Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଜର୍ମାନୀରେ ହେଲା ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସର୍ଜରୀ

Ritu Das
Browse all articles by Ritu Das
·1 year ago·2 min read
ଜର୍ମାନୀରେ ହେଲା ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସର୍ଜରୀ

Key Points

ଜର୍ମାନୀରେ ସରିଲା ଟି-୨୦ ଅଧିନାୟକ ସୂର୍ଯ୍ୟାଙ୍କ ସର୍ଜରୀ

ଜର୍ମାନୀର ମ୍ୟୁନିଖରେ ସେ ତାଙ୍କର ସ୍ପୋର୍ଟସ୍ ହାର୍ନିଆ ଅସ୍ତ୍ରୋପଚାର କରିଛନ୍ତି

ଗତ ତିନି ବର୍ଷ ମଧ୍ୟରେ ଏହା ତାଙ୍କର ତୃତୀୟ ଅସ୍ତ୍ରୋପଚାର

ଜର୍ମାନୀରେ ସରିଲା ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସର୍ଜରୀ। ଜର୍ମାନୀର ମ୍ୟୁନିଖରେ ସେ ତାଙ୍କର ସ୍ପୋର୍ଟସ୍ ହାର୍ନିଆ ଅସ୍ତ୍ରୋପଚାର କରିଛନ୍ତି। ଅସ୍ତ୍ରୋପଚାର ପରେ, ସେ ଖୁବ୍‌ଶୀଘ୍ର ବେଙ୍ଗାଲୁରୁର ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ପୁନର୍ବାସ ଆରମ୍ଭ କରିବେ। ଗତ ତିନି ବର୍ଷ ମଧ୍ୟରେ ଏହା ତାଙ୍କର ତୃତୀୟ ଅସ୍ତ୍ରୋପଚାର। ୩୪ ବର୍ଷୀୟ ବ୍ୟାଟସମ୍ୟାନ୍ ଇନଷ୍ଟାଗ୍ରାମରେ ଲେଖିଛନ୍ତି, "ଜୀବନର ଏହା ହେଉଛି ବଡ଼ ଅପଡେଟ" ଡାହାଣ ପେଟର ତଳ ଭାଗରେ ସ୍ପୋର୍ଟସ୍ ହାର୍ନିଆ ପାଇଁ ଅସ୍ତ୍ରୋପଚାର କରାଯାଇଛି। ଅସ୍ତ୍ରୋପଚାର ସଫଳ ହୋଇଥିବାରୁ ଖୁସି ଏବଂ ମୁଁ ଏବେ ସୁସ୍ଥ ହେବାରେ ଲାଗିଛି। ଶୀଘ୍ର ଫେରିବି।" ସ୍ପୋର୍ଟସ୍ ହାର୍ନିଆ ହେଉଛି ଅଣ୍ଟା କିମ୍ବା ତଳି ପେଟରେ ଏକ ନରମ ଟିସୁ ଆଘାତ, ଯାହା ପ୍ରାୟତଃ ମାଂସପେଶୀ କିମ୍ବା ଲିଗାମେଣ୍ଟକୁ ପ୍ରଭାବିତ କରେ। ଅସ୍ତ୍ରୋପଚାର ପରେ, ସେ ପ୍ରାୟ ଦୁଇ ସପ୍ତାହ ମଧ୍ୟରେ ବେଙ୍ଗାଲୁରୁର ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ପୁନର୍ବାସ ଆରମ୍ଭ କରିବେ। ଭାରତର ପରବର୍ତ୍ତୀ ହ୍ବାଇଟ୍ ବଲ୍ ଗସ୍ତ ଅଗଷ୍ଟରେ ହେବ। ବାଂଲାଦେଶ ବିପକ୍ଷରେ ଭାରତ ତିନୋଟି ଦିନିକିଆ ଏବଂ ଟି-୨୦ ମ୍ୟାଚ୍ ଖେଳିବ।


ସୂର୍ଯ୍ୟକୁମାର ଯାଦବ ୨୦୨୩ ବିଶ୍ୱକପ୍ ଫାଇନାଲ ପରଠାରୁ ୫୦ ଓଭର ଫର୍ମାଟରେ ଖେଳି ନାହାନ୍ତି। ଗତ ତିନି ବର୍ଷ ମଧ୍ୟରେ ଏହା ସୂର୍ଯ୍ୟକୁମାରଙ୍କ ତୃତୀୟ ଅସ୍ତ୍ରୋପଚାର। ୨୦୨୩ମସିହାରେ ତାଙ୍କର ଗୋଡ଼ ଅସ୍ତ୍ରୋପଚାର ହୋଇଥିଲା ଏବଂ ଏହା ପୂର୍ବରୁ ୨୦୨୪ମସିହାରେ ମଧ୍ୟ ତାଙ୍କର ସ୍ପୋର୍ଟସ୍ ହାର୍ନିଆ ଅସ୍ତ୍ରୋପଚାର ହୋଇଥିଲା। ଅସ୍ତ୍ରୋପଚାର ପୂର୍ବରୁ, ସୂର୍ଯ୍ୟକୁମାର ଆଇପିଏଲ ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ପାଇଁ ବହୁତ ଭଲ ଫର୍ମରେ ଥିଲେ ଏବଂ ତାଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ କରାଯାଇଥିଲା। ସେ ୭୧୭ରନ କରିଥିଲେ, ଯାହା ଅରେଞ୍ଜ କ୍ୟାପ୍ ବିଜେତା ସାଇ ସୁଦର୍ଶନ (୭୫୯ରନ) ପରେ ଦ୍ୱିତୀୟ ସର୍ବାଧିକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
t20-captain-suryakumar-yadav-undergoes-surgery-in-germany | Argus News