Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket News / ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅବସର ନେବାକୁ ନିଷ୍ପତ୍ତି ନେଲେ ଏହି କିମ୍ବଦନ୍ତୀ ପ୍ଲେୟାର...ଏହି ଦିନ ଖେଳିବେ ଶେଷ ମ୍ୟାଚ୍

Ritu Das
Browse all articles by Ritu Das
·6 months ago·2 min read
୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅବସର ନେବାକୁ ନିଷ୍ପତ୍ତି ନେଲେ ଏହି କିମ୍ବଦନ୍ତୀ ପ୍ଲେୟାର...ଏହି ଦିନ ଖେଳିବେ ଶେଷ ମ୍ୟାଚ୍
india

Key Points

ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି
୩୯ ବର୍ଷୀୟ ଖ୍ୱାଜା ଏହି ପରିସମାପ୍ତିକୁ ତାଙ୍କ ୧୫ ବର୍ଷର କ୍ୟାରିଅର୍ ପାଇଁ ଏକ ସମ୍ପୂର୍ଣ୍ଣ ଚକ୍ର ବୋଲି ବର୍ଣ୍ଣନା କରିଛନ୍ତି
ସେ ୨୦୧୧ରେ ଏହି ସିଡନୀ ମଇଦାନରେ ଇଂଲଣ୍ଡ ବିପକ୍ଷରେ ହିଁ ତାଙ୍କର ଟେଷ୍ଟ୍ କ୍ୟାରିଅର୍ ଆରମ୍ଭ କରିଥିଲେ।

ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍ ଟେଷ୍ଟ୍ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆ ସିରିଜରେ ୩-୧ରେ ଅଗ୍ରଣୀ ହାସଲ କରିଥିବା ବେଳେ, ୩୯ ବର୍ଷୀୟ ଖ୍ୱାଜା ଏହି ପରିସମାପ୍ତିକୁ ତାଙ୍କ ୧୫ ବର୍ଷର କ୍ୟାରିଅର୍ ପାଇଁ ଏକ ସମ୍ପୂର୍ଣ୍ଣ ଚକ୍ର ବୋଲି ବର୍ଣ୍ଣନା କରିଛନ୍ତି। ସେ ୨୦୧୧ରେ ଏହି ସିଡନୀ ମଇଦାନରେ ଇଂଲଣ୍ଡ ବିପକ୍ଷରେ ହିଁ ତାଙ୍କର ଟେଷ୍ଟ୍ କ୍ୟାରିଅର୍ ଆରମ୍ଭ କରିଥିଲେ।



ଶୁକ୍ରବାର ପରିବାର ଉପସ୍ଥିତିରେ ଆୟୋଜିତ ଏକ ଉଷ୍ମ ସାମ୍ବାଦିକ ସମ୍ମିଳନୀରେ ଖ୍ୱାଜା ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। ଏହି ସମୟରେ ସେ ତାଙ୍କ କ୍ୟାରିଅର୍ ସମୟରେ ହୋଇଥିବା ବର୍ଣ୍ଣବୈଷମ୍ୟଭିତ୍ତିକ ଆଚରଣକୁ ନେଇ ଗଣମାଧ୍ୟମ ଏବଂ ପୂର୍ବତନ ଖେଳାଳିମାନଙ୍କୁ ଟାର୍ଗେଟ୍ କରିଛନ୍ତି। “ମୁଁ ସବୁବେଳେ ଭିନ୍ନ ଅନୁଭବ କରିଛି… ମୁଁ ଜଣେ ‘କଲର୍ଡ କ୍ରିକେଟର’। ମୁଁ ଜାଣେ ମୋତେ କାହିଁକି ବାରମ୍ବାର ଟାର୍ଗେଟ୍ କରାଯାଏ,” ବୋଲି ସେ କହିଛନ୍ତି।

ଏହାସହ ପଢ଼ନ୍ତୁ: ବିରାଟ କୋହଲି ପାଳିଲେ ନୂଆବର୍ଷ....ପରିବାର ସହିତ ଭାଇରାଲ ହେଲା ଫଟୋ

ସେ ଆହୁରି କହିଛନ୍ତି ଯେ ଆଶେସ୍ ସିରିଜ୍ ଆରମ୍ଭରେ ତାଙ୍କର ପିଠିରେ ଯନ୍ତ୍ରଣା ହେବା ପରେ ଗଣମାଧ୍ୟମ ଯେଉଁ ଢଙ୍ଗରେ ତାଙ୍କର ପ୍ରସ୍ତୁତି ଏବଂ ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଇଥିଲା, ତାହା ପ୍ରଦର୍ଶନକୁ ନେଇ ନୁହେଁ, ବରଂ ବ୍ୟକ୍ତିଗତ ହୋଇଯାଇଥିଲା। “ଏହି ବ୍ୟବହାର ସେହି ବର୍ଣ୍ଣଭିତ୍ତିକ ରୁଢ଼ିବାଦୀ ମନୋଭାବ ଭଳି ଥିଲା ଯାହାକୁ ମୁଁ ମୋ ଜୀବନସାରା ସହିଛି, ଏବଂ ମୁଁ ଭାବିଥିଲି ଯେ ଆମେ ସେଥିରୁ ଆଗକୁ ବଢ଼ିଛୁ।”
ପାକିସ୍ତାନରେ ଜନ୍ମିତ ଖ୍ୱାଜା ଅଷ୍ଟ୍ରେଲିଆ ପାଇଁ ଖେଳିବାରେ ପ୍ରଥମ ମୁସଲମାନ କ୍ରିକେଟର ଅଟନ୍ତି। ସେ ୮୭ ଟେଷ୍ଟ୍, ୪୦ ଦିନିକିଆ ଏବଂ ୯ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ତାଙ୍କର ଆନ୍ତର୍ଜାତୀୟ କ୍ୟାରିୟରରେ ସେ ମୋଟ୍ ୮,୦୦୧ ରନ୍ ସଂଗ୍ରହ କରିଛନ୍ତି।

ଉସମାନ ଖ୍ବାଜାଙ୍କ ଚମତ୍କାର କ୍ୟାରିୟର

ଖ୍ବାଜା ତାଙ୍କର ଅଧିକାଂଶ ମ୍ୟାଚ୍ ଜଣେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବରେ ଖେଳିଛନ୍ତି। ଖୱାଜା ୮୭ଟି ଟେଷ୍ଟ ମ୍ୟାଚ୍‌ରେ ୪୩.୩୯ ହାରରେ ୬୨୦୬ ରନ୍ କରିଛନ୍ତି, ଯେଉଁଥିରେ ୧୬ଟି ଶତକ ଏବଂ ୨୮ଟି ଅର୍ଦ୍ଧଶତକ ରହିଛି। ଏହି ସମୟ ମଧ୍ୟରେ ତାଙ୍କର ସର୍ବାଧିକ ସ୍କୋର ୨୩୨। ୪୦ଟି ଦିନିକିଆରେ, ଉସମାନ ୪୨ ହାରରେ ୧୫୫୪ ରନ୍ କରିଛନ୍ତି, ଯେଉଁଥିରେ ୨ଟି ଶତକ ଏବଂ ୧୨ଟି ଅର୍ଦ୍ଧଶତକ ରହିଛି। ତାଙ୍କର ଷ୍ଟ୍ରାଇକ୍ ରେଟ୍ ୮୪.୦୯ ରହିଛି। ଟି-୨୦ରେ, ଖ୍ବାଜା ୯ଟି ମ୍ୟାଚ୍‌ରେ ୨୬.୭୭ ହାରରେ ୨୪୧ ରନ୍ କରିଛନ୍ତି, ଯେଉଁଥିରେ ଗୋଟିଏ ଅର୍ଦ୍ଧଶତକ ରହିଛି।
ସେ କହିଛନ୍ତି ଯେ ତାଙ୍କ ପରେ ଆସୁଥିବା “ପରବର୍ତ୍ତୀ ଉସମାନ ଖ୍ୱାଜାଙ୍କ ଯାତ୍ରା ଯେପରି ଭିନ୍ନ ହେଉ”, ତାହା ସୁନିଶ୍ଚିତ କରିବା ତାଙ୍କର ଲକ୍ଷ୍ୟ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Legendary Player to Retire Before T20 World Cup 2026, Final Match Date Revealed | Argus News