Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Srikant vs Gambhir / ହର୍ଷିତଙ୍କୁ ନେଇ ମୁହାଁମୁହିଁ ହେଲେ ଶ୍ରୀକାନ୍ତ-ଗମ୍ଭୀର

Ritu Das
Browse all articles by Ritu Das
·9 months ago·2 min read
ହର୍ଷିତଙ୍କୁ ନେଇ ମୁହାଁମୁହିଁ ହେଲେ ଶ୍ରୀକାନ୍ତ-ଗମ୍ଭୀର

Key Points

ଯୁବ କ୍ରିକେଟ ଖେଳାଳି ହର୍ଷିତ ରାଣାଙ୍କୁ ନେଇ ମୁହାଁମୁହିଁ ହେଲେ ଦୁଇ ଭାରତୀୟ କ୍ରିକେଟ ଖେଳାଳି । ଜଣେ ହେଉଛନ୍ତି କ୍ରିସ୍ ଶ୍ରୀକାନ୍ତ ଓ ଅନ୍ୟ ଜଣେ ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ପ୍ରଶିକ୍ଷକ ଗୌତମ ଗମ୍ଭୀର ।

ଯୁବ କ୍ରିକେଟ ଖେଳାଳି ହର୍ଷିତ ରାଣାଙ୍କୁ ନେଇ ମୁହାଁମୁହିଁ ହେଲେ ଦୁଇ ଭାରତୀୟ କ୍ରିକେଟ ଖେଳାଳି । ଜଣେ ହେଉଛନ୍ତି କ୍ରିସ୍ ଶ୍ରୀକାନ୍ତ ଓ ଅନ୍ୟ ଜଣେ ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ପ୍ରଶିକ୍ଷକ ଗୌତମ ଗମ୍ଭୀର । କିଛି ଦିନ ପୂର୍ବେ ଶ୍ରୀକାନ୍ତ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ହର୍ଷିତ ରାଣାଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ସାମିଲ କରିବାର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଦାବି କରିଥିଲେ ଯେ ରାଣାଙ୍କୁ କେବଳ ଗମ୍ଭୀରଙ୍କ "ପ୍ରିୟ ଖେଳାଳି" ହୋଇଥିବାରୁ ଦଳରେ ସାମିଲ କରାଯାଇଥିଲା। ଶ୍ରୀକାନ୍ତଙ୍କ ବୟାନର ଏକ ଭିଡିଓ କ୍ଲିପ୍ ଭାଇରାଲ ହୋଇଥିଲା। ଏବେ ଏହାର ଜବାବ ଦେଇଛନ୍ତି ଗୌତମ । ଗମ୍ଭୀର କହିଛନ୍ତି ଯେ ୨୩ ବର୍ଷୀୟ ଉଦୀୟମାନ କ୍ରିକେଟରଙ୍କୁ ଟାର୍ଗେଟ କରିବା ଲଜ୍ଜାଜନକ। ଦୁଇ ଜଣଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଛି। 


ଗମ୍ଭୀରଙ୍କ ଜନ୍ମଦିନରେ ଭାରତ ଫେରିଲେ କୋହଲି: ଅଷ୍ଟ୍ରେଲିଆ ଯିବାକୁ ତତ୍ପରତା ଦେଖାଇଲେ


ଗମ୍ଭୀରଙ୍କ ଘନିଷ୍ଠ ହୋଇଥିବାରୁ ହର୍ଷିତ ଟିମରେ ଅଛନ୍ତି : ଶ୍ରୀକାନ୍ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିଜର ୟୁଟ୍ୟୁବ ଚ୍ୟାନେଲ ଚଳାଇବାକୁ ଯୁବ କ୍ରିକେଟିୟରଙ୍କୁ ଟାର୍ଗେଟ କରୁଛନ୍ତି ଶ୍ରୀକାନ୍ତ : ଗମ୍ଭୀର।


ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ଵିତୀୟ ଟେଷ୍ଟ ୭ ୱିକେଟ୍‌ରେ ଜିତିଲା ଭାରତ, ସିରିଜ୍‌ରେ 'ସିରାଜ' ରାଜ୍


ଦ୍ୱିତୀୟ ଭାରତ ବନାମ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସମାପ୍ତ ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଗୌତମ ଗମ୍ଭୀର କହିଛନ୍ତି, "ଏହା ଲଜ୍ଜାଜନକ ଯେ ଆପଣ କେବଳ ଆପଣଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ ଚଲାଇବା ପାଇଁ ଜଣେ ୨୩ ବର୍ଷୀୟ ଖେଳାଳିଙ୍କୁ ଟାର୍ଗେଟ କରୁଛନ୍ତି। ହର୍ଷିତଙ୍କ ବାପା ପୂର୍ବତନ ଅଧ୍ୟକ୍ଷ, ପୂର୍ବତନ କ୍ରିକେଟର କିମ୍ବା ପ୍ରବାସୀ ଭାରତୀୟ ନୁହଁନ୍ତି। ସେ ନିଜ ଯୋଗ୍ୟତାରେ କ୍ରିକେଟ୍ ଖେଳୁଛନ୍ତି ଏବଂ ଏପରି କରି ଚାଲିବେ। ଯଦି ଆପଣ ସୋସିଆଲ ମିଡିଆରେ ୨୩ ବର୍ଷୀୟ ଖେଳାଳିଙ୍କ ବିଷୟରେ ଏପରି କଥା କୁହନ୍ତି, ତେବେ ଏହା ତାଙ୍କ ମାନସିକତା ଉପରେ କ'ଣ ପ୍ରଭାବ ପକାଇବ?

Sponsored
Srikant and Gambhir Face Off Over Harshit | Argus News