Videos
|
Sports

ଟି-୨୦ରେ ଟିମ ଇଣ୍ଡିଆର ଅଧିନାୟକ ହୋଇଛନ୍ତି ସୂର୍ଯ୍ୟ କୁମାର ଯାଦବ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଟି-୨୦ରେ ଟିମ ଇଣ୍ଡିଆର ଅଧିନାୟକ ହୋଇଛନ୍ତି ସୂର୍ଯ୍ୟ କୁମାର ଯାଦବ

ଅର୍ଗସ ବ୍ୟୁରୋ:  ଶ୍ରୀଲଙ୍କା ଗସ୍ତ ଲାଗି ଆଜି ଭାରତୀୟ ଟିମର ଘୋଷଣା ହୋଇଛି। ଟି-୨୦ରେ ଟିମ ଇଣ୍ଡିଆର ଅଧିନାୟକ ହୋଇଛନ୍ତି ସୂର୍ଯ୍ୟ କୁମାର ଯାଦବ। ପୂର୍ବରୁ ରୋହିତଙ୍କ ସ୍ଥାନ ହାର୍ଦ୍ଦିକ ପାଣ୍ଡ୍ୟା ନେବେ ବୋଲି କୁହାଯାଉଥିଲା। ହେଲେ ବିସିସିଆଇ ସୂର୍ଯ୍ୟ କୁମାରଙ୍କୁ କ୍ୟାପ୍ଟେନ କରିଛି। ସୂର୍ଯ୍ୟ କୁମାର ଯାଦବ ଅଧିନାୟକ ହୋଇଥିବା ବେଳେ ଶୁବମନ ଗିଲ୍‌ ଟି-୨୦ରେ ଭାରତର ଉପ ଅଧିନାୟକ ହୋଇଛନ୍ତି। ପାଣ୍ଡ୍ୟା ଶ୍ରୀଲଙ୍କା ବିପକ୍ଷ ସିରିଜରେ କେବଳ ଅଲରାଉଣ୍ଡର ଭାବେ ସ୍ଥାନ ପାଇଛନ୍ତି। ଜିମ୍ବାୱେ ବିପକ୍ଷରେ ଶତକୀୟ ଇନିଂସ ଖେଳିଥିବା ଅଭିଷେକ ଶର୍ମାଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ସୁଯୋଗ ମିଳି ନାହିଁ। କିନ୍ତୁ ରିୟାନ ପରାଗ ସ୍କ୍ୱାଡରେ ରହିଛନ୍ତି।

ବିଶ୍ୱକପ ବିଜୟୀ ଦଳରେ ଥିବା ଋଷଭ ପନ୍ତ, ଅର୍ଶଦୀପ ସିଂହ, ଅକ୍ଷର ପଟେଲ ଓ ମହମ୍ମଦ ସିରାଜ ଟି-୨୦କୁ କମବ୍ୟାକ କରିଛନ୍ତି। ଏମାନଙ୍କ ବ୍ୟତୀତ ଯଶସ୍ୱୀ ଜୈସୱାଲ, ସଞ୍ଜୁ ସାମସନ ଓ ଶିବମ ଦୁବେ ଜିମ୍ବାୱେ ଟୁର ଭଳି ଶ୍ରୀଲଙ୍କା ଗସ୍ତରେ ଯିବେ। ରିଙ୍କୁ ସିଂହ, ରବି ବିଷ୍ଣୋଇ, ଖଲୀଲ ଅହମଦ ଓ ୱାଶିଂଟନ ସୁନ୍ଦର ମଧ୍ୟ ସ୍କ୍ୱାଡରେ ଅଛନ୍ତି। ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଟି-୨୦ ସିରିଜ ଜୁଲାଇ ୨୭ରୁ ଆରମ୍ଭ ହୋଇ ୩୦ ତାରିଖ ଯାଏ ଚାଲିବ। ପ୍ରଥମ ମ୍ୟାଚ୍‌ ୨୭, ଦ୍ୱିତୀୟ ମ୍ୟାଚ୍‌ ୨୮ ଓ ତୃତୀୟ ଟି-୨୦ ଜୁଲାଇ ୩୦ ତାରିଖରେ ଖେଳାଯିବ। ସେହିପରି ଦିନିକିଆ ଟିମରେ ରୋହିତ ଶର୍ମା ଅଧିନାୟକ ହୋଇଥିବା ବେଳେ ଶୁବମନ ଗିଲ ଉପଅଧିନାୟକ ରହିଛନ୍ତି। ଦିନିକିଆ ଦଳରେ କେଏଲ ରାହୁଲ ଏବଂ ଶ୍ରେୟଶ ଆୟରକୁ ସ୍ଥାନ ମିଳିଛି।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Suryakumar Yadav named Indian T20I cricket team captain for Sri Lanka tour | Argus News