Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ୟାରିସ ଅଲମ୍ପିକ୍ସ ପରେ ଅବସର ନେବେ ଶ୍ରୀଜେଶ

Sports

ପ୍ୟାରିସ ଅଲମ୍ପିକ୍ସ ପରେ ଅବସର ନେବେ ଶ୍ରୀଜେଶ

Sangram Tripathy
Browse all articles by Sangram Tripathy
·1 year ago·2 min read
ପ୍ୟାରିସ ଅଲମ୍ପିକ୍ସ ପରେ ଅବସର ନେବେ ଶ୍ରୀଜେଶ

ଅର୍ଗସ ବ୍ୟୁରୋ: ସରିଛି ପ୍ରସ୍ତୁତି, ପ୍ୟାରିସରେ ୨୬ରୁ ଆରମ୍ଭ ହେବାକୁ ଯାଉଛି ଅଲମ୍ପିକ୍ସ କ୍ରୀଡ଼ା ମହାକୁମ୍ଭ, ଆଉ ଏହାରି ଭିତରେ ସୋସିଆଲ ମିଡିଆରେ ଭାରତୀୟ ଟିମ୍‌ର ଭେଟେରାନ ଗୋଲ୍‌କିପର ପିଆର୍ ଶ୍ରୀଜେଶ ପ୍ୟାରିସ ଅଲମ୍ପିକ୍ସ ପରେ ଅନ୍ତଜାର୍ତୀୟ ହକିରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ସେ ଭାରତ ପକ୍ଷରୁ ୩୦୦ରୁ ଅଧିକ ମ୍ୟାଚ୍ ଖେଳି ସାରିଛନ୍ତି। ୨୦୦୬ରେ କୋଲମ୍ବୋରେ ଅନୁଷ୍ଠିତ ଦକ୍ଷିଣ ଏସୀୟ କ୍ରୀଡ଼ାରେ  ଭାରତର ସିନିୟର ଟିମ୍‌ରେ ସ୍ଥାନ ପାଇଥିଲେ ଶ୍ରୀଜେଶ,୨୦୨୧ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଶ୍ରୀଜେଶ ଏହାର ସଦସ୍ୟ ରହିଥିଲେ। ଏହା ଶ୍ରୀଜେଶଙ୍କ ଚତୁର୍ଥ ଅଲିମ୍ପିକ୍ସ।

ତାଙ୍କର ଏହି ହକି ଯାତ୍ରା ଜିଭି ରାଜା ସ୍ପୋର୍ଟସ ସ୍କୁଲରୁ ଆରମ୍ଭ ହୋଇଥିଲା। ସେ ଲେଖିଛନ୍ତି, ମୁଁ ଏବେ ବି ମନେଅଛି ମୋ ବାପା ଗାଈ ବିକ୍ରି କରି ମୋର ପ୍ରଥମ କିଟ୍ କିଣିଥିଲେ। ତାଙ୍କର ଏହି ତ୍ୟାଗ ମୋ ମନ ଭିତରେ ନିଆଁ ଲଗାଇ ଦେଇଥିଲେ, ଯାହା ମୋତେ କଠିନ ପରିଶ୍ରମ କରିବାକୁ ଓ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରିତ କରିଥିଲା। ଆଉ ସେବେଠୁ ମୁଁ ପଛକୁ ଫେରିଚାହିଁନି ହକି ଖେଳିଚାଲିଛି। ମୋର ପ୍ରଥମ ଅନ୍ତଜାର୍ତୀୟ ଟ୍ରିପ୍‌ରେ ମୁଁ ଅଷ୍ଟ୍ରେଲିଆ ଯାଇଥିଲି, ଯାହା ଆଶ୍ଚର୍ଯ୍ୟ ଓ ମନରେ ଉତ୍ସାହରେ ଭରିଦେଇଥିଲା ତାହା ମୁଁ କେବେ ଭୁଲିପାରିବି ନାହିଁ।

ଶ୍ରୀଜେଶ ପ୍ରଥମ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନକୁ ହରାଇ ଭାରତ ଚାମ୍ପିୟନ ହେବା ବିଷୟରେ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି ତାହା ଏକ ଐତିହାସିକ ମୁହୂର୍ତ୍ତ ଥିଲା। ଅଲିମ୍ପିକ୍ସରେ ଭାରତୀୟ ଦଳର ନେତୃତ୍ୱ ନେବା ତାଙ୍କ ପାଇଁ ଏକ ସମ୍ମାନ ଥିଲା, ଯାହାକୁ ସେ ଶବ୍ଦରେ ବର୍ଣ୍ଣନା କରିପାରିବେ ନାହିଁ ବୋଲି ଲେଖିଛନ୍ତି। ବିଶ୍ୱର ଶ୍ରେଷ୍ଠ ଗୋଲକିପର ଭାବେ ପୁରସ୍କୃତ ହେବା ଏକ ଏଭଳି ସ୍ୱୀକୃତି ଥିଲା, ଯାହା ସବୁଦିନ ପାଇଁ ତାଙ୍କୁ ଆନନ୍ଦିତ କରିବ ବୋଲି ଶ୍ରୀଜେଶ ଲେଖିଛନ୍ତି। ପ୍ୟାରିସରେ ଭାରତ ହକିରେ ପଦକ ଜିତି ଇତିହାସ ରଚୁ ବୋଲି ଆଶା ରଖିଛନ୍ତି ପ୍ରଶଂସକ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sreejesh will retire after the Paris Olympics | Argus News