Cricket / ଓଡ଼ିଆ ବ୍ୟାଟରଙ୍କ କମାଲ୍; ପ୍ରଥମ ଶ୍ରେଣୀ କ୍ରିକେଟରେ ପ୍ରଥମ ଓଡ଼ିଆ ଭାବେ ଦ୍ଵିଶତକ ହାସଲ
·8 months ago·2 min read

Key Points
ଵିଜୟ ହଜାରେ ଟ୍ରଫିରେ ଓଡ଼ିଆ ବ୍ୟାଟରଙ୍କ କମାଲ୍
ସୌରାଷ୍ଟ୍ର ବିପକ୍ଷରେ ଚାଲିଲା ସ୍ଵସ୍ତିକ ସାମଲଙ୍କ ବ୍ୟାଟ୍
ପ୍ରଥମ ଶ୍ରେଣୀ କ୍ରିକେଟରେ ପ୍ରଥମ ଓଡ଼ିଆ ଭାବେ କଲେ ଦ୍ଵିଶତକ

ଭୁବନେଶ୍ଵର: ବୁଧବାର କର୍ଣ୍ଣାଟକ ଆଲୁରରେ ଖେଳା ଯାଇଥିବା ବିଜୟ ହଜାରେ ଟ୍ରଫି ଓଡ଼ିଶା କ୍ରିକେଟ୍ ପାଇଁ ପାଲଟିଛି ଏକ ଐତିହାସିକ ଦିନ । ସୌରାଷ୍ଟ୍ର ବିପକ୍ଷରେ ଦ୍ଵିଶତକ କରି ଓଡ଼ିଶା କ୍ରିକେଟ୍ ପାଇଁ ବିରଳ ଗୌରବ ଆଣି ଦେଇଛନ୍ତି ସ୍ଵସ୍ତିକ ସାମଲ । ୧୬୯ ବଲ୍ରେ ୨୧୨ ରନର ବିଶାଳ ସ୍କୋର୍ କରିଛନ୍ତି ସ୍ଵସ୍ତିକ । ୨୧ଟି ଚଉକା ଓ ୬ଟି ଛକା ମାଧ୍ୟମରେ ସ୍ଵସ୍ତିକ ଦ୍ଵିଶତକ ମାରିଛନ୍ତି ।
ସବୁଠାରୁ ବଡ଼ କଥା ହେଉଛି ସ୍ଵସ୍ତିକଙ୍କ ଏହି ପାଳି, ବିଜୟ ହଜାରେ ଟ୍ରଫି ଇତିହାସରେ ପଞ୍ଚମ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଭାବେ ପରିଗଣିତ ହୋଇଛି । ୨୦୧୯ରେ ମୁମ୍ବାଇ ବ୍ୟାଟର ଯଶସ୍ଵୀ ଜୟସୱାଲ୍ କରିଥିବା ୨୦୩ ରନକୁ ଅତିକ୍ରମ କରି ଏହି ରେକର୍ଡ ହାସଲ କରିଛନ୍ତି ସ୍ଵସ୍ତିକ । ତାଙ୍କ ଦ୍ଵିଶତକ ବଳରେ ୫୦ ଓଭରରେ ସୌରାଷ୍ଟ୍ର ଆଗରେ ୩୪୫ ରନର ବିଶାଳ ସ୍କୋର ଛିଡ଼ା କରିଥିଲା ଓଡ଼ିଶା । ଯେଉଁଥିରେ ଟିମ୍ ଓଡ଼ିଶା ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କ ଶତକୀୟ ପାଳି ମଧ୍ୟ ରହିଛି । ୯୧ ବଲ ଖେଳି ଶତକ କରିଥିଲେ ବିପ୍ଳବ । ଏଥିରେ ୭ଟି ଚୌକା ଓ ୩ଟି ଛକା ରହିଛି ।
ଏଥିସହ ପଢ଼ନ୍ତୁ: ୩୩ ବଲ୍ରେ କଲେ ଶତକ; ସବୁ ରେକର୍ଡ ଭାଙ୍ଗିଲେ ଇଷାନ କିଶନ
ଓଡ଼ିଶା ପକ୍ଷରୁ ଓପନିଂ କରିବାକୁ ଆସିଥିବା ସ୍ଵସ୍ତିକଙ୍କ ଧୁଆଁଧାର ବ୍ୟାଟିଂ ଆଗରେ ଧରାଶାୟୀ ହୋଇପଡ଼ିଥିଲା ସୌରାଷ୍ଟ୍ରର ବୋଲିଂ ଲାଇନ୍ ଅପ୍ । ୨୧ଟି ଚଉକା ଓ ୮ଟି ଛକା ମାରି ପ୍ରତିପକ୍ଷଙ୍କୁ ନିରାଶ କରିଥିଲେ ଏହି ଷ୍ଟାର ବ୍ୟାଟର । ଦୁର୍ଭାଗ୍ୟର କଥା ୨୦୨୬ IPL ପାଇଁ ସାଥୀ ଖେଳାଳି ରାଜେଶ ସାମନ୍ତରାୟଙ୍କ ସହ ନିଲାମୀ ତାଲିକାରେ ଥିଲେ ସ୍ବସ୍ତିକ ସାମଲ । ହେଲେ କୌଣସି ଫ୍ରାଞ୍ଚାଇଜ୍ ତାଙ୍କୁ କିଣିବା ପାଇଁ ଆଗ୍ରହ ଦେଖାଇ ନଥିଲେ । ସେହିପରି ଆଉ ଏକ ଦୁର୍ଭାଗ୍ୟ ହେଲା ସ୍ଵସ୍ତିକଙ୍କ ଦମଦାର ଦ୍ଵିଶତକ ସତ୍ତ୍ଵେ ସୌରାଷ୍ଟ୍ରଠାରୁ ପରାଜିତ ହୋଇଛି ଓଡ଼ିଶା । ୪୮ ଓଭର ୫ଟି ବଲ୍ ଖେଳି ୫ ୱିକେଟରେ ଵିଜୟ ଲକ୍ଷ୍ୟକୁ ହାସଲ କରି ନେଇଛି ସୌରାଷ୍ଟ୍ର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ତର୍ଜାତୀୟ ମ୍ୟାଚରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ ରୋହିତ ଶର୍ମା ମଧ୍ୟ ଘରୋଇ ଦର୍ଶକଙ୍କୁ ନିରାଶ କରିନାହାନ୍ତି । ଉଭୟ ବିଜୟ ହଜାରେ ଟ୍ରଫିରେ ଖେଳିଛନ୍ତି ଶତକୀୟ ଇନିଂସ । ୯୪ ବଲରେ ୧୫୫ ରନ୍ ସହ ମୁମ୍ବାଇକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ ରୋହିତ ଶର୍ମା । ଆନ୍ଧ୍ର ଵିପକ୍ଷରେ ଦମଦାର ଶତକୀୟ ପାଳି ଖେଳିଥିଲେ ବିରାଟ କୋହଲି ତାଙ୍କ ୧୩୧ ରନ୍ ବଳରେ ଆନ୍ଧ୍ରକୁ ମାତ୍ ଦେଇଛି ଦିଲ୍ଲୀ ।
ଏଥିସହ ପଢ଼ନ୍ତୁ: ୧୯ ବର୍ଷରୁ କମ୍ ବିଶ୍ୱକପ: ଫୋକସରେ ରହିବେ ବୈଭବ ସୂର୍ଯ୍ୟବଂଶୀ
ପ୍ରଥମ ଶ୍ରେଣୀ ଘରୋଇ କ୍ରିକେଟରେ ବି ରୋମାଞ୍ଚ ଭରିଥିଲା ବୈଭବ ସୂର୍ଯ୍ୟବଂଶୀ ଏବଂ ଇଷାନ କିଶନଙ୍କ ଶତକୀୟ ପାଳି । ୮୪ ବଲରେ ୧୯୦ ରନର ବିଶାଳ ସ୍କୋର୍ ଛିଡ଼ା କରିଥିଲେ ସୂର୍ଯ୍ୟବଂଶୀ । ଆଉ ୩୩ ବଲରେ ସେଞ୍ଚୁରୀ ମାରିଥିଲେ ଝାଡ଼ଖଣ୍ଡ ଅଧିନାୟକ ଇଶାନ କିଶନ ।

Related Topics
Explore more stories