Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଇତିହାସ ରଚିଲା ହାଇଦ୍ରାବାଦ୍, ୫ ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଇତିହାସ ରଚିଲା ହାଇଦ୍ରାବାଦ୍, ୫ ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ

ଅର୍ଗସ ବ୍ୟୁରୋ:  ଇତିହାସ ରଚିଲା ହାଇଦ୍ରାବାଦ୍ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ । ଟ୍ରାଭିସ୍ ହେଡ୍-ଅଭିଷେକ ଶର୍ମାଙ୍କର ଧୂଆଁଧାର ବ୍ୟାଟିଂରେ ବଳରେ ହାଇଦ୍ରାବାଦ୍ ବିଜୟ ରଥ ଅବ୍ୟହତ । ଦିଲ୍ଲିକୁ 67 ରନରେ ହାରାଇଛି ହାଇଦ୍ରାବାଦ । 267 ରନର ବିଜୟ ଲକ୍ଷ୍ୟ ଜବାବରେ ଦିଲ୍ଲୀ 19.1 ଓଭରରେ 119 ରନରେ ଆଲଆଉଟ୍ ହୋଇଛି ଫ୍ରେଜେର ମ୍ୟାକଗର୍କ 18 ବଲରୁ 65 ରନର ଇନିଂସ ଖେଳିଥିବା ବେଳେ ଅଭିଷେକ ପୋରେଲ 42 ରନ ଓ ଅଧିନାୟକ ଋଷଭ ପନ୍ତ 44 ରନ କରିଛନ୍ତି ।

ଟି ନଟରାଜନ କେବଳ 19 ରନ ଦେଇ 4 ଓ୍ବିକେଟ୍ ନେଇ ଦଳକୁ ବିଜୟ ହୋଇଛି । ଏହା ସହ ପ୍ରଥମେ ବ୍ୟାଚିଂ କରି ଟ୍ରେଭିସ୍ ହେଡଙ୍କ ବିସ୍ଫୋରକ 89 ରନ, ଶାହବାଜ ମହମ୍ମଦଙ୍କ 59 ରନ ଓ ଅଭିଷେକ ଶର୍ମାଙ୍କ 46 ରନର ଧୂଆଁଧାର ଇନିଂସ ବଳରେ ହାଇଦ୍ରାବାଦ ଆଇପିଏଲ ଇତିହାସରେ ମୃତୀୟ ସର୍ବୋଚ୍ଚ ସ୍କୋର କରିଥିଲା । ଆଜିର ମ୍ୟାଚ ପରେ ହାଇଦ୍ରାବାଦ 5ଟି ବିଜୟ ସହ ପଏଣ୍ଟ ଟେବୁଲର ଦ୍ବିତୀଯ ସ୍ଥାନରେ ରହିଛି । ଏହା ସହ ଦିଲ୍ଲୀ ପଞ୍ଚମ ସ୍ଥାନକୁ ଖସି ଆସିଛି ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sunrisers Hyderabad move to 2nd position | Argus News