Team India Announcement / ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ କେବେ ଘୋଷଣା ହେବ ଭାରତୀୟ ଦଳ? ଆସିଲା ରିପୋର୍ଟ...
·9 months ago·2 min read

Key Points
- ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ ର ଆୟୋଜନ ୭ ଫେବୃଆରୀରୁ ଆରମ୍ଭ ହୋଇ ୮ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ,ଯେଉଁଥିରେ ମୋଟ ୫୫ଟି ମ୍ୟାଚ୍ ଖେଳାଯିବ।
- ବିସିସିଆଇ ଆଗାମୀ ମାସର ପ୍ରଥମ ସପ୍ତାହରେ ଟି-୨୦ ବିଶ୍ୱକପ୍ ସହିତ ନ୍ୟୁଜିଲାଣ୍ଡ ବିରୋଧରେ ଖେଳାଯିବା ସିରିଜ୍ ପାଇଁ ଭାରତୀୟ ଦଳର ଘୋଷଣା କରିପାରେ।
- ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚ୍ ପାକିସ୍ତାନ ଓ ନେଦରଲ୍ୟାଣ୍ଡ୍ ମଧ୍ୟରେ ଖେଳାଯିବ।
ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬କୁ ନେଇ କ୍ରିକେଟ୍ ପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ ଭରିରହିଛି । ଟି-୨୦ ବିଶ୍ୱକପ୍ ୨୦୨୬ ପୂର୍ବରୁ ଭାରତୀୟ ଦଳ ଚୟନକୁ ନେଇ ବିସିସିଆଇ ଉପରେ ବଡ଼ ଚାପ ରହିଛି । ନିକଟ ଅତିତରେ ଟି-୨୦ ଫର୍ମାଟରେ ଯୁବ ଓ ଅଭିଜ୍ଞ ଖେଳାଳିମାନଙ୍କ ମଧ୍ୟରେ ସମନ୍ୱୟ ସୃଷ୍ଟି କରିବା ନିୟୋଜକମାନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।
୭ ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଥିବା ଏହି ମହାଟୁର୍ଣ୍ଣାମେଣ୍ଟ ପୂର୍ବରୁ ସମସ୍ତଙ୍କ ନଜର ରହିଛି ଭାରତୀୟ ଦଳ ଉପରେ। କେଉଁ କେଉଁ ଖେଳାଳି ଏଥର ଦେଶର ପ୍ରତିନିଧିତ୍ୱ କରିବେ, ସେନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଚାଲିଛି। ଏହି ମଧ୍ୟରେ ପି.ଟି.ଆଇ.ର ଏକ ରିପୋର୍ଟ ଅନୁସାରେ ବଡ଼ ସୂଚନା ସାମ୍ନାକୁ ଆସିଛି।
ରିପୋର୍ଟ ଅନୁଯାୟୀ, ବିସିସିଆଇ ଆଗାମୀ ମାସର ପ୍ରଥମ ସପ୍ତାହରେ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳର ଘୋଷଣା କରିପାରେ। ଏହା ସହିତ ନ୍ୟୁଜିଲାଣ୍ଡ ବିରୋଧରେ ଖେଳାଯିବାକୁ ଥିବା ଟି-୨୦ ସିରିଜ୍ ପାଇଁ ମଧ୍ୟ ଏକାସାଙ୍ଗରେ ଦଳ ଘୋଷିତ ହେବାର ସମ୍ଭାବନା ରହିଛି।
୭ ଫେବୃଆରୀରୁ ୮ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଶ୍ୱକପ୍ରେ ସମୁଦାୟ ୫୫ଟି ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ ମ୍ୟାଚ୍ ପାକିସ୍ତାନ ଓ ନେଦରଲ୍ୟାଣ୍ଡ ମଧ୍ୟରେ ହେବ। ଭାରତ ତାର ପ୍ରଥମ ମ୍ୟାଚ୍ ୭ ଫେବୃଆରୀରେ ମୁମ୍ବାଇର ଓଂଖେଡେ ଷ୍ଟାଡିୟମରେ ଆମେରିକା ବିରୋଧରେ ଖେଳିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥି ସହିତ ପଢନ୍ତୁ: https://argusnews.in/Sports/bcci-new-rule-players-mandatory-domestic-matches
ଗ୍ରୁପ୍ ଷ୍ଟେଜ୍ରେ ଭାରତ ୧୨ ଫେବୃଆରୀରେ ନାମିବିଆ, ୧୫ ଫେବୃଆରୀରେ ପାକିସ୍ତାନ ଓ ୧୮ ଫେବୃଆରୀରେ ନେଦରଲ୍ୟାଣ୍ଡ୍ ସହ ମୁକାବିଲା କରିବ। ଭାରତର ସମସ୍ତ ମ୍ୟାଚ୍ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ।

Related Topics
Explore more stories