Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ସୂର୍ଯ୍ୟଙ୍କ ପାକିସ୍ତାନ ପ୍ରେମ: ଭାରତ ବିରୋଧୀ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଲେ

Ritu Das
Browse all articles by Ritu Das
·10 months ago·2 min read
ସୂର୍ଯ୍ୟଙ୍କ ପାକିସ୍ତାନ ପ୍ରେମ: ଭାରତ ବିରୋଧୀ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଲେ

Key Points

ଏସିଆ କପ୍ ୨୦୨୫ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନର ଗୃହମନ୍ତ୍ରୀ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ସଭାପତି ମୋହସିନ ନକଭିଙ୍କ ସହ ହାତ ମିଳାଇବା ଘଟଣାକୁ ନେଇ ବିବାଦ ଦେଖା ଦେଇଛନ୍ତି।।

ଏସିଆ କପ୍ ୨୦୨୫ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନର ଗୃହମନ୍ତ୍ରୀ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ସଭାପତି ମୋହସିନ ନକଭିଙ୍କ ସହ ହାତ ମିଳାଇବା ଘଟଣାକୁ ନେଇ ବିବାଦ ଦେଖା ଦେଇଛନ୍ତି।। ସୂଚନାଯୋଗ୍ୟ, ଏସିଆ କପ୍ ୨୦୨୫ ଆରମ୍ଭ ହେବା ପୂର୍ବରୁ ଆବୁଧାବିରେ ଏସିଆ କପର ସରକାରୀ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଦଳର ଅଧିନାୟକଙ୍କ ସମେତ ଏସୀୟ କ୍ରିକେଟ୍ ପରିଷଦ (ଏସିସି)ର ସଭାପତି ମୋହସିନ ନକଭି ମଧ୍ୟ ପହଞ୍ଚିଥିଲେ।


ଏହି ସମୟରେ ନକଭି ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ୱାଗତ କରିବା ସହିତ ଉଭୟ ହାତ ମିଳାଇଥିଲେ। ଏହି ମୁହୂର୍ତ୍ତ ଭିଡିଓ ଭାଇରାଲ ହେବାପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭିଡିଓ ସାମ୍ନାକୁ ଆସିବା ମାତ୍ରେ ଭାରତୀୟ ପ୍ରଶଂସକମାନେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଘଟଣାକୁ "କ୍ରିକେଟ କୂଟନୀତି" ବୋଲି ସମାଲୋଚନା କରିଛନ୍ତି। ସେହିପରି କିଛି ଲୋକ ଏହାକୁ ଆମ ସହିଦ ଯବାନଙ୍କ ବଳିଦାନର ଅପମାନ ବୋଲି ଉଲ୍ଲେଖ କରିଛନ୍ତି। ଶୌର୍ଯ୍ୟଚକ୍ର ବିଜେତା (ଅବସରପ୍ରାପ୍ତ) ମେଜର ପବନ କୁମାର ମଧ୍ୟ ଏହା ଉପରେ ନିଜର କ୍ରୋଧ ପ୍ରକାଶ କରି ଏକ୍ସ (ପୂର୍ବ ଟ୍ୱିଟର)ରେ ଲେଖିଛନ୍ତି, "ଆଜି ପାକିସ୍ତାନୀ ଆତଙ୍କବାଦୀମାନେ ଆମର ଦୁଇ ଜଣ ଯବାନଙ୍କୁ ସହିଦ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଭଳି ସମୟରେ ଭାରତୀୟ ଦଳର ଅଧିନାୟକ ହସି ହସି ପିସିବି ସଭାପତି ମୋହସିନ ନକଭିଙ୍କ ସହ ହାତ ମିଳାଉଛନ୍ତି। ନକ୍‌ଭି ହେଉଛନ୍ତି ସେହି ବ୍ୟକ୍ତି ଯିଏ ଭାରତ ଉପରେ ପରମାଣୁ ଆକ୍ରମଣ କରିବାକୁ ଧମକ ଦେଇଥିଲେ। ମୋହସିନ ନକଭି ପାକିସ୍ତାନର ଗୃହମନ୍ତ୍ରୀ ହେବା ସହିତ ପିସିବିର ସଭାପତି ମଧ୍ୟ। ସେ ଭାରତ ବିରୋଧୀ ବୟାନବାଜି ପାଇଁ କୁଖ୍ୟାତ। ସମ୍ପ୍ରତି ସେ ଅପରେସନ ସିନ୍ଦୂର ପରେ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ।

Sponsored
Suryakumar Yadav Faces Backlash for Alleged Anti-India Comment | Argus News | Argus News