Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୁମ୍ବାଇ ଛାଡିବେ ସୂର୍ଯ୍ୟକୁମାର,ମିଳିବ ଏହି ଟିମ୍ ର ଅଧିନାୟକ ଦାୟିତ୍ବ

Sports

ମୁମ୍ବାଇ ଛାଡିବେ ସୂର୍ଯ୍ୟକୁମାର,ମିଳିବ ଏହି ଟିମ୍ ର ଅଧିନାୟକ ଦାୟିତ୍ବ

Sangram Tripathy
Browse all articles by Sangram Tripathy
·1 year ago·2 min read
ମୁମ୍ବାଇ ଛାଡିବେ ସୂର୍ଯ୍ୟକୁମାର,ମିଳିବ ଏହି ଟିମ୍ ର ଅଧିନାୟକ ଦାୟିତ୍ବ

ଅର୍ଗସ ବ୍ୟୁରୋ:ଆଇପିଏଲ ୨୦୨୫ରେ ହେବ ବଡ଼ ପରିବର୍ତ୍ତନ। ଏହା ପୂର୍ବରୁ ଅନୁଷ୍ଠିତ ହେବ ମେଗା ନିଲାମୀ । ଏହି ମେଗା ଅକ୍ସନରେ ଅନେକ ଖେଳାଳିଙ୍କ ହେବ ଦଳ ପରିବର୍ତ୍ତନ। ଅନେକ ବଡ଼ ବଡ଼ ଖେଳାଳିଙ୍କୁ ରିଲିଜ କରିପାରନ୍ତି ବିଭିନ୍ନ ଫ୍ରାଞ୍ଚାଇଜି । ସବୁ  ଫ୍ରାଞ୍ଚାଇଜି ୪ଜଣ ଲେଖାଏଁ ପ୍ଲେୟରଙ୍କୁ ଛାଡି ଅନ୍ୟ ପ୍ଲେୟରଙ୍କୁ କରିବେ ରିଲିଜ । ଆଉ ଏହାରି ଭିତରେ ଚର୍ଚ୍ଚାରେ ରହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟର ତଥା ଟିମ ଇଣ୍ଡିଆର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ଚର୍ଚ୍ଚା ହେଉଛି ସୂର୍ଯ୍ୟକୁମାରଙ୍କୁ ମିଳିପାରେ ଆଇପିଏଲରେ  ୨୦୨୫ରେ ଅଧିନାୟକ ଦାୟିତ୍ବ। ମିଷ୍ଟର ୩୬୦ମୁମ୍ବାଇରୁ ବିଦାୟ ନେଇ ଆରସିବିରେ ନେତୃତ୍ବ ନେଇପାରନ୍ତି ବୋଲ ଜୋର ଧରିଛି ଚର୍ଚ୍ଚା। କାରଣ ଏଯାଏ ଆଇପିଏଲ ଇତିହାସରେ ଆରସିବି ଚମ୍ପିୟାନ ହୋଇପାରି ନାହିଁ ଯଦିଓ ଦଳ ୩ଥର ଉପବିଜେତା ହୋଇଛି କିନ୍ତୁ ବିଜୟର ମୁକୁଟ ପିନ୍ଧିପାରିନି। ଆରସିବି ବର୍ତ୍ତମାନ ଫାଫ୍ ଡୁ ପ୍ଲେସିସ୍ ଙ୍କୁ ରିଲିଜ୍ କରିବାକୁ ପ୍ରସ୍ତୁତ ହେଉଛି । ୩୬୦ ଆରସିବି ଗଲେ ଦଳ ତାଙ୍କୁ ଅଧିନାୟକ ଦାୟିତ୍ବ ମିଳିପାରେ,ଦଳ ମଧ୍ୟ ପ୍ରଥମ ଥର ଆଇପିଏଲରେ ଟାଇଟେଲ ଜିତିବାରେ ସଫଳ ହୋଇପାରେ।

ଆଇପିଏଲର ଟ୍ରେଡ୍ ନିୟମ ଅନୁସାରେ ଆରସିବି ସୂର୍ଯ୍ୟକୁମାରଙ୍କୁ ଦଳରେ ସାମିଲ କରପାରେ । ତେବେ ଏ ନେଇ ଖୁବ ଚର୍ଚ୍ଚା ଆରମ୍ଭ ହୋଇଛି । କିନ୍ତୁ ଆଇପିଏଲ ନିୟମ ଅନୁସାରେ, ଆସନ୍ତା ସିଜନରେ ମେଗା ଅକ୍ସନ ହେବାକୁ ଯାଉଛି । ତେଣୁ ଏହାପୂର୍ବରୁ କୌଣସି ଟ୍ରେଡିଂ ୱିଣ୍ଡୋ ସୁବିଧା ଉପଲବ୍ଧ ନାହିଁ । ଅର୍ଥାତ୍ ମେଗା ଅକ୍ସନ ପୂର୍ବରୁ ଆରସିବି ସୂର୍ଯ୍ୟକୁମାରଙ୍କୁ ସାଇନ୍ କରାଇପାରିବ ନାହିଁ । ତେବେ ଆଇପିଏଲ-୨୦୨୬ ପୂର୍ବରୁ ପୁଣିଥରେ ଟ୍ରେଡିଂ ୱିଣ୍ଡୋ ଉପଲବ୍ଧ ରହିବ । କିନ୍ତୁ ଯଦି ଆଇପିଏଲ-୨୦୨୫ମେଗା ଅକ୍ସନ ପୂର୍ବରୁ ମୁମ୍ବାଇ ସୂର୍ଯ୍ୟକୁମାରଙ୍କୁ ରିଲିଜ୍ କରେ, ତେବେ ଆରସିବି ତାଙ୍କୁ ଦଳରେ ସାମିଲ କରିବାକୁ ସୁଯୋଗ ପାଇପାରେ । ଅନ୍ୟପଟେ ମୁମ୍ବାଇ ରୋହିତଙ୍କୁ ହଟାଇହାର୍ଦ୍ଧିକଙ୍କୁ ଅଧିନାୟକ କରିଛି ଫଳରେ ରୋହିତଙ୍କ ବଡ଼ ସମର୍ଥକ ସୂର୍ଯ୍ୟକୁମାର ଏଥିପାଇଁ ଅମଙ୍ଗ ଥିଲେ । ସେ ଦୃଷ୍ଟିରୁ ସେ ମଧ୍ୟ ମୁମ୍ବାଇ ଛାଡି ପାରନ୍ତି ଚର୍ଚ୍ଚା ଜୋର ଧରିଛି । କେବଳ ଦେଖିବାକୁ ବାକି ରହିଲା ଆଗକୁ ସୂର୍ଯ୍ୟକୁମାର ମୁମ୍ବାଇରେ ଚମକୁଛନ୍ତି ନାଁ ଆରସିବି ଆଡକୁ ଢଳୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Suryakumar will leave Mumbai and will be the captain of this team | Argus News