Videos
|
Sports

ଶ୍ରୀଜେଶଙ୍କ ୧୬ ନଂ ଜର୍ସିକୁ ଅବସର ପ୍ରଦାନ କଲା ହକି ଇଣ୍ଡିଆ

Sangram Tripathy
Browse all articles by Sangram Tripathy
·1 year ago·1 min read
ଶ୍ରୀଜେଶଙ୍କ ୧୬ ନଂ ଜର୍ସିକୁ ଅବସର ପ୍ରଦାନ କଲା ହକି ଇଣ୍ଡିଆ

ଅର୍ଗସ ବ୍ୟୁରୋ:ଟିମ୍ ଇଣ୍ଡିଆର ଭେଟେରାନ୍ ଗୋଲ୍ କିପର୍ ପି.ଆର ଶ୍ରୀଜେଶଙ୍କ ଜର୍ସି ନମ୍ବର ୧୬କୁ ଭାରତୀୟ ହକିରୁ ସବୁ ଦିନ ପାଇଁ ଅବସର ପ୍ରଦାନ କରିଛି ହକି ଇଣ୍ଡିଆ । ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ହକିରେ ବ୍ରୋଞ୍ଜ ପଦକ ଭେଟିଦେବାରେ ମହାନାୟକ ସାଜିଥିବା ହକିର ଦି ଗ୍ରେଟ୍ ୱାଲ୍ ଶ୍ରୀଜେଶ। ଦେଶକୁ ଲଗାତାର ଦୁଇଟି ଅଲମ୍ପିକ୍ସ ୨ଟି ବ୍ରୋଞ୍ଜ ପଦକ ଦେଶକୁ ଭେଟିଦେଇଛନ୍ତି।  ହକି ଇଣ୍ଡିଆର ମହାସଚିବ ଭେଳାନାଥ ସିଂହ ଶ୍ରୀଜେଶଙ୍କ ଭବିଷ୍ୟତକୁ ନେଇ କରିଛନ୍ତି ବଡ଼ ଘୋଷଣା ।

ଆଗାମୀ ୨ ଦଶକ ପର୍ଯ୍ୟନ୍ତ ୧୬ ନମ୍ବରର ଜର୍ସି ପିନ୍ଧୁଥିବା ୩୬ ବର୍ଷୀୟ ଶ୍ରୀଜେଶଙ୍କୁ ହକି ଇଣ୍ଡିଆ ୨୧ ବର୍ଷରୁ କମ୍ ଭାରତୀୟ ହକି ଦଳର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିବେ। ଜୁନିୟର ଦଳରେ ଶ୍ରୀଜେଶ ତାଙ୍କ ଉତ୍ତରାଧିକାରୀ ଭାବେ  ଆଉ ଜଣେ ଶ୍ରୀଜେଶଙ୍କୁ ପ୍ରସ୍ତୁତ କରିବେ । ଟିମ ଇଣ୍ଡିଆ ପାଇଁ ଶ୍ରୀଜେଶ ଅବଦାନକୁ ସମ୍ମାନ ଜଣାଇ ହକି ଇଣ୍ଡିଆ ୧୬ ନମ୍ବର ଜର୍ସିକୁ ମଧ୍ୟ ଅବସର ଘୋଷଣା କରିଛି । ଦୀର୍ଘ ୧୮ ବର୍ଷ ହକି ପାଇଁ ନିଜକୁ ଉତ୍ସଗିକୃତ କରିଥିଲେ ଏହି ହକି ଖେଳାଳି ଜଣଙ୍କ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sreejesh's jersey number 16 was retired by Hockey India | Argus News