Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତକୁ ୮ ଓ୍ବିକେଟରେ ପରାସ୍ତ କରି ମହିଳା ଏସିଆ କପ ଜିତିଲା ଶ୍ରୀଲଙ୍କା

Sports

ଭାରତକୁ ୮ ଓ୍ବିକେଟରେ ପରାସ୍ତ କରି ମହିଳା ଏସିଆ କପ ଜିତିଲା ଶ୍ରୀଲଙ୍କା

Ritu Das
Browse all articles by Ritu Das
·1 year ago·1 min read
ଭାରତକୁ ୮ ଓ୍ବିକେଟରେ ପରାସ୍ତ କରି ମହିଳା ଏସିଆ କପ ଜିତିଲା ଶ୍ରୀଲଙ୍କା

ଅର୍ଗସ ବ୍ୟୁରୋ: ଫାଇନାଲରେ ଭାରତୀୟ ବୋଲରଙ୍କ ଖରାପ ପ୍ରଦର୍ଶନ ଯୋଗୁ ଏସିଆ କପ ଜିତିଗଲା ଶ୍ରୀଲଙ୍କା। ଭାରତକୁ ୮ ଓ୍ବିକେଟରେ ପରାସ୍ତ କରି ଚାମ୍ପିଅନ ହୋଇଛି ଶ୍ରୀଲଙ୍କା। 

ଏହି ମ୍ୟାଚରେ ଭାରତୀୟ ମହିଳା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ଭଲ ଆରମ୍ଭ କରିଥିଲେ ବି ଶେଫାଳି ୧୬ ରନ କରି ଆଉଟ ହୋଇଥିଲେ । ତେବେ ସ୍ମୃତି ୪୭ ବଲରେ ୬୦ ରନ କରିଥିଲେ । ଉମା ଛେତ୍ରୀ ଓ ହରମନପ୍ରୀତ କୌର ଯଥାକ୍ରମେ ୯ ଓ ୧୧ ରନ କରି ଆଉଟ ହୋଇଥିଲେ । ସେହିପରି ଜେମିମା ରୋଡ୍ରିଗଜ ୨୯ ରନ ଓ ରିଚା ଘୋଷ ୩୦ ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୬୫ ରନ କରିଥିଲା ଓ ଶ୍ରୀଲଙ୍କା ଆଗରେ ୧୬୬  ରନର ଟାର୍ଗେଟ୍ ରଖିଥିଲା ।

୧୬୬ ରନର ଲକ୍ଷ୍ୟକୁ ଶ୍ରୀଲଙ୍କା ୧୮.୪ ଓଭରରେ ମାତ୍ର ୨ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଚାମାରି ଆଟାପଟ୍ଟୁ ୬୧ ରନ ଓ ହର୍ଷିତା ସମରଓ୍ବିକ୍ରମା ୬୯ରନ କରିଥିଲେ । କବିସା ଦଲ୍ଲାରି ୩୦ ରନ କରିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
Sri Lanka won the | Argus News