Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Sports Update / ସଲମାନଙ୍କ ବଡ଼ ଦାବି, ଲୁଚି ଲୁଚି ଦୁଇଥର ହ୍ୟାଣ୍ଡସେକ କରିଛନ୍ତି ସୂର୍ଯ୍ୟକୁମାର

Banajyotshna Ray
Browse all articles by Banajyotshna Ray
·9 months ago·2 min read
ସଲମାନଙ୍କ ବଡ଼ ଦାବି, ଲୁଚି ଲୁଚି ଦୁଇଥର ହ୍ୟାଣ୍ଡସେକ କରିଛନ୍ତି ସୂର୍ଯ୍ୟକୁମାର

Key Points

ଲୁଚି ଲୁଚି ଦୁଇଥର ହ୍ୟାଣ୍ଡସେକ କରିଛନ୍ତି ସୂର୍ଯ୍ୟକୁମାର
ବଡ ଦାବି କଲେ ପାକିସ୍ତାନ ଅଧିନାୟକ
ଭାରତ ଠାରୁ ହାରିବା ପରେ ପାକର ମୁଣ୍ଡ ଖରାପ


ବିଳିବିଳାଉଛି ପାକିସ୍ତାନ। ଭାରତଠାରୁ ପରାଜୟ ପରେ ଭିନ୍ନ ଭିନ୍ନ ଦାବି କରୁଛି। କେତେବେଳେ ଲାଜରେ ଚେକ୍‌ ଫୋପାଡି ଦେଉଛି ତ ଆଉ ପୁଣି କେତେବେଳେ କହୁଛି ସୂର୍ଯ୍ୟକୁମାର ଲୁଚି ଲୁଚି ହ୍ୟାଣ୍ଡସେକ କରିଛନ୍ତି। ଏସିଆ କପ୍‌ ଫାଇନାଲରେ ଭାରତ ପାକିସ୍ତାନକୁ ୫ ଉଇକେଟ୍‌ରେ ହରାଇ ଟି-୨୦ ଟାଇଟଲ ଜିତିଛି। କିନ୍ତୁ ପାକିସ୍ତାନ ଅଧିନାୟକ ସଲମାନ ଆଲି ଆଘା ଭାରତର ‘ହ୍ୟାଣ୍ଡସେକ୍‌ ନହେବା’ ନୀତିକୁ କ୍ରିକେଟ ଓ ଖେଳାଳି ମନୋଭାବ ପାଇଁ ‘ଅସମ୍ମାନଜନକ’ ବୋଲି କହିଛନ୍ତି। ସେ କହିଛନ୍ତି, ଏହା କ୍ରିକେଟକୁ ଅସମ୍ମାନ କରୁଛି ଓ ଯୁବ ପ୍ରଶଂସକଙ୍କ ପାଇଁ ଖରାପ ଉଦାହରଣ। ଏହାସହ ଏସିଆନ୍‌ କ୍ରିକେଟ କାଉନସିଲ ଅଧ୍ୟକ୍ଷ ମୋହସିନ ନକଭିଙ୍କ ଟ୍ରଫି ନଦେବା ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି, ଭାରତ ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟଙ୍କଠାରୁ ଟ୍ରଫି ନେବାକୁ ଚାହିଁନଥିଲେ। ଏହା କ୍ରିକେଟ ପାଇଁ ଖରାପ ଓ ଭବିଷ୍ୟତରେ ଏହା ବନ୍ଦ ହେବା ଉଚିତ ବୋଲି ସେ କହିଛନ୍ତି।


କେବଳ ସେତିକି ନୁହେଁ, ସଲମାନ ଦାବି କରିଛନ୍ତି ଯେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟୁର୍ନାମେଣ୍ଟ ଆରମ୍ଭରେ ବ୍ୟକ୍ତିଗତ ଭାବେ ତାଙ୍କ ସହ ଦୁଇଥର ହାତ ମିଳାଇଥିଲେ, କିନ୍ତୁ କ୍ୟାମେରା ସାମ୍ନାରେ ଏହା କରିନଥିଲେ। ସେ କହିଛନ୍ତି, “ସୂର୍ଯ୍ୟକୁମାର ନିଶ୍ଚିତ ନିର୍ଦ୍ଦେଶ ପାଳନ କରୁଛନ୍ତି, ନଚେତ୍‌ ସେ ହାତ ମିଳାଇଥାନ୍ତେ।” ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, ନିଜ ମତରେ ଠିକ ନାହାନ୍ତି ସଲମାନ। କେତେବେଳେ କହୁଛନ୍ତି ହ୍ୟାଣ୍ଡସେକ କରିନଥିଲେ, ପୁଣି କହୁଛନ୍ତି ଲୁଚିକି ହ୍ୟାଣ୍ଡସେକ କରିଥିଲେ। ଏହା ହିଁ ପ୍ରମାଣ କରୁଛି କି ପାକିସ୍ତାନୀ ଖେଳାଳି କେମିତି ମିଛ ଦାବି କରୁଛନ୍ତି। ଭାରତଠାରୁ ପରାଜୟ ସ୍ୱୀକାର କରିପାରୁନାହାନ୍ତି ପାକିସ୍ତାନୀ କ୍ରିକେଟର। ଯେଉଁଥି ପାଇ ଯାହା ଆସୁଛି ତାହା ମିଛ କହୁଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ଏସିଆ କପ୍ ଫାଇନାଲ୍ ପରେ ହାଇଭୋଲଟେଜ୍ ଡ୍ରାମା । PCB ଅଧ୍ୟକ୍ଷଙ୍କ ହାତରୁ ଟ୍ରଫି ନେଲେନି ଭାରତୀୟ କ୍ୟାପଟେନ୍ । ଚାମ୍ପିଅନ୍ ହେଲା ଭାରତ, ଟ୍ରଫି ନେଇ ପଳାଇଲା ପାକିସ୍ତାନ । PM ମୋଦି କହିଲେ 'କ୍ରିକେଟରେ ଅପରେସନ ସିନ୍ଦୂର' । ସେନା ଓ ପହଲଗାମ ପୀଡ଼ିତଙ୍କ ପରିବାରକୁ ମ୍ୟାଚ୍ ଫି ଦେଲେ ସୂର୍ଯ୍ୟକୁମାର ।
ଯଦିଓ ତିଲକ ବର୍ମା ମ୍ୟାନ୍ ଅଫ୍ ଦି ମ୍ୟାଚ୍, ଅଭିଷେକ ଶର୍ମା ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଓ କୁଲଦୀପ ଯାଦବ ମୋଷ୍ଟ ଭେଲୁଏବୁଲ୍ ପ୍ଲେୟାର ଭାବେ ଅନ୍ୟ ଅତିଥିଙ୍କ ହାତରୁ ନିଜ ନିଜ ପୁରସ୍କାର ନେବାକୁ ମଞ୍ଚକୁ ଗଲେ କିନ୍ତୁ ସେମାନେ ମୋହସିନ ନକଭିଙ୍କ ଆଡ଼କୁ ଚାହିଁଲେ ବି ନାହିଁ। ଶେଷରେ ଲଜ୍ଜିତ ହୋଇ ନିଜ ସାଙ୍ଗରେ ଏସିଆ କପ୍ ଟ୍ରଫି ନେଇ ପଳାଇଲେ ପିସିବି ଅଧ୍ୟକ୍ଷ । ମୋହସିନ୍ ନକଭୀଙ୍କ ଏଭଳି କାମକୁ ନେଇ କ୍ଷୁବ୍ଧ ବିସିସିଆଇ । ଆସନ୍ତା ନଭେମ୍ବରରେ ହେବାକୁ ଥିବା ଆଇସିସି କନଫରେନ୍ସରେ କରିବ ଆନୁଷ୍ଠାନିକ ପ୍ରତିବାଦ । ତୁରନ୍ତ ଏସିଆ କପ୍ ଟ୍ରଫି ଭାରତକୁ ଦେବାକୁ ଦାବି ରଖିଛି ବିସିସିଆଇ ।


Related Topics

Explore more stories

Sponsored
Sports Update | Surya Kumar’s Secret Handshakes Caught Twice | Argus News | Argus News