Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

WorldCup Controversy / ଟି-୨୦ ବିଶ୍ୱକପ୍: ମନା କଲା ପରେ ବି ଶ୍ରୀଲଙ୍କାରେ ପାକିସ୍ତାନ ଦଳ

Rashmita Mishra
Browse all articles by Rashmita Mishra
·5 months ago·2 min read
ଟି-୨୦ ବିଶ୍ୱକପ୍: ମନା କଲା ପରେ ବି ଶ୍ରୀଲଙ୍କାରେ ପାକିସ୍ତାନ ଦଳ
WorldCup Controversy

Key Points

ବେଲଜ୍ୟା ପାକିସ୍ତାନ ମନା କରି ଦୌଡ଼ି ଆସିଛି । 
ଟି-୨୦ ବିଶ୍ୱକପ୍: ମନା କଲା ପରେ ବି ଶ୍ରୀଲଙ୍କାରେ ପାକିସ୍ତାନ ଦଳ । 

ଭାରତ ସହ ମୁକାବିଲା କରିବାକୁ ମନା କରିବା ପରେ ପାକିସ୍ତାନ ଦଳ ସୋମବାର ଟ୍ୱେଣ୍ଟି–୨୦ ବିଶ୍ୱକପ୍‌ରେ ଅଂଶଗ୍ରହଣ ପାଇଁ ଶ୍ରୀଲଙ୍କା ଗସ୍ତ କରିଛି । ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଖେଳାଳିମାନେ ନୂଆ ବିଶ୍ୱକପ୍ ଜର୍ସି ପିନ୍ଧି ଲାହୋରର ଏକ ହୋଟେଲରୁ ବସ୍‌ରେ ବିମାନବନ୍ଦର ଅଭିମୁଖେ ଯାଉଥିବାର ଦୃଶ୍ୟ ଦେଖାଯାଇଛି ।

ଚଳିତ ଟ୍ୱେଣ୍ଟି–୨୦ ବିଶ୍ୱକପ୍‌ର ଆୟୋଜକ ଭାବେ ଭାରତ ଓ ଶ୍ରୀଲଙ୍କା ରହିଛନ୍ତି । ଭାରତ ସହ ଚାଲିଥିବା ବିବାଦର ପରିପ୍ରେକ୍ଷିତରେ ପାକିସ୍ତାନ ତା’ର ସମସ୍ତ ଗ୍ରୁପ୍‌ ଓ ନକ୍‌ଆଉଟ୍‌ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିବ ବୋଲି ସୂଚୀ ଚୂଡ଼ାନ୍ତ ହୋଇଛି।

ରବିବାର ପାକିସ୍ତାନ ସରକାର ଦଳକୁ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଥିଲେ ମଧ୍ୟ, ଫେବ୍ରୁଆରି ୧୫ ତାରିଖରେ କଲମ୍ବୋରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ଗ୍ରୁପ୍‌ ମ୍ୟାଚ୍‌ ବୟକଟ୍‌ କରିବା ପାଇଁ କହିଥିଲା । ତେବେ ଏହି ନିଷ୍ପତ୍ତି ସମ୍ପର୍କରେ ସରକାର ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନି । ସେହିପରି, ପିସିବି ପକ୍ଷରୁ ମଧ୍ୟ ଆଇସିସିକୁ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇନଥିବା ଜଣାପଡ଼ିଛି।

ଏହା ପୂର୍ବରୁ ବିନା ଯୁକ୍ତିସଙ୍ଗତ କାରଣରେ ବିଶ୍ୱକପ୍‌ରୁ ଓହରିବା ଉଦ୍ଦେଶ୍ୟ ନ ରଖିବାକୁ ଆଇସିସି ପକ୍ଷରୁ ପାକିସ୍ତାନକୁ ଚେତାବନୀ ଦିଆଯାଇଥିଲା ଏବଂ ଏପରି ପଦକ୍ଷେପ ନିଆଯାଇଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା।

ଗତ ୧୪ ବର୍ଷ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ କ୍ରିକେଟ୍ ଶୃଙ୍ଖଳା ଖେଳାଯାଇନଥିବା ବେଳେ, କେବଳ ଆଇସିସି ପ୍ରତିଯୋଗିତାରେ ମାତ୍ର ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି।

ଟ୍ୱେଣ୍ଟି–୨୦ ବିଶ୍ୱକପ୍‌ ଶନିବାରଠାରୁ ଆରମ୍ଭ ହେବାକୁ ଥିବା ବେଳେ ପାକିସ୍ତାନ ପ୍ରଥମ ମ୍ୟାଚ୍‌ରେ ନେଦରଲାଣ୍ଡ୍‌ ବିପକ୍ଷରେ ଖେଳି ତା’ର ଅଭିଯାନ ଆରମ୍ଭ କରିବ। ଏହା ପୂର୍ବରୁ ବୁଧବାର କଲମ୍ବୋରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ୱାର୍ମଅପ୍‌ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
WorldCup Controversy | T20 World Cup: Pakistan Team Arrives in Sri Lanka | Argus News