ଟି-୨୦ସିରିଜ୍: ଆଜି କୋହଲିଙ୍କ ବିନା ପଡ଼ିଆକୁ ଓହ୍ଲେଇବ ଇଣ୍ଡିଆ ଟିମ

ଅର୍ଗସ ବ୍ୟୁରୋ: ଭାରତକୁ ଝଟକା। ଆଜି ହେଉଛି ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍। ଏଥିପାଇଁ ଭାରତୀୟ ଟିମ୍ ପ୍ରସ୍ତୁତ ଥିବା ବେଳେ ଷ୍ଟାର କ୍ରିକେଟର ବିରାଟ କୋହଲି ଖେଳିବେନି ବୋଲି ଜଣାପଡ଼ିଛି। ବ୍ୟକ୍ତିଗତ କାରଣ ପାଇଁ ବିରାଟ କୋହଲି ଟି-୨୦ସିରିଜର ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ ବୋଲି କହିଛନ୍ତି ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ।
ଗତକାଲି ରାହୁଲ ଦ୍ରାବିଡ କହିଥିଲେ ଯେ, ଆଫଗାନିସ୍ତାନ ବିପକ୍ଷ ଟି-୨୦ରେ ବିରାଟ କୋହଲି ସିରିଜର ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ। ହେଲେ ସେ ଇନ୍ଦୋର ଓ ବେଙ୍ଗାଲୁରୁରେ ହେବାକୁ ଥିବା ଦ୍ବିତୀୟ ଓ ତୃତୀୟ ମ୍ୟାଚ୍ ଖେଳିବେ। ପ୍ରଥମ ମ୍ୟାଚ୍ ଆସନ୍ତାକାଲି ହେବାକୁ ଥିବା ବେଳେ ଦ୍ବିତୀୟ ମ୍ୟାଚ୍ ଜାନୁଆରି ୧୪ ଓ ତୃତୀୟ ମ୍ୟାଚ୍ ଜାନୁଆରି ୧୭ରେ ହେବ ବୋଲି ଜଣାପଡ଼ିଛି।
ରାହୁଲ ଦ୍ରାବିଡ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଆଫଗାନିସ୍ତାନ ସିରିଜ ପାଇଁ ଟି-୨୦ ଦଳରୁ ଶ୍ରେୟସ ଆୟର ଏବଂ ଈଶାନ କିଶନ ବାଦ ପଡ଼ିଛନ୍ତି। କୌଣସି ଶୃଙ୍ଖଳାଗତ କାରଣରୁ ନୁହେଁ ବରଂ ବ୍ୟକ୍ତିଗତ କାରଣ ପାଇଁ ଈଶାନ କିଶନ ଦଳରେ ସାମିଲ ନାହାନ୍ତି।
ଦ୍ରାବିଡ କହିଛନ୍ତି, ଶ୍ରେୟସ ଆୟରଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କ ପାଇଁ କୌଣସି ସ୍ଥାନ ନାହିଁ। ବ୍ୟକ୍ତିଗତ କାରଣରୁ ଈଶାନ ବିରତି ମାଗିଥିବା ବେଳେ ଏପର୍ଯ୍ୟନ୍ତ ସେ ଖେଳିବାକୁ ପ୍ରସ୍ତୁତ ଥିବା ଜଣାଇନାହାନ୍ତି। ତେଣୁ ତାଙ୍କୁ ଦଳରେ ସାମିଲ କରାଯାଇନାହିଁ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର