Star Cricketer Viral Video / ଷ୍ଟାଡିୟମରେ ହଙ୍ଗାମା…ଦର୍ଶକଙ୍କୁ ରାଗରେ ପିଟିଲେ ଏହି ଷ୍ଟାର କ୍ରିକେଟ…ଭିଡିଓ ଭାଇରାଲ
·1 hour ago·2 min read

Key Points
ଜଣେ ଷ୍ଟାର କ୍ରିକେଟର ଦର୍ଶକଙ୍କୁ ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛି
ଶ୍ରୀନଗରର ବକ୍ସି ଷ୍ଟାଡିୟମ ଯାହା ରୋମାଞ୍ଚକର କ୍ରିକେଟ୍ ମ୍ୟାଚ୍ ଏବଂ ବାରମ୍ବାର ଲଗାଯାଉଥିବା ଚୌକା ଓ ଛକା ପାଇଁ ଜଣାଶୁଣା ବର୍ତ୍ତମାନ ଏକ ବିବାଦ କାରଣରୁ ଚର୍ଚ୍ଚାରେ ରହିଛି। 'ରେଡ୍ ପ୍ରିମିୟର ଲିଗ୍'ର ଏକ ସେମି-ଫାଇନାଲ୍ ମ୍ୟାଚ୍ ପରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସ୍ଥାନୀୟ କ୍ରିକେଟର ଜାହାଙ୍ଗୀର ଲୋନ୍ ଜଣେ ଦର୍ଶକଙ୍କୁ ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛି। କିଛି କ୍ରିକେଟ୍ ପ୍ରେମୀ ତାଙ୍କ ଆଚରଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି, ତଥାପି ଅନେକ ପ୍ରଶଂସକ ତାଙ୍କ ସମର୍ଥନରେ ଆଗକୁ ଆସିଛନ୍ତି।
ଏହି ଘଟଣା ୧୮ଅକ୍ଟୋବରରେ ରେଡ଼ ପ୍ରିମିୟର ଲିଗ୍ (RPL)ର ସେମିଫାଇନାଲ ମ୍ୟାଚ୍ ପରେ ହୋଇଛି । ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ ୧୮ଅକ୍ଟୋବରରେ RPLର ସେମିଫାଇନାଲ୍ ମ୍ୟାଚ୍ ଅଥବାସ୍ ଇଣ୍ଡିଆ XI ଏବଂ ରୟାଲ ଗୁଡଓ୍ବିଲ CC ମଧ୍ୟରେ ଖେଳାଯାଇଥିଲା । ମ୍ୟାଚ୍ ଶେଷ ହେବା ପରେ ଏଠାରେ ମାରପିଟ୍ ଘଟଣା ହୋଇଥିଲା । ଜଣେ ଦର୍ଶକ ତାଙ୍କୁ ମ୍ୟାଚ ସରିବାପରେ ଗାଳି ଦେଉଥିଲେ ଯେଉଁଥିରେ ଲୋନ ନିୟନ୍ତ୍ରଣ ହରାଇ ବସିଲେ।
ରେଡ୍ ପ୍ରିମିୟର ଲିଗର ଏହି ସେମିଫାଇନାଲ୍ ମ୍ୟାଚରେ ଅଥବାସ ଇଣ୍ଡିଆ ଇଲେଭେନ ରୟାଲ୍ ଗୁଡଓ୍ବିଲ CCକୁ ୩ ଓ୍ବିକେଟରେ ପରାସ୍ତ କରିଥିଲା । ଜାହାଙ୍ଗୀର ଲୋନ ରୟାଲ ଗୁଡଓ୍ବିଲ CC ଟିମର ଭାଗିଦାରୀ ଥିଲେ । ମ୍ୟାଚ୍ ଶେଷ ହେବା ପରେ ଅଥବାସ୍ ଇଣ୍ଡିଆ ଇଲେଭେନର ସପୋର୍ଟର ବିଜୟ ଉତ୍ସବ ପାଳିବାକୁ ଗ୍ରାଉଣ୍ଡରେ ପହଞ୍ଚିଥିଲେ । ଏହାପରେ ହଙ୍ଗାମା ଆରମ୍ଭ ହୋଇଯାଇଥିଲା । ଏହି ସମୟରେ ଜାହାଙ୍ଗୀର ଲୋନ ଏକ ଦର୍ଶକଙ୍କ ସହ ମାରପିଟ୍ କରୁଥିବା କ୍ୟାମେରାରେ କଏଦ ହୋଇଯାଇଥିଲା ।
ସୋସିଆଲ ମିଡ଼ିଆରେ ଭାଇରାଲ ଭିଡ଼ିଓରେ ଜହାଙ୍ଗୀର ଲୋନ ଜଣେ ଦର୍ଶକଙ୍କ ସହ ମାରପିଟ୍ କରୁଥିବା ନଜର ଆସୁଛନ୍ତି । ଭିଡ଼ିଓରେ ସେ ଧଳା ସାର୍ଟ ଏବଂ ଜିନ୍ସ ପିନ୍ଧିଥିବା ଦର୍ଶକଙ୍କୁ ମୁଥ ଏବଂ ଲାତ ମାରିବା ସହ ଧକ୍କା ଦେଉଥିବା ଦେଖାଯାଉଛନ୍ତି । ନିଜର ଏହି କାର୍ଯ୍ୟ ଉପରେ ସଫେଇ ଦେଇ ଜାହାଙ୍ଗୀର ଲୋନ ଗଣମାଧ୍ୟମକୁ କହିଛନ୍ତି କି, ଏହି ଘଟଣା ପରାଜୟ ପରେ ହୋଇଛି । ତାଙ୍କ ଟିମ୍ ପାଭିଲିୟନ ଆଡ଼କୁ ଯାଉଥିଲା । ସେତେବେଳେ ବିପକ୍ଷ ଦଳର କିଛି ସପୋର୍ଟର ଗ୍ରାଉଣ୍ଡରେ ଆସିଥିଲେ। ଉକ୍ତ ଦର୍ଶକ ତାଙ୍କୁ ଅପଶଦ୍ଦ କହିଥିଲେ ଏବଂ ଗାଳି ଦେଇଥିଲେ । ଦର୍ଶକ ତାଙ୍କ ମା’ଙ୍କ ଲାଗି ଅପମାଜନକ ଶଦ୍ଦର ବ୍ୟବହାର କରିଥିଲେ । ଏହାପରେ ସେ ନିଜର ହିତାହିତଜ୍ଞାନ ଭୁଲି ଯାଇଥିଲେ ଏବଂ ଦର୍ଶକଙ୍କ ସହ ମାରପିଟ୍ କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭିଡିଓ ଭାଇରାଲ ହେବାର କିଛି ଘଣ୍ଟା ପରେ, ଜାହାଙ୍ଗୀର ଲୋନ୍ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ତାଙ୍କ ପରିବାର ତାଙ୍କର ଗର୍ବ ଅଟେ । ତାଙ୍କ ପରିବାର ବିଷୟରେ ଅପମାନଜନକ ମନ୍ତବ୍ୟ କୁହାଯାଇଥିଲା । ଏଥିଲାଗି ସେ ରାଗିଯାଇ ଏଭଳି ପ୍ରତିକ୍ରିୟା ଦେଇଥିଲେ।
Related Topics
Explore more stories