Suryakumar Captaincy Out / ଅସ୍ତ ହୋଇଯିବେ କି ସୂର୍ଯ୍ୟକୁମାର ? ହାତରୁ ଯିବ ଅଧିନାୟକ ପଦ...
·5 months ago·2 min read

Key Points
ସୂର୍ଯ୍ୟଙ୍କ ହାତରୁ ଯିବ ଅଧିନାୟକ ପଦ
ଅସ୍ତ ହୋଇଯିବେ କି ସୂର୍ଯ୍ୟକୁମାର
ଅସ୍ତ ହୋଇଯିବେ କି ସୂର୍ଯ୍ୟକୁମାର
ସୂର୍ଯ୍ୟଙ୍କ ହାତରୁ ଯିବ ଅଧିନାୟକ ପଦ । ସୂର୍ଯ୍ୟଙ୍କ ଉପରେ ଏହି ବିପଦ ତାଙ୍କର ଖରାପ ଫର୍ମ କାରଣରୁ ସୃଷ୍ଟି ହୋଇଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵରେ ଭାରତୀୟ ଦଳ ଟି-୨୦ ବିଶ୍ଵକପ ଜିତିଥିଲେ ମଧ୍ୟ ଦଳରୁ ବାଦ୍ ପଡ଼ି ପାରନ୍ତି ଏହି ଷ୍ଟାର ଖେଳା। ରିପୋର୍ଟ ଅନୁଯାୟୀ, ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଭାରତୀୟ ଦଳରୁ ବାଦ୍ ପଡ଼ିବାର ଆଶଙ୍କା ଦେଖା ଦେଇଛି।
ସୂର୍ଯ୍ୟଙ୍କ ପାଇଁ ଭଲ ଖବର ହେଉଛି ଯେ ସେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପ୍ରଥମ ପସନ୍ଦ ରହିଛନ୍ତି, ତାଙ୍କର ଚୁକ୍ତିନାମା ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି। ତଥାପି, ଚୟନ କମିଟି ଏଥିରେ ରାଜି ହେବେ କି ନାହିଁ ତାହା ଦେଖିବା ବଡ଼ କଥା ହେବ। କାରଣ ସୂର୍ଯ୍ୟ ଅଲିମ୍ପିକ୍ସ ସମୟରେ ୩୮ ବର୍ଷ ବୟସର ହୋଇଥିବେ।
.ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ କର ବା ମର:
ଆଇପିଏଲ ପରେ ସୂର୍ଯ୍ୟକୁମାର ଯାଦବ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ। ତଥାପି, ସେଠାରେ ଟି-୨୦ ସିରିଜ୍ ତାଙ୍କ ଅଧିନାୟତ୍ଵ ନୁହେଁ ବରଂ ତାଙ୍କ ବ୍ୟାଟିଂର ପରୀକ୍ଷା କରିବ। ଏହି ଦୁଇଟି ଗସ୍ତ ସେ ୨୦୨୮ରେ ପ୍ରମୁଖ ଟୁର୍ଣ୍ଣାମେଣ୍ଟରେ ଖେଳିବେ କି ନାହିଁ ତାହା ନିର୍ଣ୍ଣୟ କରିପାରେ। ଏଥିରେ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ଏବଂ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ସାମିଲ୍।
ଟି-୨୦ ବିଶ୍ଵକପଠୁ ଏ ପର୍ଯ୍ୟନ୍ତ ଆଇପିଏଲରେ ସୂର୍ଯ୍ୟ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏମିତି ଲାଗୁଛି ସେ ଫର୍ମ ଭୁଲି ସାରିଛନ୍ତି। ତାଙ୍କ ଉପରେ ଟିମ୍ ଇଣ୍ଡିଆର ଚୟନକର୍ତ୍ତାଙ୍କ ନଜର ମଧ୍ୟ ରହିଛି। ଏମିତିରେ ପ୍ରଶ୍ନ ଉଠୁଛି ଯେ, ଆଗାମୀ ଟି-୨୦ ସିରିଜ୍ ଏନଂ ୨୦୨୮ ଟି-୨୦ ବିଶ୍ଵକପ୍ ପାଇଁ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳିବ କି ନାହିଁ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: SRH ମାଲିକ କାଭ୍ୟା ମାରାନ ଇଶାନଙ୍କ ଛକା ଏବଂ ହିଞ୍ଜଙ୍କ ୱିକେଟ୍ ଦେଖି ଏମିତି ରିଆକ୍ସନ ଦେଲେ ସବୁ ଆଶ୍ଚର୍ଯ୍ୟ
ବର୍ତ୍ତମାନ ତାଙ୍କୁ ୩୮ ବର୍ଷ ହୋଇଥିବାରୁ କ୍ରିକେଟରେ ଏହି ଛୋଟ ଫର୍ମାଟରେ କିପରି ନିଜକୁ ଫିଟ ରଖୁଛନ୍ତି ତାହା ଉପରେ ମଧ୍ୟ ନଜର ରହିବ । ୨୦୨୫ରେ ସେ ୧୨୦ରୁ କମ ଷ୍ଟ୍ରାଇକ ରେଟରେ ରନ ସଂଗ୍ରହ କରିଥିଲେ । ଯାହାକି ଚିନ୍ତାର କାରଣ ସାଜିଛି । ଅବଶ୍ୟ ୨୦୨୬ରେ ସେ ୧୬୦ରୁ ଅଧିକ ଷ୍ଟ୍ରାଇକ ରେଟରେ ରନ ସଂଗ୍ରହ କରି ଆଶା ସଂଚାର କରିଛନ୍ତି । ଏବେ ଆଇପିଏଲରେ ଭଲ ପ୍ରଦର୍ଶନ କରି ସୂର୍ଯ୍ୟକୁମାର ପ୍ରଥମେ ଚୟନ କମିଟିଙ୍କୁ ଫର୍ମ ନେଇ ଆଶ୍ୱସ୍ତ କରିବାକୁ ପଡିବ । ଅନ୍ୟଥା ସୂର୍ଯ୍ୟକୁମାର ଅସ୍ତ ହେଇଯିବା ବଡ କଥା ହେବନି ।
ଅଧିକ ପଢ଼ନ୍ତୁ ଖେଳ ଖବର:

Related Topics
Explore more stories