Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଲେ ଶୁଭମନ ଗିଲ

Ritu Das
Browse all articles by Ritu Das
·11 months ago·1 min read
ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଲେ ଶୁଭମନ ଗିଲ

Key Points

ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଲେ ଶୁଭମନ ଗିଲ

ଚଳିତ ସିରିଜ୍‌ର ୯ଟି ଇନିଂସରେ ତାଙ୍କ ରନ୍‌ ସଂଖ୍ୟା ୭୪୩ରେ ପହଞ୍ଚିଛି

ଜବରଦସ୍ତ ଫର୍ମରେ ଥିବା ଶୁଭମନ ଗିଲ୍‌ ଗୁରୁବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ଭାରତୀୟ ଅଧିନାୟକ ଭାବେ ଏକ ଟେଷ୍ଟ ସିରିଜ୍‌ରେ ସର୍ବାଧିକ ରନ କରିବାର ରେକର୍ଡର ଅଧିକାରୀ ହୋଇଛନ୍ତି। ଦି ଓଭାଲଠାରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ସେ ମାତ୍ର ୨୧ ରନ କରିବାକୁ ସକ୍ଷମ ହୋଇଥିଲେ। ଏଥିଯୋଗୁ ଚଳିତ ସିରିଜ୍‌ର ୯ଟି ଇନିଂସରେ ତାଙ୍କ ରନ୍‌ ସଂଖ୍ୟା ୭୪୩ରେ ପହଞ୍ଚିଛି।


ପୂର୍ବରୁ ଏହି ରେକର୍ଡ କିମ୍ବଦନ୍ତୀ ଭାରତୀୟ ବ୍ୟାଟର ସୁନୀଲ ଗାଭାସ୍କରଙ୍କ ନାମରେ ଥିଲା। ସେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୧୯୭୮/୭୯ ସିରିଜ୍‌ରେ ୭୩୨ ରନ କରିଥିଲେ। ତେବେ ଅଧିନାୟକ ଭାବେ ଗୋଟିଏ ଟେଷ୍ଟ ସିରିଜ୍‌ରେ ସର୍ବାଧିକ ରନ କରିବାର ରେକର୍ଡ ଅଷ୍ଟ୍ରେଲିଆର ଡନ ବ୍ରାଡମ୍ୟାନଙ୍କ ନାମରେ ରହିଛି। ବ୍ରାଡମ୍ୟାନ ୧୯୭୬/୭୭ରେ ଏକ ଟେଷ୍ଟ ସିରିଜ୍‌ରେ ୮୧୦ ରନ କରିଥିଲେ। ଏହି ତାଲିକାରେ ଇଂଲଣ୍ଡର ଗ୍ରାହାମ ଗୁଚ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ୧୯୯୦ରେ ୭୫୨ ରନ କରିଥିଲେ। ଚଳିତ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଆଉ ଏକ ଇନିଂସ ବାକି ଥିବାରୁ ଗିଲ୍‌ଙ୍କ ନିକଟରେ ଗୁଚ୍‌ଙ୍କୁ ଅତିକ୍ରମ କରିବାର ସୁଯୋଗ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
subhman-gill-breaks-gavaskars-record | Argus News