Videos
|
Sports

Sudden Retirement News / ହଠାତ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ଏହି କ୍ରିକେଟର…କ୍ରିକେଟ ଜଗତରେ ହଇଚଇ

Ritu Das
Browse all articles by Ritu Das
·23 mins ago·2 min read
ହଠାତ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ଏହି କ୍ରିକେଟର…କ୍ରିକେଟ ଜଗତରେ ହଇଚଇ
Cricket

Key Points

ଭାରତୀୟ କ୍ରିକେଟର ବାବା ଅପରାଜିତ ହଠାତ୍‌ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି
ଭାରତୀୟ କ୍ରିକେଟର ବାବା ଅପରାଜିତ ହଠାତ୍‌ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଘରୋଇ କ୍ରିକେଟରେ ସେ ବେଶ ସକ୍ରିୟ ଥିଲେ। ଏପରିକି ଆଇପିଏଲ ଦଳରେ ମଧ୍ୟ ତାଙ୍କୁ ସ୍ଥାନ ମିଳିଥିଲା। କିନ୍ତୁ ଭାରତୀୟ କ୍ରିକେଟ ଦଳ ପାଇଁ ଖେଳିବାର ସୁଯୋଗ ତାଙ୍କୁ କେବେ ମିଳିନଥିଲା। ବର୍ତ୍ତମାନ ଅପରାଜିତଙ୍କ ବୟସ ପ୍ରାୟ ୩୨ ବର୍ଷ। ଅବସର ପରେ ସେ ଖୁବ୍‌ଶୀଘ୍ର କୋଚିଂ ଦୁନିଆରେ ପାଦ ଥାପିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ୨୦୧୧ରେ ଆରମ୍ଭ ହୋଇଥିବା ତାଙ୍କ କ୍ରିକେଟ କ୍ୟାରିୟର ଏବେ ଶେଷ ହୋଇଛି।

ବାବା ଅପରାଜିତ କ୍ରିକେଟରୁ ଅବସର ନେଇଛନ୍ତି। ଚେନ୍ନାଇରେ ଜନ୍ମିତ ଅପରାଜିତ ୨୦୧୧ରେ ପ୍ରଥମ ଥର ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାର ସୁଯୋଗ ପାଇଥିଲେ। ଏହା ପରେ ସେ ୨୦୨୬ ଜାନୁଆରୀ ପର୍ଯ୍ୟନ୍ତ କ୍ରିକେଟ ଖେଳିଥିଲେ। ଅପରାଜିତ ୧୦୨ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୫,୧୯୯ ରନ ସଂଗ୍ରହ କରିଛନ୍ତି। ଏଥିରେ ତାଙ୍କ ନାମରେ ୧୨ଟି ଶତକ ଓ ୨୭ଟି ଅର୍ଦ୍ଧଶତକ ରହିଛି। ତାଙ୍କ ବ୍ୟାଟିଂ ହାର ୩୯.୬୮ ରହିଥିବାବେଳେ ଷ୍ଟ୍ରାଇକ ରେଟ ପ୍ରାୟ ୪୪ ଥିଲା।

ବାବା ଅପରାଜିତ ୧୧୪ଟି ଲିଷ୍ଟ-ଏ ମ୍ୟାଚ ଖେଳି ୪,୨୭୮ ରନ କରିଛନ୍ତି। ଏହି ଫର୍ମାଟରେ ତାଙ୍କ ନାମରେ ୮ଟି ଶତକ ଓ ୩୦ଟି ଅର୍ଦ୍ଧଶତକ ରହିଛି। ସେହିପରି ଟି-୨୦ ଫର୍ମାଟରେ ୬୩ଟି ମ୍ୟାଚ ଖେଳି ୧,୧୪୭ ରନ ସଂଗ୍ରହ କରିଛନ୍ତି। ଏହି ଫର୍ମାଟରେ ସେ କୌଣସି ଶତକ ହାସଲ କରିନଥିଲେ ମଧ୍ୟ ୪ଟି ଅର୍ଦ୍ଧଶତକ ମାରିଛନ୍ତି।

ଆଇପିଏଲରେ ସେ ଚେନ୍ନାଇ ସୁପର କିଙ୍ଗ୍ସ ସହ ରାଇଜିଂ ପୁଣେ ସୁପରଜାଏଣ୍ଟସ ଦଳର ସଦସ୍ୟ ରହିଥିଲେ। ତେବେ ଏହି ଦୁଇ ଦଳ ପକ୍ଷରୁ ତାଙ୍କୁ ଖେଳିବାର ସୁଯୋଗ ମିଳିନଥିଲା। ତାମିଲନାଡୁ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଥିବା ଅପରାଜିତ ୨୦୨୪ରେ କେରଳ ଦଳକୁ ଚାଲିଯାଇଥିଲେ। ଏହା ପରେ ସେଠାରୁ ନିଜର କ୍ରିକେଟ କ୍ୟାରିୟର ଜାରି ରଖିଥିଲେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୧୨ରେ ଭାରତୀୟ ଅଣ୍ଡର-୧୯ ଦଳ ବିଶ୍ୱକପ ଜିତିଥିବା ବେଳେ ବାବା ଅପରାଜିତ ସେହି ଦଳର ଜଣେ ପ୍ରମୁଖ ସଦସ୍ୟ ଥିଲେ। ଅଷ୍ଟ୍ରେଲିଆରେ ଖେଳାଯାଇଥିବା ସେହି ବିଶ୍ୱକପରେ ଅପରାଜିତ ୧୭୧ ରନ କରିବା ସହ ୫ଟି ଉଇକେଟ୍‌ ମଧ୍ୟ ନେଇଥିଲେ। ଏହି ମଧ୍ୟରେ ଅପରାଜିତଙ୍କ ଏକ ବୟାନ ସାମ୍ନାକୁ ଆସିଛି। ସେ କୋଚିଂକୁ ନିଜର ଏକ ସଉକ ବୋଲି କହିଛନ୍ତି। ତେଣୁ ଆଗାମୀ ଦିନରେ ସେ କୌଣସି ଦଳ ସହ ଯୋଡ଼ି ହୋଇ ନିଜର ଏହି ସଉକ ପୂରଣ କରୁଥିବା ଦେଖିବାକୁ ମିଳିପାରେ।