ସ୍କୁଲ ୟୁନିଫର୍ମରେ ଛାତ୍ରୀ ଦେଖାଇଲେ ବୋଲିଂର ଯାଦୁ

ଅର୍ଗସ ବ୍ୟୁରୋ: ଭାରତରେ କ୍ରିକେଟ କଥା କହିଲେ ସମସ୍ତେ ଦିଓ୍ବାନା। ଖାଲି ପୁଅ ନୁହେଁ ଝିଅ ମାନେ ମଧ୍ୟ ଟିକିଏ ଫୁରସତ ମିଳିଲେ କ୍ରିକେଟ ଖେଳିବାକୁ ପଛାନ୍ତି ନାହିଁ। ଏବେ ନିକଟରେ ଏକ ମୁଭି ରିଲିଜ ହୋଇଥିଲା ଯାହାର ନାଁ ଥିଲା Mr. and Mrs. Mahi.. ଏହି ମୁଭିରେ ଜାହ୍ନବୀ କପୁର ରନମେସିନ ଭଳି ଛକା, ଚଉକା ବର୍ଷା କରିବା ସହ ବୋଲିଂ ମଧ୍ୟ କରୁଥିଲେ। କିନ୍ତୁ ଆମେ ଆଜି ଫିଲ୍ମ କଥା କହୁନୁ। ସ୍କୁଲ ୟୁନିଫର୍ମରେ ଥିବା ଜଣେ ଛାତ୍ରୀଙ୍କ କଥା କହୁଛୁ। ଯାହାଙ୍କ ବୋଲିଂ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛି। ଜଣେ ସ୍କୁଲ ଛାତ୍ରୀ ବୁମରାଙ୍କ ବୋଲିଂକୁ ଅନୁରୂପ ଭାବେ କପି କରି ବୋଲିଂ କରିଛନ୍ତି ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଆଉ ଏହାକୁ ଆପଣ ଦେଖିଲେ ତାଙ୍କୁ ଲେଡି ବୁମରା ବୋଲି ଡାକିବାକୁ ଅଟକାଇ ପାରିବେ ନାହିଁ।
Jasprit Bumrah is inspiring the next generation of Indian cricketers. 👌
— DW Hindi💫 (@DWHindi007) August 17, 2024
🌟 An all time Great in World cricket.pic.twitter.com/paPZ9PJG03
ତେବେ ଛୋଟବେଳେ କ୍ରିକେଟ ଖେଳୁଥିବା ପ୍ରତ୍ୟେକ ଖେଳାଳିଙ୍କ ଗୋଟିଏ ସ୍ୱପ୍ନଥାଏ, ସେମାନେ ଭାରତୀୟ ଦଳରେ ସାମିଲ ହୋଇ ବିଶ୍ୱକପ ଖେଳିବୋ କିଏ ରନ ମେସିନ କୋହଲିଙ୍କ ଭଳି କ୍ରିକେଟର ହେବାକୁ ଚାହାନ୍ତି ତ ପୁଣି କିଏ ଜାହିରଖାନଙ୍କ ଭଳି ବୋଲର। କିନ୍ତୁ ଟିମ ଇଣ୍ଡିଆର ବ୍ରହ୍ମାସ୍ତ୍ର କୁହାଯାଉଥିବା ବୁମ ବୁମ ବୁମରାଙ୍କ ଭଳି ବିଶ୍ୱ କ୍ରିକେଟରେ ଛାପ ଛାଡିବାକୁ ଚାହାନ୍ତି। କାରଣ ତାଙ୍କର ଦମଦାର ବୋଲିଂ ହେତୁ ଭାରତ ଟି-୨୦ ବିଶ୍ବକପ ୨୦୨୪ ଟାଇଟଲ ହାତେଇଥିଲା। ବିଶ୍ବକପରେ ବୁମରାଙ୍କ ଯାଦୁକୁ କେହି ଭୁଲିପାରି ନାହାନ୍ତି। ତାଙ୍କୁ ନିଜେ କ୍ରିକେଟର କିଙ୍ଗ କୋହଲି କହିଥିଲେ ଯେ, ବୁମରା ହେଉଛନ୍ତି ବିଶ୍ୱର ଅଷ୍ଟମ ଆଶ୍ଚର୍ଯ୍ୟ। ତାଙ୍କ ଭଳି କଷ୍ଟକର ବୋଲିଂ ଏକଦମ କପି କରିପାରିଛି ଏହି କୁନି ଝିଅଟି। ଫଳରେ ସାଧାରଣ ଲୋକେ ତଥା କ୍ରିକେଟ ପ୍ରେମୀ ତାଙ୍କୁ ‘ଲେଡି ବୁମରା’ ଆଖ୍ୟା ଦେଉଛନ୍ତି ।
ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖି ଫ୍ୟାନ ମାନେ ବହୁତ ଖୁସି ଥିବା ସହ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି । ତାହାସହ ଭବିଷ୍ୟତରେ ଏହି ଝିଅ ଜଣକ ଭାରତୀୟ ଦଳର ପ୍ରତିନିଧିତ୍ୱ ମଧ୍ୟ କରିବ ବୋଲି ଆଶା ରଖିଛନ୍ତି । ସ୍କୁଲ ଡ୍ରେସ ପିନ୍ଧିଥିବା ଏହି ଝିଅ ଜଣକ ବୁମରାଙ୍କ ଜଣେ ବଡ ପ୍ରଶଂସକ ଓ ତାଙ୍କ ଷ୍ଟାଇଲରେ ବୋଲିଂ କରିବାକୁ ପସନ୍ଦ କରନ୍ତି । ବୁମରାଙ୍କ ଭଳି ରନଅଫ ସହ ସେ ତାଙ୍କ ଭଳି ଦ୍ରୁତଗତିରେ ବୋଲିଂ କରୁଥିବା ନଜର ଆସୁଛନ୍ତି । ବ୍ୟାଟର ମଧ୍ୟ ତାଙ୍କ ବୋଲିଂରେ ଘାଇଲା ହେଉଛି।
📱 Get Argus News App
✨ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର