସେକେଣ୍ଡରେ ପୁରୁଷ ୧୧୦ ମିଟର ବାଧା ଦୌଡ଼ରେ ସନ୍ଦୀପ ଗଣ୍ଡ ରୌପ୍ୟ ପଦକ ଜିତିଛନ୍ତି ।
📱 Get Argus News App
✨ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫର୍ମାନ୍ସ ସେଂଟରର ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ ଓୱେନ୍ସ କହିଛନ୍ତି ଯେ, “ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ଆମ ପାଇଁ ବହୁତ ଭଲ ରହିଛି । ଆମ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଦୁଇ ଘଣ୍ଟା ମଧ୍ୟରେ ଓମ୍କାର ନିଜର ଦୁଇଟି ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଚମତ୍କାର ପ୍ରୟାସ କରିଥିଲେ । ଏହା ମଧ୍ୟରେ ରେୟାନ୍ ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଦୌଡ଼ରେ ଦୌଡ଼ିଥିଲେ । ଆଥଲେଟିକ୍ସ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଆମକୁ ୩ଟି ସ୍ୱର୍ଣ୍ଣ ପଦକ ମିଳିଥିଲା । ସୁନୀତା ମଧ୍ୟ ଏକ ସାହସିକ ଦୌଡ଼ ଦୌଡ଼ିଥିଲେ ଏବଂ ଆଉ କିଛି ପ୍ରସ୍ତୁତି ସହ ସେ ଯୁବ ଜାତୀୟ କ୍ରୀଡ଼ାରେ ତାଙ୍କ ଖେଳରେ ସ୍ୱର୍ଣ୍ଣ ପଦକ ପାଇଁ ପ୍ରମୁଖ ଦାବିଦାର ହେବେ । ଆମ ସମସ୍ତ କ୍ରୀଡ଼ାବିତ୍ ଯେଉଁ ପରିଶ୍ରମ କରିଥିଲେ ସେଥିପାଇଁ ଓଡ଼ିଶା ସାମଗ୍ରିକ ବାଳକ ଚାମ୍ପିୟନସିପ୍ରେ ରୌପ୍ୟ ପଦକ ଜିତିବା ସହ ଓଡ଼ିଶା ଦଳକୁ ସହଯୋଗ କରିଥିବା ପ୍ରଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ମୁଁ ଗର୍ବିତ । ଆମେ ଏଥିରୁ ଶିଖିବୁ ଏବଂ ଆଗାମୀ ଦିନରେ ସ୍ୱର୍ଣ୍ଣ ଜିତିବାକୁ ଚେଷ୍ଟା କରିବୁ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର