Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପୁଣି ସର୍ବୋଚ୍ଚ ସ୍କୋର୍‌ ରେକର୍ଡ ଭାଙ୍ଗିଲା ସନରାଇଜର୍ସ

Ritu Das
Browse all articles by Ritu Das
·2 years ago·1 min read
ପୁଣି ସର୍ବୋଚ୍ଚ ସ୍କୋର୍‌ ରେକର୍ଡ ଭାଙ୍ଗିଲା ସନରାଇଜର୍ସ

ଅର୍ଗସ ବ୍ୟୁରୋ: ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ରେକର୍ଡ ସ୍କୋର୍ (୨୮୭/୩) ସ୍କୋର୍‌ ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୫ ରନ୍‌ରେ ପରାସ୍ତ କରିଛି। ନୂଆ କୀର୍ତ୍ତିମାନ ପରେ ବେଙ୍ଗାଲୁରୁ ମଧ୍ୟ ଖୁବ୍ ଲଢ଼ିଥିଲା। ବିଶେଷ କରି ଦୀନେଶ କାର୍ତ୍ତିକ ୩୫ ବଲ୍‌ରୁ ୮୩ ରନ୍‌ର ବିସ୍ଫୋରକ ପାଳି ଖେଳି ବେଙ୍ଗାଲୁରୁ ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ଏବଂ ଦଳର ଏନ୍‌ଆର୍‌ଆର୍‌କୁ ଅଧିକ ପ୍ରଭାବିତ ହେବାକୁ ଦେଇନଥିଲେ। କାର୍ତ୍ତିକଙ୍କ ପାଳିରେ ୫ ଚୌକା ଓ ୭ ଛକା ସାମିଲ ଥିଲା। ଏପରିକି ଚଳିତ ଆଇପିଏଲ୍‌ ଋତୁର ଦୀର୍ଘତମ (୧୦୮ ମିଟର୍) ଛକା ସେ ନଟରାଜନଙ୍କ ବିପକ୍ଷ‌ରେ ମ‌ାରିଥିଲେ। ବିରାଟ କୋହଲି (୨୦ ବଲ୍‌ରୁ ୪୨ ରନ୍) ଏବଂ ଫାଫ୍‌ ଡୁ ପ୍ଲେସିସ୍ (୨୮ ବଲ୍‌ରୁ ୬୨ ରନ୍) ମିଳିତ ଭାବେ ପାୱାର ପ୍ଲେରୁ ୭୯ ରନ୍ ଉଠାଇଥିଲା। 

କିନ୍ତୁ ମଧ୍ୟ ଓଭରଗୁଡ଼ିକରେ ଆରସିବି ୬ ୱିକେଟ୍ ହରାଇବା ସହ ଏହି ହତଭାଗ୍ୟ ଦଳକୁ ଲକ୍ଷ୍ୟ ଦିଗରେ ନେଇପାରିନଥିଲା। ତଥାପି ହାଇଦ୍ରାବାଦର ୨୮୭ ଜବାବରେ ‌ବେଙ୍ଗାଲୁରୁ ୨୬୨ ରନ୍ ସଂଗ୍ରହ କରିବା ଉଲ୍ଲେଖନୀୟ ଥିଲା। ଉଭୟ ପାଳିର ୪୦ ଓଭରରୁ ୫୪୯ ରନ୍ ସଂଗୃହିତ ହେବା ମଧ୍ୟ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲା। ମୋଟ ଉପରେ ଏକ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ସର୍ବାଧିକ ୮୧ ବାଉଣ୍ଡରି (୪୩ ଚୌକା ଓ ୩୮ ‌ଛକା) ମଧ୍ୟ ରେକର୍ଡର ସମକକ୍ଷ ହୋଇଛି। ଗତବର୍ଷ ସେଞ୍ଚୁରିଅନ୍‌ରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମଧ୍ୟ ୮୧ ବାଉଣ୍ଡରି (୪୬ ଚୌକା ଓ ୩୫ ଛକା) ହୋଇଥିଲା।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sunrisers also | Argus News