ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଝଟକା ପରେ ଝଟକା

ଅର୍ଗସ ବ୍ୟୁରୋ: ସ୍ତ୍ରୀ ଅଧା ରାସ୍ତାରେ ହାତ ଛାଡ଼ିଦେଲେ। ସମୟ ବି ଦେଲାନି ସାଥ। ଆଶାରେ ରହିଗଲା ଅଧିନାୟକ ସ୍ବପ୍ନ। ଉପଅଧିନାୟକ ପଦ ଗଲାପରେ ଆଃ ପଦେ କହିବାକୁ ପାଖରେ ନ ଥିଲେ ପତ୍ନୀ ନତାଶା। ଜୀବନଟା ବି ଲୁଚକାଳି ଖେଳିଲା ହାର୍ଦ୍ଦିକଙ୍କ ସାଥୀରେ। ପୁଅ ଅଗସ୍ତ୍ୟକୁ ନେଇ ଭାରତ ଛାଡ଼ିଛନ୍ତି ନତାଶା। ଆଖିର ଲୁହ ଓଠ ପିଉଛି। ଯେଉଁ ସମୟରେ ପତ୍ନୀ ସାହାରା ଦେବାକଥା ପୁଅକୁ ଦେଖିଦେଲେ ଦୁଃଖ ଦୂର ହେବା କଥା। କିନ୍ତୁ ଏବେ ପାଖରେ କେହି ନାହାନ୍ତି।
ତେବେ ଏଠି ପ୍ରଶ୍ନ ପତି ପତ୍ନୀଙ୍କର ୪ବର୍ଷର ସମ୍ପର୍କ ମଧ୍ୟରେ ବିବାହ ବିଚ୍ଛେଦ କାହିଁକି। ତେବେ ଏହି ବିବାହ ଭାଙ୍ଗିବାର କାରଣ ଏକ୍ସଟ୍ରା ମାରିଟାଲ ଆଫେୟାର ବୋଲି ସବୁଠି ଚର୍ଚ୍ଚା ଚାଲିଛି। ତେବେ ଗତ ଦୁଇ ଦିନ ହେଲା ହାର୍ଦ୍ଦିକଙ୍କ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫ ଭାରି ଚର୍ଚ୍ଚାରେ। କିଛି ଦିନ ହେବ ସୋସିଆଲ ମିଡିଆରେ ଘୁରିବୁଲୁଥିଲା କଥା ଏବେ ସତ ହୋଇଛି । ପରସ୍ପରଠୁ ଅଲଗା ହୋଇଛନ୍ତି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ଷ୍ଟେନକୋଭିକ। ଉଭୟ ସୋସିଆଲ ମିଡିଆ ପୋଷ୍ଟ କରି ବ୍ୟକ୍ତିଗତ ଜୀବନର ଏହି ବଡ ଘୋଷଣା କରିଛନ୍ତି । ୪ବର୍ଷର ସର୍ମ୍ପକ ଶେଷ ହେବା ପରେ ମିଳିତଭାବେ ପୁଅ ଅଗସ୍ତ୍ୟର ଲାଳନପାଳନ କରିବେ ବୋଲି କହିଛନ୍ତି । ଏଥିସହ ବୁଝାମଣା ଭିତରେ ଏମାନେ ପରସ୍ପରଠୁ ଅଲଗା ହୋଇଥିବା ସ୍ପଷ୍ଟ କରିଛନ୍ତି।
ବିବାହ ବିଚ୍ଛେଦ ପରେ ପୁଅ ଅଗସ୍ତ୍ୟକୁ ନେଇ ନତାଶା ସବୁଦିନ ପାଇଁ ଭାରତ ଛାଡିଥିବା କୁହାଯାଇଛି । ମୁମ୍ବାଇ ବିମାନବନ୍ଦରର ଏହି ଭିଡିଓ ଭାରତ ଛାଡିବା ସମୟର ବୋଲି କୁହାଯାଉଛି । ଅଲଗା ହେଉଥିବା ବିଷୟରେ ଘୋଷଣା କରିବା ପରେ ନତାଶା ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ପୁଅ ଅଗସ୍ତ୍ୟ ଖେଳୁଥିବାର ନଜର ଆସିଛନ୍ତି। କୁହାଯାଉଛି ଯେ, ନତାଶା ଏବେ ସର୍ବିଆରେ ଥିବା ନିଜ ବାପ ଘରକୁ ଚାଲିଯାଇଛନ୍ତି।
📱 Get Argus News App
✨ସେଲିବ୍ରେଟି ଯୋଡିଙ୍କ ପ୍ରେମ ସର୍ମ୍ପକ ୫ବର୍ଷ ପୁରୁଣା । ନାଇଟ କ୍ଲବରୁ ଦେଖା ପରେ ଜୀବନସାଥୀ ହୋଇଥିଲେ । ୨୦୨୦ ସମୟରେ ହଠାତ ସୋସିଆଲ ମିଡିଆରେ ହଠାତ ଏକ ଭିଡିଓ ବେଶ ଭାଇରାଲ ହୋଇଥିଲା । ଯେଉଁ ସମୟରେ ନତାଶାଙ୍କୁ ହାର୍ଦ୍ଦିକଙ୍କ ପ୍ରପୋଜ ଭିଡିଓ ଭାଇରାଲ ହୋଇଥିଲା । କିଛି ଦିନ ପରେ କୋର୍ଟ ମ୍ୟାରେଜ ଓ ମା’ ହେବା ଘୋଷଣା କରିଥିଲେ ନତାଶା । ପରେ ହିନ୍ଦୁ ଓ କ୍ୟାଥଲିକ ରୀତିନିତି ସହ ୩ଥର ବିବାହ କରି ଉଭୟ ଚର୍ଚ୍ଚାରେ ରହିଥିଲେ।
ସେପଟେ ପୋଷ୍ଟ କରି ହାର୍ଦ୍ଦିକଙ୍କ ଫ୍ୟାନମାନେ ତାଙ୍କ ସହ ଛିଡା ହୋଇଥିବା କହିଛନ୍ତି। ଫ୍ୟାନମାନେ କହିଛନ୍ତି ତୁମେ ବିଶ୍ବ ଚାମ୍ପିୟନ। କାରଣ ଜୁନ ୨୯ରେ ହୋଇଥିବା ଟି-୨୦ ବିଶ୍ବକପରେ ହାର୍ଦ୍ଦିକଙ୍କ ଯୋଗୁ ଦକ୍ଷିଣଆଫ୍ରିକାକୁ ପରାସ୍ତ କରିଥିଲା ଭାରତ। ଆଉ ୧୭ବର୍ଷ ପରେ ଭାରତ ବିଶ୍ବ ଚାମ୍ପିୟନ ହୋଇଥିଲା।
ଫ୍ୟାନମାନେ ହାର୍ଦ୍ଦିକଙ୍କୁ କହିଛନ୍ତି ତୁମେ ଧୈର୍ଯ୍ୟ ଧର ଏତେ ବଡ଼ ବିପଦ ବେଳେ ଆମେ ତୁମ ସାଥୀରେ ଅଛୁ। ବର୍ଷ ଆରମ୍ଭରୁ ହିଁ ହାର୍ଦ୍ଦିକଙ୍କୁ କ୍ୟାରିୟରରେ ଗୋଟିଏ ପରେ ପରେ ଝଟକା। ସେପଟେ ମୁମ୍ବାଇ ଇଣ୍ଡିଆନ୍ସ ଟିମରୁ ହାର୍ଦ୍ଦିକଙ୍କ ଅଧିନାୟକ ପଦ ଯାଇପାରେ ବୋଲି ଚର୍ଚ୍ଚା ହେୁଛି।
ତେବେ କ୍ୟାରିୟର ଓ ବ୍ୟକ୍ତିଗତ ଜୀବନର ଡଙ୍ଗା ଟଳମଟଳ ଏହା ଭିତରେ ବିବାହ ବିଚ୍ଛେଦ ହାର୍ଦ୍ଦିକଙ୍କ ପାଇଁ ନିଶ୍ଚିତଭାବେ ବଡ ଝଟକା । କ୍ରିକେଟ ଦୁନିଆରେ ହାର୍ଦ୍ଦିକ ଜଣେ ଷ୍ଟାର କ୍ରିକେଟର ହୋଇଥିବାବେଳେ ନତାଶା ଜଣେ ମଡେଲ, ଅଭିନେତ୍ରୀ । ମୁମ୍ବାଇ ପହଞ୍ଚିବା ପରେ ଅନେକ ରିୟଲିଟି ଶୋ, ବଲିଉଡ ଫିଲ୍ମରେ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ସ୍ଥାନ ବନାଇଥିଲେ । ତେବେ ଏମାନଙ୍କ ବିଚ୍ଛେଦ ଉଭୟ କ୍ରିକେଟ ଓ ଗ୍ଲାମର ଲେନର ଅନ୍ୟତମ ଚର୍ଚ୍ଚିତ ଖବର ପାଲଟିଛି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର