ବିଜୟ ଦେଲେ କାନ୍ଦି ବିଦାୟ ନେଲେ ଶ୍ରୀଜେଶ

ଅର୍ଗସ ବ୍ୟୁରୋ:ପ୍ୟାରିସ ଅଲମ୍ପିକ୍ସରେ ସ୍ପେନକୁ ୨-୧ ଗୋଲରେ ହରାଇ ବ୍ରୋଞ୍ଜ ପଦକ ହାତେଇଛି ଭାରତୀୟ ହକି ଦଳ । ବିଜୟର ମହାନାୟକ ସାଜି ଭାରତକୁ ବିଜୟ ଭେଟିଦେଇ କାନ୍ଦି କାନ୍ଦି ବିଦାୟ ନେଇଛନ୍ତିଭାରତୀୟ ଟିମର ଦ ୱାଲ ଭାବେ ପରିଚିତ ଗୋଲକିପର ଶ୍ରୀଜେଶ। ଏଥିସହ ସେ ପଡ଼ିଆରେ ନିଜ ଗୋଲକିପିଂ ଗ୍ଲୋବ୍ସକୁ ରଖି ଦଣ୍ଡବତ ମଧ୍ୟ ହୋଇଥିଲେ।ଅଧିନାୟକ ହରମନପ୍ରୀତ ତାଙ୍କୁ କାନ୍ଧରେ ବସାଇ ବୁଲାଇଛନ୍ତି। ଆଉ ମଇଦାନରେ ଦେଖିବାକୁ ମିଳିବନି ଶ୍ରୀଜେଶଙ୍କୁ।
ଦୀର୍ଘ ୧୮ ବର୍ଷ ଧରି ଭାରତୀୟ ହକି ପାଇଁ ନିଜର ସବୁ କିଛି ଦେଇଥିବା ପିଆର ଶ୍ରୀଜେଶ ଶେଷରେ ନିଜର ପ୍ରିୟ ଖେଳକୁ ଅଲବିଦା କହିଛନ୍ତି। ଟୋକିଓରେ ମଧ୍ୟ ପିଆର ଶ୍ରୀଜେଶ ଭାରତର ଗୋଲକିପର ରହିଥିଲେ। ଏହି ସମୟରେ ଭାରତ ଜର୍ମାନୀକୁ ହରାଇ ବ୍ରୋଞ୍ଜ ଜିତିଥିଲା। ଏବେ ଶ୍ରୀଜେଶଙ୍କ ଶେଷ ଅଲିମ୍ପିକ୍ସରେ ମଧ୍ୟ ଭାରତ ବ୍ରୋଞ୍ଜ ପଦକ ଭେଟି ଦେଇଛନ୍ତି । ପିଆର ଶ୍ରୀଜେଶ ଭାରତୀୟ ହକି ଟିମରେ ସୁପରମ୍ୟାନ ଭାବେ ବେଶ ଜଣାଶୁଣା।
୨୦୦୬ରେ ଭାରତୀୟ ସିନିୟର ଟିମ୍ ପାଇଁ ଡେବ୍ୟୁ କରିଥିଲେ ଶ୍ରୀଜେଶ। ସେ ଭାରତ ପକ୍ଷରୁ ୩୩୫ଟି ମ୍ୟାଚ୍ ଖେଳିଛନ୍ତି। ଏହାପୂର୍ବରୁ ୨୦୦୪ରେ ଜାତୀୟ ଜୁନିୟର ଟିମ୍ରେ ସାମିଲ ହୋଇଥିଲେ ଶ୍ରୀଜେଶ। ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଜାତୀୟ ଜୁନିୟର ଟିମ୍ ତରଫରୁ ଖେଳିଥିଲେ ପ୍ରଥମ ମ୍ୟାଚ୍। ୨୦୦୬ରେ କୋଲମ୍ବୋରେ ଅନୁଷ୍ଠିତ ଦକ୍ଷିଣ ଏସୀୟ କ୍ରୀଡ଼ାରେ ସେ ଜାତୀୟ ସିନିୟର ଟିମ୍ରେ ଡେବ୍ୟୁ କରିଥିଲେ। ହକି ସୁପରଷ୍ଟାରଙ୍କ ଏ ବିଦାୟ ମନେ ରହିବ ସାରା ବିଶ୍ବ